Home / ମୁଖ୍ୟ ଖବର / ସବୁଠୁ ବଡ଼ ବିମାନ ଡିଲ୍‌: ଏୟାର ଇଣ୍ଡିଆ କିଣିବ ୫୪୦ ନୂଆ ବିମାନ

ସବୁଠୁ ବଡ଼ ବିମାନ ଡିଲ୍‌: ଏୟାର ଇଣ୍ଡିଆ କିଣିବ ୫୪୦ ନୂଆ ବିମାନ

airindia

ଏୟାର ଇଣ୍ଡିଆ କିଣିବ ୫୪୦ ନୂଆ ବିମାନ। ଏଥିପାଇଁ ହୋଇଛି ଶହେ ବିଲିୟନ୍ ଡଲାରର ଡିଲ୍। ବିମାନ ଚଳାଚଳ କ୍ଷେତ୍ରରେ ଏହା ସବୁଠାରୁ ବଡ ଡିଲ୍ ବୋଲି କୁହାଯାଉଛି। ଡିଲ୍ ମୁତାବକ ଏୟାର ଇଣ୍ଡିଆ, ଫ୍ରାନ୍ସ କମ୍ପାନୀ ଏୟାରବସ୍ ଏବଂ ଆମେରିକା କମ୍ପାନୀ ବୋଇଂ ଠାରୁ ଏହି ବିମାନ କିଣିବ।

ଏୟାରବସ୍‌ ଠାରୁ ୨୫୦ଟି ବିମାନ କିଣିବା ନେଇ ମେଗା ଡିଲ୍ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରନଙ୍କ ଭର୍ଚୁଆଲ ଉପସ୍ଥିତିରେ ଏହି ଡିଲ୍ ହୋଇଛି।ଆମେରିକା ବିମାନ କମ୍ପାନୀ ବୋଇଂ ଠାରୁ ଟାଟା ମାଲିକାନାରେ ଥିବା ଏୟାର ଇଣ୍ଡିଆ ୨୨୦ଟି ବିମାନ କିଣିବ। ଏହାମଧ୍ୟରେ ୧୯୦ଟି ୭୩୭ ମାକ୍ସ ନେରୋବଡି ଜେଟ୍ ରହିଛି।

ସେହିପରି ୨୦ଟି ୭୮୭ ଏବଂ ୧୦ଟି ୭୭୭ଏକ୍ସଏସ୍ ବିମାନ ରହିଛି। ଏଥିସହ ବୋଇଂ ଠାରୁ ଆଉ ୭୦ଟି ବିମାନ କିଣିବାକୁ ମଧ୍ୟ ସ୍ଥିର ହୋଇଛି। ଏହି ଡିଲ୍ ପରେ ପ୍ରଧାନମନ୍ତ୍ରୀ ମୋଦି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ସହ କଥା ହୋଇଛନ୍ତି।

ଭାରତ ସହ ବ୍ୟାବସାୟିକ ସହଭାଗିତା ବୃଦ୍ଧି ନେଇ ଆମେରିକା ଉତ୍ସୁକ ବୋଲି ରାଷ୍ଟ୍ରପତି ବାଇଡେନ୍ କହିଛନ୍ତି। ସେପଟେ ଏହି ଡିଲ୍‌କୁ ଐତିହାସିକ ବୋଲି ଦର୍ଶାଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି। ସେହିପରି ଫ୍ରାନ୍ସ ସହ ହୋଇଥିବା ୨୫୦ ବିମାନର ଡିଲ୍ ଭାରତ ଏବଂ ଫ୍ରାନ୍ସ ମଧ୍ୟରେ ସମ୍ପର୍କକୁ ଆହୁରି ମଜବୁତ କରିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

SPREAD YOUR LOVE WITH YOUR FRIENDS AND FAMILY

Leave a Reply