Home / ମୁଖ୍ୟ ଖବର / ଅଗ୍ନିକାଣ୍ଡ ରେ ଜଳିଗଲା ୨ ବଖରା ଘର, ଆସବାବ ପତ୍ର ଓ ଧାନ ବସ୍ତା ଅଗ୍ନିକାଣ୍ଡ ରେ ନଷ୍ଟ

ଅଗ୍ନିକାଣ୍ଡ ରେ ଜଳିଗଲା ୨ ବଖରା ଘର, ଆସବାବ ପତ୍ର ଓ ଧାନ ବସ୍ତା ଅଗ୍ନିକାଣ୍ଡ ରେ ନଷ୍ଟ

କାକଟପୁର,14/23-କାକଟପୁର ବ୍ଲକ ସୁହାଣପୁର ଗ୍ରାମ ରେ ମହେଶ୍ୱର ମହାରଣା ଙ୍କ ଘର ଅଗ୍ନିକାଣ୍ଡ ରେ ନଷ୍ଟ, ସୂଚନା ମୁତାବକ ଆଜି ସନ୍ଧ୍ୟା ସମୟ ରେ ଶ୍ରୀଯୁକ୍ତ ମହାରଣା କିଛି କାମ ରେ ବାହାରକୁ ଯାଇଥିଲେ, ଘରେ ତାଙ୍କ ସ୍ତ୍ରୀ ଓ ପରିବାର ଥିଲେ କିନ୍ତୁ ତାଙ୍କ ଚାଳ ଘର ଉପରେ ଧୂଆଁ ପ୍ରବଳ ମାତ୍ରା ହେଇଥିଲା ହଟାତ ଚାଳ ଛପର ଘରେ ନିଆଁ ଲାଗିବାର ଦେଖିଲେ ପରିବାର ଲୋକ, ସେମାନଙ୍କ ହୋ ହାଲ୍ଲା ଶୁଣି ସ୍ଥାନୀୟ ପଡୋଶୀ ମାନେ ନିଆଁ କୁ ଆୟତ୍ତ କରିବାକୁ ପ୍ରୟାସ କରିଥିଲେ ଓ କାକଟପୁର ଅଗ୍ନିଶମ ବାହିନୀ ଖବର ପାଇ ଘଟଣା ସ୍ଥଳରେ ପହଂଚି ନିଆଁ କୁ ଆୟତ୍ତ କରିଥିଲେ, ଉକ୍ତ ଅଗ୍ନିକାଣ୍ଡ ରେ ମହେଶ୍ୱର ମହାରଣା ଙ୍କ ୨ ବଖରା ଚାଳ ଘର ପୋଡ଼ି ସମ୍ପୂର୍ଣ୍ଣ ନଷ୍ଟ ହୋଇଛି, ଉକ୍ତ ଘରେ ତାଙ୍କ ର ଲୁଗାପଟା, ଧାନବସ୍ତା ଓ କିଛି ଘରୋଇ ସରଞ୍ଜାମ ମଧ୍ୟ ନଷ୍ଟ ହୋଇଛି, ଖବର ପାଇ କାକଟପୁର ତହସିଲ କଣ୍ଟାପଡା ରାଜସ୍ୱ ନିରୀକ୍ଷକ ଓ ସ୍ଥାନୀୟ ଜନ ପ୍ରତିନିଧି ପହଞ୍ଚି ଘଟଣା ର ସ୍ଥିତି ଅନୁଧ୍ୟାନ କରିଛନ୍ତି l

SPREAD YOUR LOVE WITH YOUR FRIENDS AND FAMILY

Leave a Reply