Home / ମୁଖ୍ୟ ଖବର / ହକ ପାଇଁ ଜନସାଧାରଣଙ୍କ ଲଢେଇ

ହକ ପାଇଁ ଜନସାଧାରଣଙ୍କ ଲଢେଇ

ପ୍ରଧାନମନ୍ତ୍ରୀ ଆବାସ ଓ ଫନି ସହାୟତା ପ୍ରଦାନରେ ବ୍ୟାପକ ଅନିୟମିତତା ଏବଂ ଦୁର୍ନିତୀ ପ୍ରତିବାଦରେ ଆଜି ସତ୍ୟବାଦୀର ଅନୁଷ୍ଟିତ ହୋଇଯାଇଛି ବିଶାଳ ଶୋଭାଯାତ୍ରା ଏବଂ ବିକ୍ଷୋଭ ପ୍ରଦର୍ଶନ।
ନିଜର ହକ୍ ହାସଲ ପାଇଁ ସତ୍ୟବାଦୀ ବ୍ଲକ୍ ସାମନାରେ “ପ୍ରୟାସ” ପାରିବାର ତରଫରୁ ସତ୍ୟବାଦୀ ଯୁବନେତା ଶ୍ରୀ କାମାକ୍ଷା ପ୍ରଧାନଙ୍କ ନେତୃତ୍ୱରେ ଅନୁଷ୍ଟିତ ବିଶାଳ ଗଣ ବିକ୍ଷୋଭ ସମାବେଶରେ ସତ୍ୟବାଦୀ ଅଞ୍ଚଳର ହଜାର ହଜାର ମହିଳା, ପୁରୁଷ ସାମିଲ ହୋଇ ମାନନୀୟ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ବ୍ଳକ୍ ଉନ୍ନୟନ ଅଧିକାରୀଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି

ସତ୍ୟବାଦୀ ବ୍ଲକ ରେ ସମ୍ଭାବ୍ୟ ଆବାସ ଯୋଜନା ତାଲିକାରେ ବ୍ୟାପକ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି l ଅନେକ ଯୋଗ୍ୟ ହିତାଧୀକାରୀ ଙ୍କୁ ଯୋଜନରେ ସାମିଲ କରାଯାଉ ନ ଥିବା ବେଳେ ଅନେକ ଅଯୋଗ୍ୟ ହିତାଧୀକାରୀ ଙ୍କୁ ତାଲିକାରେ ସାମିଲ କରାଯାଇଛି | ଅନିୟମିତତା ର ତଦନ୍ତ କରି ଅଯୋଗ୍ୟ ଙ୍କୁ ତାଲିକାରୁ ବାଦ୍ ଦେଇ ଯୋଗ୍ୟ ହିତାଧିକାରୀଙ୍କୁ ସାମିଲ କରିବାକୁ ଦାବିପତ୍ର ରେ ଉଲ୍ଲେଖ କରିଛନ୍ତି | ଅଗକୁ ନିର୍ବାଚନ ଆସୁଥିବାରୁ ଆଜି କାମାକ୍ଷା ପ୍ରଧାନଙ୍କ ହଜାର ହଜାର ସଂଖ୍ୟାରେ ଜନସାଧାରଣ ଙ୍କୁ ନେଇ ଆୟୋଜିତ ହୋଇଥିବା ଶୋଭାଯାତ୍ରା କୁ ନେଇ ରାଜନୀତି ମହଲରେ ବେଶ୍ ଚର୍ଚ୍ଚା ହେଉଛି।

SPREAD YOUR LOVE WITH YOUR FRIENDS AND FAMILY

Leave a Reply