ପୁରୀ: – ୧୭/୦୮/୨୦୨୫ – ତୃପ୍ତିମୟୀ ଜେନା – ଠାକୁରଙ୍କ ସଫଳ ରଥଯାତ୍ରା ପରେ ଶ୍ରୀ ଶ୍ରୀକ୍ଷେତ୍ର ସୂଚନା ପକ୍ଷରୁ ବିଶ୍ଵନିୟନ୍ତାଙ୍କ ରଥସେବା ସମ୍ମାନ -୨୦୨୫ ଏକ ଅଭିନବ ଓ ସ୍ବାଗତଯୋଗ୍ୟ ପ୍ରୟାସ ବୋଲି କହିଛନ୍ତି ସାଂସଦ ସମ୍ବିତ ପାତ୍ର।ଅନୁଷ୍ଠାନ ପକ୍ଷରୁ ପୁରୀ ଟାଉନ୍ ହଲ୍ ଠାରେ କାର୍ଯ୍ୟକ୍ରମ କୁ ଉଦଘାଟନ କରି ସେ କହିଥିଲେ ଯେ ଶ୍ରୀଜଗନ୍ନାଥ ମନ୍ଦିର ର ବିକାଶ ଓ ସୁରକ୍ଷା ସହ ଜଗନ୍ନାଥ ସଂସ୍କୃତି ର ସମୃଦ୍ଧି ପାଇଁ ସରକାର ସଂକଳ୍ପବଦ୍ଧ।

ରଥଯାତ୍ରା ରେ ସଂପୃକ୍ତ ସେବକ, ଜିଲ୍ଲା ପ୍ରଶାସନ, ପୁଲିସ ପ୍ରଶାସନ ଏପରିକି ପ୍ରତିଟି ଭକ୍ତ ହିଁ ଜଣେ ଜଣେ ଜଗନ୍ନାଥ।କାରଣ ଠାକୁରଙ୍କ ଇଛା ରେ ସଵୁହୁଏ। ବେଦ, ଉପନିଷଦ ଠାରୁ ଗୀତା ପର୍ଯ୍ୟନ୍ତ ସବୁଥିରେ ଠାକୁର କହିଛନ୍ତି-କରି କରାଉଥାଏ ମୁହିଁ- ମୋ ବିନୁ ଅନ୍ୟ ଗତି ନାହିଁ। ତେବେ ଖୁବ ଶୀଘ୍ର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରାଯାଇ, ଆଗାମୀ ବର୍ଷ ଠାରୁ ରାଜ୍ୟ ସରକାରଙ୍କ ସହଯୋଗ ରେ ଶ୍ରୀ ଶ୍ରୀକ୍ଷେତ୍ର ସୂଚନା ପକ୍ଷରୁ ରଥସେବା ସମ୍ମାନ ଉତ୍ସବ ହେବ ବୋଲି ସାଂସଦ ଶ୍ରୀପାତ୍ର କହିଥିଲେ। ଶ୍ରୀ ଶ୍ରୀକ୍ଷେତ୍ର ସୂଚନା ପ୍ରାୟୋଜିତ ଏହି କାର୍ଯ୍ୟକ୍ରମ ରେ,ପ୍ରଫେସର ହରେକୃଷ୍ଣ ଶତପଥୀଙ୍କ ଅଧ୍ୟକ୍ଷତା ଓ ସଂପାଦକ ରାଜେଶ କୁମାର ମହାନ୍ତିଙ୍କ ପରିଚାଳନା ରେ ଅନୁଷ୍ଠିତ ହୋଇଥିବା ବେଳେ,କାର୍ଯ୍ୟକ୍ରମ ରେ ବିଶିଷ୍ଟ ଅତିଥି ଭାବେ ସାଂସଦ ଶୁଭାଶିଷ ଖୁଣ୍ଟିଆ କହିଥିଲେ ଯେ ସରକାର ଓ ଶ୍ରୀମନ୍ଦିର ପ୍ରଶାସନ ନୀରବ ରହୁଥିବା ବେଳେ ଦୀର୍ଘ ପାଞ୍ଚ ବର୍ଷ ଧରି ଏକ ବେସରକାରୀ ସଂସ୍ଥା , ବିଶ୍ଵନିୟନ୍ତାଙ୍କ ରଥସେବକ ମାନଙ୍କୁ ସେବା ସମ୍ମାନ ଦେବା କମ୍ କଥା ନୁହେଁ।

ଏହି କାର୍ଯ୍ୟକ୍ରମ କୁ ସମଗ୍ର ଭାରତବର୍ଷରେ ପ୍ରସାରିତ କରିବାକୁ ସାଂସଦ ଭାବେ ଉଦ୍ୟମ କରିବେ ବୋଲି ଦୃଢୋକ୍ତି ପ୍ରକାଶ କରିଥିଲେ। ଏହି କାର୍ଯ୍ୟକ୍ରମ ରେ ଅନ୍ୟତମ ଅତିଥି ଭାବେ କେନ୍ଦ୍ରୀୟ ସଂସ୍କୃତ ବିଶ୍ଵବିଦ୍ୟାଳୟ ସଦାଶିବ ପରିସର ର ନିର୍ଦ୍ଦେଶକ ପ୍ରଫେସର ପ୍ରଭାତ କୁମାର ମହାପାତ୍ର, ବରିଷ୍ଠ ସେବାୟତ ରାମଚନ୍ଦ୍ର ଦାସମହାପାତ୍ର ଓ ବିଶିଷ୍ଟ ସେବାୟତ ମଧୁସୂଦନ ସିଂହାରୀ ଯୋଗଦେଇଥିଲେ।ପ୍ରାରମ୍ଭ ରେ ଗୀତିକାର , କଥାକାର ତଥା ପରାମର୍ଶଦାତା ଡକ୍ଟର ବଦ୍ରି ମିଶ୍ର, ସ୍ବାଗତ ଓ ପରିଚୟ ପ୍ରଦାନ କରିବା ପରେ ,ଡଃ ପ୍ରଦ୍ୟୁମ୍ନ କୁମାର ସାଥୁଆ,ଭରତ କୁମାର ନାୟକ, ସତ୍ୟବ୍ରତ ଦାସ, ନାରାୟଣ ପାତ୍ର, ବିଦ୍ରୋହ କେଶରୀ ସିଂ, ଦେବେନ୍ଦ୍ର ପ୍ରସାଦ ମହାପାତ୍ର, ସୌମ୍ୟରଞ୍ଜନ ମିଶ୍ର ଓ ସୂଚନା -ପ୍ରଯୁକ୍ତିବିଦ୍ୟା ସଂପାଦକ ରିତେଶ କୁମାର ମହାନ୍ତିଙ୍କ ସଞ୍ଚାଳନ ରେ ରଥଯାତ୍ରା ସଫଳତା ପାଇଁ ରାଜଗୁରୁ ,ଶ୍ରୀମନ୍ଦିର ପୁରୋହିତ,ପତି ମହାପାତ୍ର ,ମଠାଧୀଶ, ମୁକ୍ତିମଣ୍ଡପ ସଭା,, ଶ୍ରୀମନ୍ଦିର ପ୍ରଶାସନ, ଜିଲ୍ଲା ପ୍ରଶାସନ, ପୁଲିସ ପ୍ରଶାସନ ର ସମସ୍ତ ଅଧିକାରୀ,ଛତିଶା ନିଯୋଗ ନାୟକ ପାଟ୍ଟଯୋଶୀ ଜନାର୍ଦ୍ଦନ ମହାପାତ୍ର,ଚାରି ଠାକୁରଙ୍କ ବାଡଗ୍ରାହୀ, , ଦଇତା ନିଯୋଗ, ପୁଷ୍ପାଳକ ନିଯୋଗ,ସୁଆର -ମହାସୁଆର ନିଯୋଗ,ଜଗନ୍ନାଥ ପୂଜାପଣ୍ଡା ସାମନ୍ତ,ମାଧବ ପୂଜାପଣ୍ଡା ସାମନ୍ତ,ଛତିଶା ନିଯୋଗ ର ସମସ୍ତ ସଭାପତି -ସଂପାଦକ,ରଥ ନିର୍ମାଣ ର ସମସ୍ତ ବିଶ୍ଵକର୍ମା, ଅନବସର ସମୟର ସେବକ,ରଥ ସର୍ଦ୍ଦାର,ରଥଭୋଇ, ଚିତ୍ରକର,କମାର ସେବକଙ୍କ ସମେତ ମାଉସୀ ମାଆଙ୍କ ସେବକ ବିଶ୍ଵନାଥ ମିଶ୍ରଙ୍କୁ ସମ୍ମାନିତ କରାଯାଇଥିଲା। କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ ଚନ୍ଦ୍ରବିଜୟୀ ମିଶ୍ର, ଡକ୍ଟର ବିଶ୍ଵନାଥ ମିଶ୍ର, ଶ୍ୟାମପ୍ରକାଶ ସେନାପତି ଓ ଶିବ ସୁନ୍ଦର ମିଶ୍ର। ଧନ୍ୟବାଦ ଦେଇଥିଲେ ଉପସଭାପତି ଭରତ ନାୟକ।











