Home / ମୁଖ୍ୟ ଖବର / ସଂସ୍କୃତିକୁ ଭୁଲି ପାରୁନାହାନ୍ତି ବାଲେଶ୍ଵର ସାଂସଦ, ଦିଲ୍ଲୀ ସରକାରୀ ବାସଭବନରେ ତିଆରି କଲେ ମାଟିଘର

ସଂସ୍କୃତିକୁ ଭୁଲି ପାରୁନାହାନ୍ତି ବାଲେଶ୍ଵର ସାଂସଦ, ଦିଲ୍ଲୀ ସରକାରୀ ବାସଭବନରେ ତିଆରି କଲେ ମାଟିଘର

ନୀଳଗିରି ୧୫/୦୨: ବାଲେଶ୍ଵର ସାଂସଦ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ । ସର୍ବଦା ରାଜନୀତିର ଚର୍ଚ୍ଚିତ ଚେହେରା । ଏବେ ଜୀବନ ଶୈଳୀଙ୍କୁ ନେଇ ପୁଣି ଚର୍ଚ୍ଚା ପରିସରକୁ ଆସାଯାଇଛନ୍ତି । ପୂର୍ବରୁ ନିଜ ବାସଭବନ ଓ ଅତି ସାଧାରଣ ଜୀବନ ଶୈଳୀକୁ ନେଇ ଜାତୀୟ ଗଣମାଧ୍ୟମର ଶିରୋନାମା ପାଲଟିଥିଲା । ପୁଣି ଦିଲ୍ଲୀରେ ସରକାରୀ ବାସଭବନ ପରିସରରେ ମାଟି ଓ ନଡ଼ାଛପର ଘର କରି ପୁଣି ଚର୍ଚ୍ଚାକୁ ଆସିଛନ୍ତି ।

ସୂଚନାଥାଉକି, ବାଲେଶ୍ଵର ଜିଲ୍ଲା ଗୋପୀନାଥପୁର ସ୍ଥିତ ଏକ ଚାଳ ଛପର ଘରୁ ବିଜେପିର ଚର୍ଚ୍ଚିତ ଚେହେରା ପାଲଟିଛନ୍ତି ପ୍ରତାପ ଷଡ଼ଙ୍ଗୀ । ପୂର୍ବରୁ ନୀଳଗିରି କଲେଜରେ କିରାଣୀ ଚାକିରି କରି ବିଶ୍ୱହିନ୍ଦୁ ପରିଷଦ, ବଜରଙ୍ଗ ଦଳ, ଦୁର୍ଗାବାହିନୀ, ମଦ ବିରୋଧୀ ଆନ୍ଦୋଳନର ନେତୃତ୍ୱ ନେଇ ଦେଶ ମାତୃକା ପାଇଁ ନିଜର ନିଷ୍ଠା ପ୍ରତିପାଦିତ କରିଥିଲେ ।

ପରେ ୨୦୦୪ ମସିହାରେ ବିଜେପି ଦଳରୁ ବିଧାୟକ ଟିକେଟ ପାଇ ବିଜୟୀ ହେବା ସହ ୨୦୦୯ ରେ ମଧ୍ୟ ପୁଣି ବିଧାୟକ ହୋଇଥିଲେ । ପରେ ବାଲେଶ୍ଵର ସାଂସଦ ରେ ଦଳ ଆସ୍ଥାରଖି ଟିଜେଟ ଦେଇଥିଲେ ବି ସେ ପରାଜୟ ସ୍ୱୀକାର କରିଥିଲେ । ମୋଦିଙ୍କ ଅତି ବିଶ୍ୱସ୍ତ ଭାବେ ପରିଚିତ ଥିବା ବେଳେ ପୁଣି ୨୦୧୯ ରେ ତାଙ୍କୁ ବିଜେପି ଟିକେଟ ଦେଇଥିଲା ।

ମୋଦିଙ୍କ ନିର୍ମଳ ଶାସନ ଓ ନିଜର ସ୍ଵଛ ଓ ସରଳ ଜୀବନ ଯାପନ ପାଇଁ ଜିଲ୍ଲାବାସୀ ତାଙ୍କୁ ବିଜୟୀ ସୂଚକ ମୁକୁଟ ପିନ୍ଧାଇ ଥିଲେ।ହେଲେ ସେ ତାଙ୍କର ସେହି ସରଳ ଜୀବନ ଯାପନ ଭୁଲି ପାରିନଥିଲେ । ସେହି ନିମ୍ବ ଦାନ୍ତକାଠି, ଟିଉବେଲ ମାରି ଗାଧୋଇବା, ପୋଖରୀରେ ଗାଧୋଇବା ସାଙ୍ଗକୁ ମନ୍ଦିରରେ ଝାଡୁମାରିବା ପରେ ପୂଜାକରିବା,ଚାଳ ଛପର ତଳେ ବସି ଖାଇବା ଭଳି ନିତିଦିନିଆ କାର୍ଯ୍ୟ ଭୁଲୁନଥିଲେ ।

ଖାଲି ସେତକ ନୁହଁ ଛୋଟ ଛୋଟ ପିଲାମାନେ ତାଙ୍କର ଜୀବନ ସଦୃଶ ଥିବା ବେଳେ ଆଦିବାସୀ ପିଲା ମାନଙ୍କୁ ନିଜସ୍ୱ ଖର୍ଚ୍ଚରେ ପାଠ ପଢ଼ାଉଥିଲେ। ପିଲାଙ୍କ ସାଇକେଲ ଛଡାଇ ଚଳାଇବା ତାଙ୍କର ଦୁର୍ବଳତା ଥିଲା।ଏଭଳି ଘଟଣା ଜାତୀୟ ଗଣମାଧ୍ୟମ ରେ ବେଶ ଚର୍ଚ୍ଚା ଧରିଥିଲା । ଏପରିକି ପ୍ରଧାନମନ୍ତ୍ରୀ ମୋଦି ତାଙ୍କୁ ଗୁରୁତ୍ୱପୂର୍ଣ୍ଣ ମନ୍ତ୍ରୀପଦ ଦେଇଥିଲେ । ଏହାପରେ ମଧ୍ୟ ସେ ନିଜର ସେହି ସରଳ ଜୀବନ ଯାପନ କରିଥିଲେ। ଏପରିକି ତାଙ୍କ ବାସଭବନରେ ଶଙ୍କରାଚାର୍ଯ୍ୟ, ରାଜ୍ୟପାଳ,କେନ୍ଦ୍ରମନ୍ତ୍ରୀ ଓ କେନ୍ଦ୍ରୀୟ ଅଧିକାରୀ ବୁଲିବାକୁ ଆସି ତାଙ୍କର ଜୀବନ ଶୈଳୀ ଦେଖି ଆଶ୍ଚର୍ଯ୍ୟ ପ୍ରକଟ କରିଥିଲେ ।

SPREAD YOUR LOVE WITH YOUR FRIENDS AND FAMILY

Leave a Reply