କାକଟପୁର ତା ୨୨/୧ , ଅସ୍ତରଙ୍ଗ ମା ଶାରଳା ସ୍ପୋଟିଂ କ୍ଲବ ପକ୍ଷରୁ ନରେନ୍ଦ୍ର ଷ୍ଟାଡିୟମରେ ରବିବାର ଦିନ ଭେଟ୍ରାନ ଏକାଦଶ ଓ ଯୁବ ଏକାଦଶ ମଧ୍ୟରେ ଏକ ଟି ଟୋଣ୍ଟି କ୍ରିକେଟ ମ୍ୟାଚ ଅନୁଷ୍ଠିତ ହୋଇଯାଇଛି। ଏହି ମ୍ୟାଚ ରେ ପ୍ରଥମେ ଟସ ଜିତି ଭେଟ୍ରାନ ଏକାଦଶ ନିର୍ଦ୍ଧାରିତ ୨୦ ଓଭରରେ ୫ ଉଇକେଟ ହରାଇ ୯୬ ରନ ସଂଗ୍ରହ କରିଥିଲା । ଦଳ ପକ୍ଷରୁ ପ୍ରହଲ୍ଲାଦ ମୁଦୁଲି ୫୮ ବଲରେ ୪୧ ରନ କରିଥିବାବେଳେ ଦେବାଶିଷ ପଳାଉରୀ ୨୪ ରନ ଦେଇସର୍ବାଧିକ ୨ ଉଇକେଟ ନେଇଥିଲେ।ଏହାର ଜବାବରେ ଯୁବ ଏକାଦଶ ମାତ୍ର ୧୩ ଓଭର ୫ ବଲରେ ୨ ଉଇକେଟ ହରାଇ ୯୭ ରନ କରି ବିଜୟୀ ହୋଇଥିଲା। ଦଳ ପକ୍ଷରୁ ମିଥୁନ ବେହେରା ୨୫ ବଲରେ ସର୍ବାଧିକ ୪୭ ରନ କରିଥିବା ବେଳେ ଦିବାକର ଛାଟୋଇ ୪ ଓଭରରେ ୧୩ ରନ ଦେଇ ଗୋଟିଏ ଉଇକେଟ ନେଇଥିଲେ। ଭେଟ୍ରାନ ଏକାଦଶ ର ଅଧିନାୟକ ଅନାଥ ବନ୍ଧୁ ମୁଦୁଲି ଓ ଯୁବ ଏକାଦଶର ଅଧିନାୟକ ପ୍ରକାଶ ଚନ୍ଦ୍ର ବେହେରା ଅଧିନାୟକ ନିଯୁକ୍ତି ହୋଇଥିବା ବେଳେ ନଟ କିଶୋର ମହାନ୍ତି ଓ ଭାସ୍କର ନାୟକ ଖେଳ ପରିଚାଳନା କରିଥିବା କ୍ଳବ ର ମିଡିଆ ସେଲ ଯୁବ ଅଧିକାରୀ ପବିତ୍ର ମହାନ୍ତି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।ଆସନ୍ତା ୨୬ ତାରିଖରୁ ଏହି ଷ୍ଟାଡିୟମରେ ବିଭିନ୍ନ ଜିଲ୍ଲାର ୭ଟି ଦଳ ମାନଙ୍କୁ ନେଇ କ୍ରିକେଟ ଖେଳ ଅନୁଷ୍ଠିତ ହେବ ବୋଲି ସ୍ପୋଟିଂ କ୍ଲବ ପକ୍ଷରୁ ସୂଚନା ମିଳିଛି।
Social Icons
Featured Posts











