Home / ମୁଖ୍ୟ ଖବର / ମୁମ୍ବାଇ ବିଶ୍ୱର ସବୁଠାରୁ ପ୍ରଦୂଷିତ ସହର, ଏଠି ନିଃଶ୍ୱାସ ନେବାରେ ବି ବିପଦ ।

ମୁମ୍ବାଇ ବିଶ୍ୱର ସବୁଠାରୁ ପ୍ରଦୂଷିତ ସହର, ଏଠି ନିଃଶ୍ୱାସ ନେବାରେ ବି ବିପଦ ।

ଫେବ୍ରୁଆରୀ ମାସରୁ ହିଁ ମୁଣ୍ଡାଫଟା ଖରା ହେଲାଣି । ଗ୍ରାମାଞ୍ଚଳ ଅପେକ୍ଷା ସହରରେ ଅଧିକ ଖରା ଅନୁଭୂତ ହେଲାଣି । ଏସବୁର ମୁଖ୍ୟ କାରଣ ହେଉଛି ପ୍ରଦୂଷଣ । ଆଇକ୍ୟୁଆର ର୍ୟାଙ୍କି ରିପୋର୍ଟ ମୁତାବକ, ମୁମ୍ବାଇ ହେଉଛି ବିଶ୍ୱର ଦ୍ୱିତୀୟ ସର୍ବାଧିକ ପ୍ରଦୂଷିତ ସହର । ଏଠାରେ ନିଶ୍ୱାସ ନେବା ବି ଲୋକଙ୍କ ପାଇଁ କଷ୍ଟକର ହେଉଛି ।

ମୁମ୍ବାଇବାସୀ ଅଧିକ ସ୍ୱଚ୍ଛନ୍ଦରେ ପ୍ରଶ୍ୱାସ ନେଇପାରୁଥିବେ। କିନ୍ତୁ ସ୍ୱିସ୍‌ ଏୟାର୍ ଟ୍ରାକିଂ ଇଣ୍ଡେକ୍ସ ଆଇକ୍ୟୁ ଏୟାର୍ ଅନୁସାରେ ଜାନୁଆରୀ ୨୯ରୁ ଫେବ୍ରୁଆରୀ ୮ ଭିତରେ ସାପ୍ତାହିକ ବିଶ୍ବ ରାଙ୍କିଂରେ ମୁମ୍ବାଇ ଥିଲା ବିଶ୍ୱର ଦ୍ୱିତୀୟ ସବୁଠାରୁ ପ୍ରଦୂଷିତ ମହାନଗରୀ। ଜାନୁଆରି ୨୯ରେ ଆଇକ୍ୟୁଏୟାର୍ ରାଙ୍କିଂରେ ମୁମ୍ବାଇ ୧୦ ନମ୍ବରରେ ଥିବା ବେଳେ ଫେବ୍ରୁଆରି ୨ ବେଳକୁ ଏହା ସବୁଠାରୁ ତଳକୁ ଅର୍ଥାତ୍ ୧ ନମ୍ବରକୁ ଖସିଯାଇଥିଲା। ତା’ ପର ସପ୍ତାହରେ ଫେବ୍ରୁଆରି ୮ରେ ଏହା ଗୋଟିଏ ସ୍ଥାନ ଉପରକୁ ଉଠି ଦ୍ବିତୀୟ ସ୍ଥାନରେ ପହଞ୍ଚିଛି। ଫେବ୍ରୁଆରି ୧୩ ତାରିଖରେ ବାୟୁମାନ ଦୃ‌ଷ୍ଟିରୁ ଏହା ଦିଲ୍ଲୀକୁ ପଛରେ ପକାଇ ବିଶ୍ବର ସବୁଠାରୁ ଅସ୍ୱାସ୍ଥ୍ୟକର ତୃତୀୟ ମହାନଗରୀରେ ପରିଣତ ହୋଇଥିଲା। ଦିଲ୍ଲୀ ଆଜିଯାଏ ଭାରତର ସବୁଠାରୁ ପ୍ରଦୂଷିତ ମେଟ୍ରୋ ତାଲିକାରେ ଶୀର୍ଷରେ ରହିଆସିଥିଲା।

ଜାନୁଆରି ୨୯ରୁ ଫେବ୍ରୁଆରି ୮ ପର୍ୟ୍ୟନ୍ତ ସପ୍ତାହର ସବୁଠୁ ପ୍ରଦୂଷିତ ବିଶ୍ବର ପ୍ରଥମ ୧୦ଟି ସହର ହେଉଛନ୍ତି- ୧. ଲାହୋର (ପାକିସ୍ତାନ), ୨. ମୁମ୍ବାଇ (ଭାରତ), ୩. କା ବୁଲ (ଆଫଗାନିସ୍ତାନ), ୪. କାଓସିୟଙ୍ଗ (ତାଇୱାନ), ୫. ବିସକେକ୍ (କିରଗିଜସ୍ତାନ), ୬. ଆକ୍ରା (ଘାନା), ୭. କ୍ରାକାଓ (ପୋଲାଣ୍ଡ), ୮. ଦୋହା (କାତାର), ୯. ଅସ୍ତାନା (କାଜାଖସ୍ତାନ), ୧୦. ସାଣ୍ଟିଆଗୋ(ଚିଲି)।

SPREAD YOUR LOVE WITH YOUR FRIENDS AND FAMILY

Leave a Reply