ଆଜିଠୁ CBSE ଦଶମ ଓ ଦ୍ଵାଦଶ ଶ୍ରେଣୀ ବୋର୍ଡ ପରୀକ୍ଷା ଆରମ୍ଭ ହେବ। ସକାଳ ସାଢ଼େ ୧୦ଟାରୁ ଦିନ ସାଢ଼େ ୧ଟା ଯାଏ ପରୀକ୍ଷା ହେବ। ପରୀକ୍ଷାର୍ଥୀମାନେ ୧୦ଟା ସୁଦ୍ଧା ପରୀକ୍ଷା କେନ୍ଦ୍ରରେ ପ୍ରବେଶ କରିବେ। ସିବିଏସ୍ଇ ଦଶମ ପରୀକ୍ଷା ଆଜିଠୁ ଆରମ୍ଭ ହୋଇ ମାର୍ଚ୍ଚ ୨୧ରେ ଶେଷ ହେବ। ସେହିପରି ଦ୍ୱାଦଶ ପରୀକ୍ଷା ହୋଇ ଏପ୍ରିଲ ୫ରେ ସରିବ।
କୋଭିଡ୍ର ୨ ବର୍ଷ ପରେ ସ୍ୱାଭାବିକ ପରିସ୍ଥିତିରେ ପୂର୍ବ ପରି ଶତ ପ୍ରତିଶତ ସିଲାବସ୍ରେ ଛାତ୍ରଛାତ୍ରୀମାନେ ପରୀକ୍ଷା ଦେବେ। ସାରା ଦେଶରୁ ପ୍ରାୟ ୩୯ ଲକ୍ଷ ପରୀକ୍ଷାର୍ଥୀ ପରୀକ୍ଷା ଦେବେ। ଏଥିପାଇଁ ୭୨୫୦ଟି ପରୀକ୍ଷା କେନ୍ଦ୍ର କରାଯାଇଛି । ଚଳିତବର୍ଷ ଓଡ଼ିଶାରେ ପ୍ରାୟ ୫୦ ହଜାର ଛାତ୍ରଛାତ୍ରୀ ପରୀକ୍ଷା ଦେଉଛନ୍ତି।
ଦ୍ୱାଦଶ ବୋର୍ଡ Entrepreneurship ପେପର୍ରୁ ଆରମ୍ଭ ହୋଇ ସାଇକୋଲୋଜି ପେପର୍ରେ ସରିବ। ଏହି ପରୀକ୍ଷା ବି ସକାଳ ସାଢ଼େ ୧୦ଟାରୁ ଆରମ୍ଭ ହୋଇ ଦିନ ସାଢ଼େ ୧ଟାରେ ସରିବ ବୋଲି ବିଜ୍ଞପ୍ତିରେ ଦର୍ଶାଯାଇଛି। ଦଶମ ଏବଂ ଦ୍ୱାଦଶ ବୋର୍ଡର ସମସ୍ତ ପରୀକ୍ଷାସୂଚୀ ବୋର୍ଡର ୱେବ୍ସାଇଟ୍ cbse.nic.inରେ ଉପଲ୍ଲବ୍ଧ ଅଛି।










