ପୁରୀ: ୯/୧୧/୨୦୨୫ – ପରାଧୀନ ଭାରତକୁ ଶୃଙ୍ଖଳ ମୁକ୍ତ କରିବା ପାଇଁ ହୋଇଥିବା ସ୍ୱାଧୀନତା ସଂଗ୍ରାମକୁ ଆଗେଇ ନେବା ନିମନ୍ତେ ଏହି ରାଷ୍ଟ୍ର ଗୀତ ଗାନ କରି ହଜାର ହଜାର ସଂଖ୍ୟାରେ ଦେଶର ବୀରପୁତ୍ରମାନେ ଫାଶୀରେ ଝୁଲି ପ୍ରାଣ ବଳିଦାନ କରିଥିଲେ l ପୂଜ୍ୟପୂଜା ସଂସଦ ପକ୍ଷରୁ ପୁରୀସ୍ଥିତ ସଂଜୀବନୀ ସମ୍ମିଳନୀ କକ୍ଷ ରେ ଆୟୋଜିତ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ସଂସଦର ରାଜ୍ୟ ସଭାପତି କୃଷ୍ଣ ଜଗଦେବ ଦେଶ ମାତୃକାର ସୁରକ୍ଷା ପାଇଁ ଚରମ ତ୍ୟାଗ କରିବାକୁ ଉପସ୍ଥିତ ସମସ୍ତଙ୍କୁ ଆହ୍ୱାନ ଦେଇଥିଲେ l

ସଂସଦର ରାଜ୍ୟ ସମ୍ପାଦକ ବାଙ୍କନିଧି ପ୍ରଧାନଙ୍କ ସଂଯୋଜନାରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଡ଼ା. ଦେବେନ୍ଦ୍ର ତରାଇ, ବରିଷ୍ଠ ନେତା ପ୍ରଭଞ୍ଜନ ମହାପାତ୍ର ଓ ପର୍ଶୁରାମ ବିଶୋଇ ପ୍ରମୁଖ ବନ୍ଦେ ମାତରଂ ରାଷ୍ଟ୍ରଗୀତ ଖାଲି ଏକ ସଂଗୀତ ନୁହେଁ ସ୍ୱାଧୀନତା ସଂଗ୍ରାମର ଉଦାତ୍ତ ଦେଶ ଭକ୍ତିର ଅନ୍ତଃ ସ୍ୱର ବୋଲି କହିଥିଲେ l ସଂସଦର ଅନ୍ୟତମ ସମ୍ପାଦକ ହରିହର ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ l ପ୍ରାରମ୍ଭରେ ଶ୍ରୀ ଜଗଦେବ ସଂପୂର୍ଣ୍ଣ ବନ୍ଦେ ମାତରଂ ରାଷ୍ଟ୍ରଗୀତ ଗାନ କରିଥିଲେ l ଶେଷରେ ବନ୍ଦେ ମାତରଂ ରାଷ୍ଟ୍ର ଗୀତ ଉତ୍ସବ ସାରା ରାଜ୍ୟରେ ପାଳନ କରାଯିବ ବୋଲି ଘୋଷଣା କରିଥିଲେ










