ଗୁରୁଡ଼ିଝାଟିଆ: ହାତୀ ହତ୍ୟା ନେଇ ପରିବେଶବିତ୍ମାନେ ଉଦବେଗ ପ୍ରକାଶ କରିଛନ୍ତି। ଆଠଗଡ଼ ବନଖଣ୍ଡ ଏବେ ହାତୀମାନଙ୍କ ପାଇଁ ମରଣଯନ୍ତା ପାଲଟିଛି। ମାସକ ମଧ୍ୟରେ ୩ ଦନ୍ତାକୁ ହତ୍ୟା କରାଯାଇଛି। ଏଥିରୁ ବନ ବିଭାଗର କାର୍ଯ୍ୟଦକ୍ଷତା ପାରିବା ପଣିଆ ଓ ହାତୀ ସୁରକ୍ଷା ନେଇ କେତେ ପ୍ରଯତ୍ନବାନ ତାହା ବେଶ ବାରିହୋଇପଡୁଛି ଏବଂ ପରିବେଶବିତ୍ମାନେ କହିବାକୁ ପଛାଉନାହାନ୍ତି ହାତୀ ହତ୍ୟା ହେଲେ ବନ ବିଭାଗର କି ଯାଏ ? ଆଠଗଡ଼ ବନଖଣ୍ଡଟି ୫ଟି ବନାଞ୍ଚଳକୁ ନେଇ ଗଠିତ। ନରସିଂହପୁର ପୂର୍ବ ଓ ପଶ୍ଚିମ ବନାଞ୍ଚଳ, ବଡମ୍ବା ବନାଞ୍ଚଳ, ଆଠଗଡ଼ ବନାଞ୍ଚଳ ଓ ଖୁଣ୍ଟୁଣୀ ବନାଞ୍ଚଳ ଏଥିରେ ଅନ୍ତର୍ଭୁକ୍ତ। ହାତୀ ଶିକାର କରି ଦାନ୍ତ ଲୁଟିନେବା ପରେ ନିଜର ଅପାଗତାକୁ ଘୋଡାଇବା ପାଇଁ ବିଭାଗୀୟ କର୍ମଚାରୀ କେତେବେଳେ ହାତୀ କଙ୍କାଳକୁ ପୋତି ଦିଅନ୍ତି ତ କେତେବେଳେ ଦେଇଥାନ୍ତି ତାହାର ନଜିର ବଡମ୍ବା ଓ ନରସିଂହପୁର ବନାଞ୍ଚଳରେ ରହିଅଛି। ଏପରିକି ଏଥିରେ ସଂପୃକ୍ତ ବନକର୍ମଚାରୀ ଓ ହାତୀଶିକାରୀଙ୍କୁ ଧରିବା ପାଇଁ ରାଜ୍ୟ ସରକାରଙ୍କ ଅପରାଧ ନିୟନ୍ତ୍ରଣ ଶାଖାର ସ୍ୱତନ୍ତ୍ର କାର୍ଯ୍ୟବଳ ତଦନ୍ତ ମଧ୍ୟ କରୁଛି। ହେଲେ ତାର ଗତି କୁଆଡେ ତାହା ମଧ୍ୟ ସାଧାରଣ ଲୋକ ବୁଝିପାରୁନାହାନ୍ତି। ଏବେ ପୁଣି ମାସକ ଭିତରେ ୩ଟି ହାତୀକୁ ହତ୍ୟା କରିବା ଓ ଦାନ୍ତ ଲୁଟିନେବା ଘଟଣା ବିଭାଗର ବଡପଣ୍ଡାମାନଙ୍କୁ କେତେଯେ ବ୍ୟଥିତ କରିଛି ତାହା ବୁଝାପଡୁନାହିଁ। ଯଦି ହାତୀ ସୁରକ୍ଷା ଓ ତାର ବଂଶ ବିସ୍ତାର ପାଇଁ କିଛି ଦରଦ ଥାଆନ୍ତା ତାହାଲେ ଆଠଗଡ଼ ବନଖଣ୍ଡରେ ଗୋଟିଏ ପରେ ଗୋଟିଏ ହାତୀକୁ ଶିକାରୀମାନେ ଶିକାର କରି ପାରୁନଥାନ୍ତେ। ଏଣୁ ଶିକାରୀମାନେ ବନ ବିଭାଗର ଅଧିକାରୀଙ୍କୁ ଖୋଲା ଚ୍ୟାଲେଞ୍ଜ ଦେଇ ସଫଳ ହେଉଛନ୍ତି ବୋଲି ସାଧାରଣରେ ଆଲୋଚିତ ହେଉଛି। ଖୁଣ୍ଟୁଣୀ ବନାଞ୍ଚଳରେ ଆଖୁ କିଆରୀକୁ ସୁରକ୍ଷା ଦେବା ପାଇଁ ବିଛାଯାଇଥିବା ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଜୀବନ ଚାଲିଯାଇଥିଲା। ଏହାର କିଛି ସପ୍ତାହପରେ ବଡମ୍ବା ଅଞ୍ଚଳରେ ଦୁର୍ବୁତ୍ତମାନେ ହାତୀ ଶିକାର କରି ଦାନ୍ତ ଲୁଟିନେଇଥିଲେ ମଧ୍ୟ ବନ ବିଭାଗ ବହୁ ବିଳମ୍ବରେ ଜାଣିବାକୁ ପାଇଥିଲା। ହେଲେ ଅଭିଯୁକ୍ତବୋଲାଉଥିବା କେତେକକୁ ଆଣି ନିର୍ଧୁମ ମାଡ ମାରିବା ଫଳରେ ଧନେଶ୍ୱର ନାମକ ଅଭିଯୁକ୍ତର ବନବିଭାଗ ହେପାଜତରେ ମୃତ୍ୟୁ ଘଟିଥିଲା। ଯାହାକି ତଦନ୍ତ ଚାଲୁରହିଛି। ପୁଣି ଗତକାଲି ଆଠଗଡ଼ ବନାଞ୍ଚଳ ଅନ୍ତର୍ଗତ ଖୁଣ୍ଟକଟା ଅଞ୍ଚଳରୁ ଏକ ଦନ୍ତାହାତୀର ମୃତ ଦେହକୁ ବନବିଭାଗ ଠାବ କରିଛି। ପ୍ରାଥମିକ ତଦନ୍ତରୁ ତାର ଶୁଣ୍ଢରେ ମାଂସ ଝଡିପଡ଼ିଥିବାରୁ ବିଦ୍ୟୁତ୍ ଆଘାତ ରେ ମୃତ୍ୟୁ ହୋଇଥାଇପାରେ ବୋଲି ବ୍ୟବଚ୍ଛେଦ କରିଥିବା ପ୍ରାଣୀ ଚିକିକତ୍ସକ ପ୍ରକାଶ କରିଥିବା ବେଳେ ବ୍ୟବଚ୍ଛେଦ ରିପୋର୍ଟକୁ ଅପେକ୍ଷା କରାଯାଇଛି। ପୂର୍ବତନ ବନଖଣ୍ଡ ଅଧିକାରୀ ଗୋପିନାଥ ସୁଦର୍ଶଦ ଯାଦବଙ୍କ ସମୟରେ ବଡମ୍ବା ନରସିଂହପୁର ଅଞ୍ଚଳରେ ହାତୀର କଙ୍କାଳ ବାହାରିବା ଘଟଣା ସମଗ୍ର ଭାରତବର୍ଷର ପରିବେଶବିତ୍ଙ୍କୁ ଉଦବେଳିତ କରିଥିଲା। କେନ୍ଦ୍ର ସରକାର ଏହାର ସଠିକ୍ ତଦନ୍ତ ଓ କାର୍ଯ୍ୟାନୁଷ୍ଠାନ ପାଇଁ ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଏପରିକି ଶ୍ରୀ ଯାଦବ ଆଠଗଡ଼କୁ ବଦଳି ହୋଇ ଅନ୍ୟତ୍ର ଯୋଗଦେଇଥିଲେ। ଏବେ କିଛିମାସ ହେଲା ଭାରତୀୟ ବନସେବାର ଡଃ ଯଜ୍ଞଦତ୍ତ ପତି ଦାୟିତ୍ୱ ନେଇଛନ୍ତି। ଏହି ସମୟ ମଧ୍ୟରେ ୩ଟି ଦନ୍ତା ମୃତ୍ୟୁବରଣ କରିଛନ୍ତି। ଏହାପୁଣି କୋଉଠି ବିଦ୍ୟୁତ୍ ଆଘାତରେ ତ ପୁଣି କେଉଁଠି ଶିକାର କରି ଦାନ୍ତ ଲୁଟିନେବା। ତେଣୁ ଏଠାରେ ପ୍ରଶ୍ନ ଉଠୁଛି ସତରେ କଣ ଆଠଗଡ଼ରୁ ହାତୀ ଶିକାରର ଅନ୍ତ ଘଟିବ ନାହିଁ। ଶିକାରୀଙ୍କ ଖୋଲା ଚ୍ୟାଲେଞ୍ଜକୁ ବନବିଭାଗର ବଡପଣ୍ଡାମାନେ ପଣ୍ଡ କରିପାରିବେ ନାହିଁ। ଅପରପକ୍ଷରେ ପରିବେଶବିତ୍ମାନେ ଓ ସାଧାରଣ ଜନତା ଆଠଗଡ଼ରେ ବାରମ୍ବାର ହାତୀ ମୃତ୍ୟୁ ଘଟଣାକୁ ଉଦବେଗ ପ୍ରକାଶ କରି କହିବାକୁ ପଛାଇନାହାନ୍ତି ହାତୀମୃତ୍ୟୁ ହେଲେ ବନ ବିଭାଗର କି ଯାଏ?
ମାସକରେ ମଲେଣି ୩ ଦନ୍ତା
No Comments
February 15, 2023 10:51 am

Previous Article
Next Article

ମୁମ୍ବାଇ ବିଶ୍ୱର ସବୁଠାରୁ ପ୍ରଦୂଷିତ ସହର, ଏଠି ନିଃଶ୍ୱାସ ନେବାରେ ବି ବିପଦ ।
ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ୍ଙ୍କ ସହିତ ଭଲ ଆଲୋଚନା ହେଲା: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

Related Posts
ନୂଆ ଜଗନ୍ନାଥ ସଡ଼କ ଜାତୀୟ ରାଜପଥ ନୋହିଲା
June 9, 2026
ରଥଯାତ୍ରା ରେ ଏଲ ଇ ଡି ଟିଭି ବ୍ୟବସ୍ଥା ପାଇଁ ଭୂମି ପୂଜନ ଅନୁଷ୍ଠିତ।
June 9, 2026





