Home / ଶିକ୍ଷା / ଜାତୀୟ ବିଜ୍ଞାନ ଦିବସ ପାଳିତ

ଜାତୀୟ ବିଜ୍ଞାନ ଦିବସ ପାଳିତ

ଅସ୍ତରଙ୍ଗ,,ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ଅଧିନ ଜନତା ଉଚ୍ଚ ବିଦ୍ୟାଳୟ ବାନ୍ତିଲୋ ଠାରେ ମଙ୍ଗଳବାର ଦିନ ଜାତୀୟ ବିଜ୍ଞାନ ଦିବସ୨୦୨୩, ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ସନ୍ତୋଷ କୁମାର ପରିଡ଼ା ଙ୍କ ଅଧ୍ୟକ୍ଷ ତାରେ ନିରାଡମ୍ୱର୍ ଭାବରେ ପାଳୀତ ହୋଇ ଯାଇ ଅଛି । ଏଥିରେ ବିଦ୍ୟାଳୟ ର ବରିଷ୍ଟ ଶିକ୍ଷକ ଚିତ୍ତରଞ୍ଜନ ବିଶ୍ଵାଳ,ବିଜ୍ଞାନ ଶିକ୍ଷକ ଶ୍ରୀଧର କୁମାର ସାହୁ,ଅଜିତ ରାଉତ,ବିଜ୍ଞାନ ଦିବସର ଆଭିମୁଖ୍ୟ ସମ୍ପର୍କ ରେ ଆଲୋକପାତ କରିଥିଲେ । ଆଧୁନିକ ପଦାର୍ଥ ବିଜ୍ଞାନ କୁ ସାର୍ ଚନ୍ଦ୍ରଶେଖର ଭେଙ୍କଟରମଣ ଙ୍କ ଯୁଗାନ୍ତ କାରି ଆବିଷ୍କାର ସମ୍ପର୍କରେ ବକ୍ତା ମାନେ ଆଲୋଚନା କରିଥିଲେ । ସ୍ଵଳ୍ପ ଅର୍ଥ ବ୍ୟୟରେ କିପରି ଶୀର୍ଷ ରେ ପହଂଚିବାର ଶୈଳୀ ଓ ବୈଜ୍ଞାନିକ ଜ୍ଞାନ କୌଶଳ ଗବେଷଣା କରାଯାଇ ପାରିବ ଭେଙ୍କଟରମଣ ଚେଷ୍ଟା ଆଲୋଚନା ଶୀର୍ଷକ ଓ ଚିତାକର୍ଷକ ଥିଲା ବୋଲି ନିଜ ନିଜ ବକ୍ତବ୍ୟରେ ବକ୍ତାମାନେ ମତବ୍ୟକ୍ତ କରିଥିଲେ । ଦୈନଦିନ ଜୀବନରେ ବିଜ୍ଞାନର ଆବଶ୍ୟକତା କଣ ଉପସ୍ଥିତ ଥିବା ଛାତ୍ର ଛାତ୍ରୀ ମାନଙ୍କୁ ଗୁରୁମନ୍ତ୍ର ଦିଆ ଯାଇଥିଲା । ପୂର୍ବରୁ ବିଭିନ୍ନ ପ୍ରତିଯୋଗିତାରେ ଭାଗ ନେଇଥିବା ଛାତ୍ର ଛାତ୍ରୀ ଙ୍କ ଭିତରୁ କୃତି ହାସଲ କରିଥିବା ଛାତ୍ର ଛାତ୍ରୀ ମାନଙ୍କୁ ବିଦ୍ୟାଳୟ ତରଫରୁ ପୁରସ୍କୃତ କରା ଯାଇଥିଲା ।

SPREAD YOUR LOVE WITH YOUR FRIENDS AND FAMILY

Leave a Reply