Home / ମୁଖ୍ୟ ଖବର / ‘ଭାରତୀୟ କ୍ରିକେଟରମାନେ ଫିଟ୍ ରଖିବାକୁ ଇଞ୍ଜେକସନ୍ ନିଅନ୍ତି’, ଚେତନ ଶର୍ମାଙ୍କ ମତକୁ ନେଇ ହୟିଚୟି

‘ଭାରତୀୟ କ୍ରିକେଟରମାନେ ଫିଟ୍ ରଖିବାକୁ ଇଞ୍ଜେକସନ୍ ନିଅନ୍ତି’, ଚେତନ ଶର୍ମାଙ୍କ ମତକୁ ନେଇ ହୟିଚୟି

ଭାରତୀୟ କ୍ରିକେଟରମାନେ ନିଜକୁ ଫିଟ୍ ରଖିବା ପାଇଁ ଯନ୍ତ୍ରଣା ଉପଶମ ଇଞ୍ଜେକସନ୍ ନେଉଛନ୍ତି। ଆହତ ଥିବା ସତ୍ତ୍ୱେ ଦଳର ଚୟନ ବେଳେ ଫିଟ୍ ରହିବାକୁ ଏହି ଇଞ୍ଜେକସନ୍ ଉପରେ ସେମାନେ ନିର୍ଭର କରନ୍ତି। ଏନେଇ ବିସିସିଆଇ ମୁଖ୍ୟ ଚୟନକର୍ତ୍ତା ଚେତନ ଶର୍ମା କହିବା ପରେ ଭାରତୀୟ କ୍ରିକେଟ ଜଗତରେ ନୂଆ ବିବାଦ ଆରମ୍ଭ ହୋଇଯାଇଛି।

ଚେତନ ଶର୍ମା ଏକ ଘରୋଇ ଟିଭି ଚ୍ୟାନେଲ ପକ୍ଷରୁ କରାଯାଇଥିବା ଷ୍ଟିଙ୍ଗ ଅପରେସନ୍ ବେଳେ ଏଭଳି ସାଂଘାତିକ ତଥ୍ୟ ଦେଇଛନ୍ତି। ଭାରତୀୟ କ୍ରିକେଟ୍ ଟିମର କିଛି ବଡ଼ ଓ ଅଭିଜ୍ଞ କ୍ରିକେଟର ମାନେ ମଧ୍ୟ ଇଞ୍ଜେକସନ୍ ନେଇଥାନ୍ତି। ସେମାନେ ନିଜର ବ୍ୟକ୍ତିଗତ ଡାକ୍ତର ରଖିଛନ୍ତି। ଯେତେବେଳେ ବି ଏହି ଖେଳାଳିମାନେ ଆହତ ହୁଅନ୍ତି, ସେତେବେଳେ ଡାକ୍ତର ତାଙ୍କୁ ଫିଟ୍ କରାଇବା ପାଇଁ ଇଞ୍ଜେକସନ୍ ଯୋଗାଇ ଦେଇଥାନ୍ତି। ବହୁ ଖେଳାଳି ୮୦ରୁ ୮୫ ପ୍ରତିଶତ ଫିଟ୍ ନ ଥିବା ସତ୍ତ୍ୱେ ଏହି ଇଞ୍ଜେକ୍‌ସନ ନେଇ ଖେଳିବାକୁ ଓହ୍ଲାଇ ଥାନ୍ତି। ଗତ ସେପ୍ଟେମ୍ବର ଅଷ୍ଟ୍ରେଲିଆ ଟୁର୍‌ ବେଳେ ବୁମ୍‌ରାଙ୍କ ଫିଟ୍‌ନେସ୍‌କୁ ନେଇ ଟିମ୍‌ ମ୍ୟାନେଜମେଣ୍ଟ ସହ ମତାନ୍ତର ହୋଇଥିଲା ବୋଲି ଚେତନ ଶର୍ମା ସୂଚନା ଦେଇଛନ୍ତି।

ବିରାଟ କୋହଲି, ରୋହିତ ଶର୍ମା ଓ ସୌରଭ ଗାଙ୍ଗୁଲିଙ୍କ ଉପରେ ମଧ୍ୟ ଗୁରୁତ୍ୱପୂର୍ଣ୍ଣ କଥା କହିଛନ୍ତି ଚେତନ । ସେ କହିଛନ୍ତି, ୨୦୨୧ରେ ଟି-୨୦ ବିଶ୍ୱକପ୍ ପୂର୍ବରୁ କୋହଲି ଦଳର ନେତୃତ୍ୱ ଛାଡିବା ପାଇଁ ଚାହିଁଥିଲେ। ରୋହିତ ଓ କୋହଲିଙ୍କ ମଧ୍ୟରେ ବିବାଦ ନୁହେଁ, ଅହଙ୍କାର ରହିଛି। ଈର୍ଷା ଓ ଭୁଲ ବୁଝାମଣା ଯୋଗୁଁ କୋହଲି ଓ ଗାଙ୍ଗୁଲିଙ୍କ ମଧ୍ୟରେ ଫାଟ ସୃଷ୍ଟି ହୋଇଥିଲା ବୋଲି ଚେତନ ଶର୍ମା ଷ୍ଟିଙ୍ଗ ଅପରେସନ୍ ବେଳେ କହିଛନ୍ତି। ଯାହାକୁ ନେଇ କ୍ରିକେଟ ଜଗତରେ ଝଡ଼ ସୃଷ୍ଟି ହୋଇଛି।

SPREAD YOUR LOVE WITH YOUR FRIENDS AND FAMILY

Leave a Reply