Home / ମୁଖ୍ୟ ଖବର / ରାଷ୍ଟ୍ରୀୟ ୧୦୮ କୁଣ୍ଡୀୟ ମହାଯଜ୍ଞ ଦର୍ଶନକଲେ ପୂର୍ବତନ କଣ୍ଟାବାଞ୍ଝିର ବିଧାୟକ ଲକ୍ଷ୍ମଣ ବାଗ

ରାଷ୍ଟ୍ରୀୟ ୧୦୮ କୁଣ୍ଡୀୟ ମହାଯଜ୍ଞ ଦର୍ଶନକଲେ ପୂର୍ବତନ କଣ୍ଟାବାଞ୍ଝିର ବିଧାୟକ ଲକ୍ଷ୍ମଣ ବାଗ

kanta

ପୁରୀ
ଶ୍ରୀରାମ ସୁନ୍ଦରକାଣ୍ଡ ଚାରିଟେବୁଲ ଟ୍ରଷ୍ଟ (ଗୋବିନ୍ଦ ଗୋଧାମ ଗୋଶାଳା) ଏବଂ ରାଜସ୍ଥାନର ଶ୍ରୀ ସୀତାରାମ ଦାସ ଜୀ ମହାରାଜ ବଲଡାଧାମ ବିକାଶ ସମିତି ମିଳିତ ଆନୁକୁଲ୍ୟରେ ରାଷ୍ଟ୍ରୀୟ ୧୦୮ କୁଣ୍ଡୀୟ ଶ୍ରୀ ଶ୍ରୀ ୧୦୦୮ ଶ୍ରୀ ଜଗନ୍ନାଥ ପରମବ୍ରହ୍ମ ବିଶ୍ୱ କଲ୍ୟାଣ ଶାନ୍ତି ମହାଯଜ୍ଞରେ ଯୋଗଦେଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ହରାଇଥିବା କଣ୍ଟାବାଞ୍ଝିର ବିଧାୟକ ଲକ୍ଷ୍ମଣ ବାଗ । ସେ କହିଥିଲେ ବିଶ୍ୱରେ ଗୋମାତାଙ୍କ ସୁରକ୍ଷା କରିବାରେ ଭାରତ ଏକ ନମ୍ବର ଏବଂ ଦେଶରେ ଗୋ-ସୁରକ୍ଷା କ୍ଷେତ୍ରରେ ଓଡିଶା ଏକ ନମ୍ବର । ପୁରୀରେ ଆୟୋଜିତ ଏହି ମହାଯଜ୍ଞ ଗୋସୁରକ୍ଷା କ୍ଷେତ୍ରରେ ସମସ୍ଥଙ୍କୁ ଅନୁପ୍ରାଣିତ କରି ଆଧ୍ୟାତ୍ମିକ ଭାବନା ଜାଗ୍ରତ କରିବ । ଏହାପରେ ରାଜସ୍ଥାନ ବଲଡାଧାମର ପ୍ରସିଦ୍ଧ ସନ୍ଥ ଶ୍ରୀ ଶ୍ରୀ ୧୦୮ ଶ୍ରୀ ସୀତାରାମ ଦାସ ଜୀ ମହାରାଜଙ୍କର ଦର୍ଶନ କରିଥିଲେ । ଯଜ୍ଞସ୍ଥଳରେ ପୁରୀ ଜିଲ୍ଲା ୱାଟକୋର ମହାପ୍ରବନ୍ଧକ ବିକ୍ରମ ରାଉତ ଯୋଗଦେଇ ଯଜ୍ଞକୁଣ୍ଡ ଦର୍ଶନ ସହିତ ଯଜ୍ଞସ୍ଥଳର ପାବନ ବାତାବରଣରେ ନିଜକୁ ହଜାଇ ଦେଇଥିଲେ । ଅପରାହ୍ନରେ ଗୋବିନ୍ଦ ଗୋଧାମ ଗୋଶାଳାର ପ୍ରତିଷ୍ଠାତା ତଥା ସଂପାଦକ ପଣ୍ଡିତ ବିଷ୍ଣୁ ଚରଣ ପଣ୍ଡା ଜୀ ମହାରାଜଙ୍କ ଦ୍ୱାରା ସଙ୍ଗୀତମୟ ସୁନ୍ଦରକାଣ୍ଡ ପାଠ କରାଯାଇଥିଲା । ଏଥିରେ ଦେଶର ବିଭିନ୍ନ ପ୍ରାନ୍ତରୁ ଆସିଥିବା ଶ୍ରଦ୍ଧାଳୁମାନେ ଉପସ୍ଥିତ ରହି ଜୟଶ୍ରୀରାମ ଧ୍ୱନିରେ ଯଜ୍ଞସ୍ଥଳକୁ ରାମମୟ କରିଥିଲେ । ସମସ୍ତ ଅତିଥିମାନଙ୍କୁ ଅଭ୍ୟର୍ଥନା କମିଟିର ଅଧ୍ୟକ୍ଷା ରଞ୍ଜିତା ପାଢୀ, ଗୋବିନ୍ଦ ଗୋଧାମ ଗୋଶାଳାର ପ୍ରତିଷ୍ଠାତା ତଥା ସଂପାଦକ ପଣ୍ଡିତ ବିଷ୍ଣୁ ଚରଣ ପଣ୍ଡା ଜୀ ମହାରାଜ ସ୍ୱାଗତ କରିଥିଲେ । ଆଜିର କାର୍ଯ୍ୟକ୍ରମକୁ ବରିଷ୍ଠ ସାମ୍ବାଦିକ ତଥା ଟ୍ରଷ୍ଟର ମୁଖପାତ୍ର ବିଷ୍ଣୁଦତ୍ତ ଦାସ ପରିଚାଳନା କରିଥିଲେ ।

SPREAD YOUR LOVE WITH YOUR FRIENDS AND FAMILY