Home / କ୍ରୀଡା / ରାଜ୍ୟସ୍ତରୀୟ ଶାରଳା କପ୍। ଡି ଆର ସୀ ପାରାଦ୍ୱୀପକୁ ହରାଇ ଯଦୁପୁର ଭୁବନେଶ୍ୱର ଫାଇନାଲରେ

ରାଜ୍ୟସ୍ତରୀୟ ଶାରଳା କପ୍। ଡି ଆର ସୀ ପାରାଦ୍ୱୀପକୁ ହରାଇ ଯଦୁପୁର ଭୁବନେଶ୍ୱର ଫାଇନାଲରେ

ଡି ଆର ସୀ ପାରାଦ୍ୱୀପକୁ ହରାଇ ଯଦୁପୁର ଭୁବନେଶ୍ୱର ଫାଇନାଲରେ
କାକଟପୁର ତା 30/01,ପୁରୀ ଜିଲ୍ଲା ଅସ୍ତରଙ୍ଗର ନରେନ୍ଦ୍ର ଷ୍ଟାଡିୟମ ଠାରେ ଚାଲିଥିବା 30 ତମ ରାଜ୍ୟସ୍ତରୀୟ ଶାରଳା କପ୍ କ୍ରିକେଟ୍ ପ୍ରତିଯୋଗିତା
ର ସୋମବାର ଥିଲା ପ୍ରଥମ ସେମିଫାଇନାଲ ମ୍ୟାଚ।ଉକ୍ତ ମ୍ୟାଚ ଡି ଆର ସି ପାରାଦ୍ୱୀପ ବନାମ ଯଦୁପୁର ଭୁବନେଶ୍ୱର ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ପ୍ରଥମେ ଯଦୁପୁର ଭୁବନେଶ୍ୱର ଟସ ଜିତି ବ୍ୟାଟିଂ କରିବାର ନିଷ୍ପତି ନେଇଥିଲା l ନିର୍ଦ୍ଧାରିତ 20 ଓଭରରେ ୩ ୱିକେଟ୍ ବିନିମୟରେ 249 ରନ ସଂଗ୍ରହ କରିଥିଲା । ଦଳ ପକ୍ଷରୁ ଏସ ଆର ସେନାପତି 58 ବଲରେ 131 ରନ(୯ ଚୌକା ଏବଂ ୧୧ଟି ଛକା) କରିଥିବାବେଳେ ଡି ଆର ସି ପାରାଦ୍ୱୀପର ବୋଲର ସ୍ୱାଧୀନ ଦାସ 4 ଓଭର ବୋଲିଂ କରି ୧ଟି ୱିକେଟ ଅକ୍ତିଆର କରିଥିଲେ।ଏହାର ଜବାବ ରେ ଡି ଆର ସି ପାରାଦ୍ୱୀପ 250 ରନର ବିଜୟ ଲକ୍ଷ ନେଇ ନିର୍ଦ୍ଧାରିତ 20 ଓଭରରେ ୭ ୱିକେଟ୍ ହରାଇ 200 ରନ କରି ପରାଜୟ ସ୍ୱୀକାର କରିଥିଲା l ଦଳ ପକ୍ଷରୁ ଭବାନୀ ମହାନ୍ତି 35 ବଲ ଖେଳି 66 ରନ (୩ ଚୌକା ଏବଂ ୭ ଟି ଛକା) ସଂଗ୍ରହ କରିଥିଲେ l ଉନ୍ନତ ପ୍ରଦର୍ଶନ ପାଇଁ ଏସ ଆର ସେନାପତିଙ୍କୁ ମ୍ୟାନ ଅଫ ଦି ମ୍ୟାଚ ବିବେଚିତ କରାଯାଇଥିଲା l ପୁରସ୍କାର ପ୍ରଦାନ କରିଥିଲେ ଶାରଳା ସ୍ପୋର୍ଟଂ କ୍ଲବର ସଭାପତି ଯୁଗଳ କିଶୋର ମହାନ୍ତି। ଏହି ମ୍ୟାଚରେ ଶାରଳା ସ୍ପୋର୍ଟିଂର ଉପଦେଷ୍ଟା ଦିବାକର ଛାଟୋଇ, ହୃଷିକେଶ ଛାଟୋଇ,ସାମ୍ବାଦିକ ସମୀର କୁମାର କର, ଆଦିତ୍ୟ କୁମାର ରାଉତ, ଅଶ୍ୱିନୀ ମହାନ୍ତି, ଲୋକନାଥ ସ୍ୱାଇଁ,ପ୍ରିୟବ୍ରତ ମୁଦୁଲି, ବିଜୟ କୁମାର ବେହେରା, ଆର୍ଯ୍ୟ କୁମାର ବିଶ୍ୱାଳ ପ୍ରମୁଖ ଅତିଥି ଭାବେ ଅଂଶ ଗ୍ରହଣ କରିଥିଲେ l ଅମ୍ପାୟର ଭାବେ ପ୍ରକାଶ କୁମାର ବେହେରା ଓ ଦୁର୍ଗାଚରଣ ମହାରଣା ଦାୟିତ୍ୱ ତୁଲାଇଥିଲେ l ମଙ୍ଗଳବାର ଦିନ ଦ୍ଵିତୀୟ ସେମିଫାଇନାଲ କୁମାରବସ୍ତ ଖୋର୍ଦ୍ଧା ଏବଂ ମହାବୀର ସ୍ପୋର୍ଟଂ ପୁରୀ ମଧ୍ୟରେ ଅନୁଷ୍ଠିତ ହେବ ବୋଲି ଆୟୋଜକ କ୍ଲବର ଉପ ସଭାପତି ପ୍ରକାଶ କୁମାର ବେହେରା ଜଣାଇଛନ୍ତି।

SPREAD YOUR LOVE WITH YOUR FRIENDS AND FAMILY

Leave a Reply