କାକଟପୁର ତା ୩/୩ ଅସ୍ତରଙ୍ଗ ର ମା ତାରିଣୀ ସ୍ପୋର୍ଟିଂ କ୍ଲବ୍ ଦ୍ୱାରା ନିକଟସ୍ଥ ଚୌଧୁରୀ ଷ୍ଟାଡିୟମରେ ଆୟୋଜିତ ରାଜ୍ୟସ୍ତରୀୟ କ୍ରିକେଟ୍ ପ୍ରତିଯୋଗିତାର ଶେଷ କ୍ବାଟର ଫାଇନାଲ ଶୁକ୍ରବାର ଦିନ ମଞ୍ଚେଶ୍ୱର ଭୁବନେଶ୍ୱର ଏବଂ ସନସାଇନ ପିପିଲି ମଧ୍ୟରେ ଆୟୋଜିତ ହୋଇଯାଇଛି| ସଭାପତି ମନୋଜ ବିଶ୍ୱାଳ ,କ୍ରୀଡା ସମ୍ପାଦକ ସମୀର କୁମାର କର ,ସଂଯୋଜକ ସୁଦୀପ୍ତ ରାଉତ, ସରୋଜ ପ୍ରଧାନ ,ସଂଜୟ ପ୍ରଧାନ, ଦିଲ୍ଲୀପ ଦାସ, ମହେଶ ସାର, ପ୍ରକାଶ ବେହେରା ରମାରଞ୍ଜନ ମହାନ୍ତି, ଏବଂ କ୍ଳବ ର ଅନ୍ୟ ସମସ୍ତ ସଭ୍ୟବୃନ୍ଦ ଉପସ୍ଥିତ ରହି ମ୍ୟାଚ ପରିଚାଳନା କରିଥିଲେ । ପ୍ରଥମେ ମଞ୍ଚେଶ୍ୱର ଭୁବନେଶ୍ୱର ଅଧିନାୟକ ଟଚ୍ ଜିତି ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ସମସ୍ତ ଉଇକେଟ୍ ହରାଇ ୧୫୧ ରନ୍ ସଂଗ୍ରହ କରିଥିଲେ । ଦ୍ଵିତୀୟ ଇନୀଙ୍ଗିସ ରେ ୧୫୨ ରନ ଲକ୍ଷ୍ୟ ପିଛା କରି ସନସାଇନ ପିପିଲି ନିର୍ଦ୍ଦାରୀତ 20 ଓଭରରେ ସମସ୍ତ ଉଇକେଟ୍ ହରାଇ ୧୩୮ ରନ କରି ୧୩ ରନରେ ପରାଜୟ ସ୍ୱୀକାର କରିଥିଲା l ମଞ୍ଚେଶ୍ୱର ପକ୍ଷରୁ ରବୀନ୍ଦ୍ର 4 ଓଭର ବୋଲିଂ କରି ୨୬ ରନ ଦେବା ସହିତ ୩ ଟି ଉଇକେଟ ଅକ୍ତିଆର କରି ମ୍ୟାନ୍ ଅଫ୍ ଦି ମ୍ୟାଚ୍ ରୂପେ ବିବେଚିତ ହୋଇ ଥିଲେ। ଦକ୍ଷ ଅମ୍ପେୟାର ସନ୍ତୋଷ ଏବଂ କୁମାର ବାପି ଖେଳ ପରିଚାଳନା କରିଥିଲେ। ମହେଶ ସାର,ଦୀପକ ଦାସ ଖେଳର ଧାରା ବିବରଣୀ ପ୍ରଦାନ କରିଥିଲେ।
Social Icons
Featured Posts











