Home / ମୁଖ୍ୟ ଖବର / ବାହା ହେବାକୁ କନ୍ୟା ମିଳୁ ନାହାନ୍ତି, ଶୋଭାଯାତ୍ରାରେ ବାହାରିବେ ୨ ଶହ ଯୁବକ

ବାହା ହେବାକୁ କନ୍ୟା ମିଳୁ ନାହାନ୍ତି, ଶୋଭାଯାତ୍ରାରେ ବାହାରିବେ ୨ ଶହ ଯୁବକ

ବିବାହ ପାଇଁ କନ୍ୟା ମିଳୁ ନାହାନ୍ତି। ଖାସ୍ ସେଥିପାଇଁ ୨ ଶହ ଯୁବକ ଏକ ଶୋଭାଯାତ୍ରାରେ ବାହାରିବେ। ସେମାନେ ୧୦୫ କିଲୋମିଟର ପଦଯାତ୍ରା କରି ଏକ ପାହାଡ଼ରେ ପହଞ୍ଚିବେ ଏବଂ ସେଠାରେ କନ୍ୟାଟିଏ ପାଇଁ ଭଗବାନଙ୍କୁ ପ୍ରାର୍ଥନା କରିବେ।

ଏହି କଥା ଶୁଣି ଆପଣଙ୍କୁ ତାଜୁବ ଲାଗିପାରେ। କିନ୍ତୁ ଘଟଣାଟି ପୂରା ସତ। ଏହି ଯୁବକମାନଙ୍କ ବିବାହ ବୟସ ଗଡ଼ିଯାଉଥିଲେ ମଧ୍ୟ ସେମାନଙ୍କୁ କନ୍ୟା ମିଳୁ ନାହାନ୍ତି। ଯୋଉଠି ବି ବିବାହ କରିବାକୁ ଚାହୁଁଛନ୍ତି, ସେମାନଙ୍କର କେବଳ ସହରୀ ପୁଅ ପସନ୍ଦ ବୋଲି କହୁଛନ୍ତି।

ଏଭଳି ପରିସ୍ଥିତିରେ ଏହି ଯୁବକ ଏଭଳି ଅଭିନବ ପନ୍ଥା ଆପଣେଇବାକୁ ଯାଉଛନ୍ତି। କର୍ଣାଟକର ମାଣ୍ଡ୍ୟା ଜିଲ୍ଲାରେ ଏମିତି କିଛି ଘଟିବାକୁ ଯାଉଛି। ଆସନ୍ତା ୨୩ ତାରିଖରେ ଏହି ଯୁବକମାନେ ଶୋଭାଯାତ୍ରାରେ ବାହାରିବେ। ଏମ୍‌ଏମ୍ ହିଲ୍ ଉପରେ ଥିବା ଏକ ଶିବ ମନ୍ଦିରରେ ସେମାନେ ପୂଜାର୍ଚ୍ଚନା କରିବେ।

ଡିପି ମଲ୍ଲେସ ନାମକୁ ଜଣେ ଯୁବକ କୁହନ୍ତି, ତାଙ୍କୁ ଏବେ ୩୩ ବର୍ଷ। ତାଙ୍କ ଝିଅ ସାଙ୍ଗମାନେ ବିବାହ କରି ଘର ସଂସାର କଲେଣି। କିନ୍ତୁ ସେ ଏବେ କନ୍ୟା ଖୋଜୁଛନ୍ତି। ଯେଉଁଠି ବି ବିବାହ କରିବାକୁ ଚାହୁଁଛନ୍ତି, ସେମାନେ ସହରୀ ପୁଅକୁ ପସନ୍ଦ କରୁଛନ୍ତି। କିନ୍ତୁ ସେ ପାଠଶାଠ ପଢ଼ି ନିଜ ଉଦ୍ୟମରେ ଚାଷବାସ କରୁଥିଲେ ମଧ୍ୟ ତାଙ୍କୁ କେହି ପସନ୍ଦ କରୁ ନାହାନ୍ତି।

ଏକ ସର୍ଭେରୁ ଜଣାଯାଇଛି ଯେ, ମାଣ୍ଡ୍ୟା ଜିଲ୍ଲାରେ ପୁଅଙ୍କ ତୁଳନାରେ ଝିଅଙ୍କ ସଂଖ୍ୟା କମ୍ ରହିଛି। ଏଠିକାର ପୁଅମାନେ ସାଧାରଣତଃ ଆତ୍ମନିର୍ଭଶୀଳ ହୋଇ କୃଷି କାମରେ ନିୟୋଜିତ ହେଉଛନ୍ତି। ତେବେ ଝିଅଙ୍କ ସଂଖ୍ୟା କମ୍ ରହିଥିବାରୁ ସେମାନେ ବିଶେଷ କରି ଚାକିରିଆ ପୁଅଙ୍କୁ ପସନ୍ଦ କରୁଛନ୍ତି। ଫଳରେ ଏଠାକାର ଯୁବକମାନେ ଅସୁବିଧାରେ ପଡୁଛନ୍ତି।

ବିବାହ ଅପେକ୍ଷାରେ ଥିବା ଏହି ଯୁବକମାନେ ମାନସିକ ଅବସାଦରୁ ମୁକ୍ତି ପାଇଁ ଶୋଭାଯାତ୍ରା ଭଳି ଅଭିନବ ପନ୍ଥା ଆପଣେଇବାକୁ ବାଧ୍ୟ ହୋଇଛନ୍ତି। ଏହି ଘଟଣା ଏବେ ସଂପୃକ୍ତ ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି।

SPREAD YOUR LOVE WITH YOUR FRIENDS AND FAMILY

Leave a Reply