Home / ଶୋକ / ସଡ଼କ ଦୁର୍ଘଟଣାରେ ୪ଜଣଙ୍କ ମୃତ୍ୟୁକୁ ନେଇ ଶୋକାକୁଳ ନୟାଗଡ଼ ସହର।

ସଡ଼କ ଦୁର୍ଘଟଣାରେ ୪ଜଣଙ୍କ ମୃତ୍ୟୁକୁ ନେଇ ଶୋକାକୁଳ ନୟାଗଡ଼ ସହର।

dead1

ନୟାଗଡ଼ – ତା ୧୬.୫.୨୫ରିଖ ( ଭାସ୍କର ଚନ୍ଦ୍ର ସ୍ୱାଇଁ ) – ସୂଚନା ଅନୁଯାୟୀ ୧୦ ଘଟିକା ସମୟରେ ନୟାଗଡ଼ ପୁରୁଣା ସହରଠାରେ ଶୋକାକୂଳ ପରିବେଶ ଦେଖିବାକୁ ମିଳିଛି । କାର ଦୁର୍ଘଟଣା ରେ ପୁରୁଣା ସହରର ଗୋଟିଏ ପରିବାରର ମୃତ। ଶୋକାକୁଳ ପରିବେଶରେ ୪ଜଣକୁ ଶବ ଶୋଭା ଯାତ୍ରାରେ ନିଆଯାଇ ଶବ ଦାହ କରାଯାଇଛି। ନୟାଗଡ ପୁରୁଣା ସହରର ସୁଦୀପ୍ତ କୁମାର ସିଂ ସାମନ୍ତ ପ୍ରତିବର୍ଷ ଭଳି ଏହି ବର୍ଷ ମଧ୍ୟ ଖରାଛୁଟି କାଟିବା ପାଇଁ ମାଲକାନଗିରିରେ ରହୁଥିବା ବଡ଼ ଭାଇଙ୍କ ଘରକୁ ଯାଉଥିବା ବେଳେ ଶୁକ୍ରବାର ଭୋର ୫ ଟା ସମୟରେ ବୈପାରୀ ଗୁଡା ଠାରେ ଗଛକୁ ପିଟି ଦୁର୍ଘଟଣାର ଶିକାର ହୋଇଛନ୍ତି। ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ପୁରୁଣା ସହର ବାସିନ୍ଦା ସୁଦୀପ୍ତଙ୍କ ମା, ମାଇଁ ଶାଶୂ ଏବଂ ତାଙ୍କ ଜଣେ ବନ୍ଧୁ ପୁରୁଣା ସହର ବିରଞ୍ଚି ବେହେରା ଘଟଣାସ୍ଥଳରେ ହିଁ ମୃତ୍ୟୁବରଣ କରିଥିଲାବେଳେ ସ୍ୱଦୀପ୍ତ ଓ ତାଙ୍କ ପୁଅ ଗୁରୁତର ଭାବେ ଆହତ ହୋଇଛନ୍ତି। ଗୁରୁତର ପତ୍ନୀଙ୍କୁ କୋରାପୁଟ ମେଡିକାଲ କଲେଜକୁ ସ୍ଥାନାନ୍ତର କରାଯାଇଥିଲା। କୋରାପୁଟ ମେଡିକାଲ କଲେଜରେ ଚିକିତ୍ସା ସମୟରେ ପତ୍ନୀଙ୍କ ମୃତ୍ୟୁ ହୋଇଥିବା ବେଳେ ପୁଅର ଗୋଡ଼ ଭାଙ୍ଗି ଥିବା ଓ ସୁଦୀପ୍ତଙ୍କ ହାତ ଭାଙ୍ଗି ଯାଇଥିବା ଜଣାଯାଇଛି।

whatsapp image 2025 05 18 at 14.02.08 a12c4b56

ଏମାନେ ବୈପାରିଗୁଡ଼ା ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ଦୁର୍ଘଟଣା ସଂପର୍କରେ ଖବର ପାଇ ବୈପାରିଗୁଡ଼ା ପୁଲିସ ଏବଂ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି କାର୍ ଭିତରୁ ମୃତଦେହକୁ ବାହାର କରିଥିଲେ।ବୈପାରୀଗୁଡା ଡାକ୍ତର ଖାନାରେ ମୃତକଙ୍କ ଶବ ବ୍ୟବଛେଦ କରାଯାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା। ଆମ୍ବୁଲାନ୍ସ ମାଧ୍ୟମରେ ଶବ ନ଼ୟାଗଡ ପୁରୁଣା ସହରରେ ପହଂଚିବା ପରେ ପୁରୁଣା ସହରରେ ପରିବାର ଓ ପ୍ରିୟଜନଙ୍କ ମଧ୍ୟରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଥିଲା। ଶବ ପହଂଚିବା ପରେ ଏହି ହୃଦୟ ବିଦାରକ ଦୃଶ୍ୟ ଦେଖି ଅଂଚଳରେ ଶୋକର ଛାୟା ଖେଳି ଯାଇଥିଲା। ଶବ ଗୁଡିକୁ ଶୋଭାଯାତ୍ରାରେ ନେଇ ଅନ୍ତିମ ସଂସ୍କାର କରାଯାଇଥିଲା।

SPREAD YOUR LOVE WITH YOUR FRIENDS AND FAMILY