ଧୀରେ ଧୀରେ ଜନସଂଖ୍ୟା ବୃଦ୍ଧି ଓ ଶୂନ ସାନ ଜାଗାକୁ ମନୁଷ୍ୟ ଆପଣାଇବା ଓ ଚାରିଆଡେ ବଣ ଜଙ୍ଗଲ କୁ କାଟି ସବୁଜ ବଳୟ କୁ ଭାଙ୍ଗି ଚାରିଆଡେ ଇଟା,ପଥର କାନ୍ଥ ରେ ଗୃହ ଓ ଅନ୍ୟାନ କମ୍ପାନୀ ର ବିଲଡିଂ ତିଆରି କରିବା ବାହାନାରେ ଆସ୍ତେ ଆସ୍ତେ ବିଲୁପ୍ତ ହୋଇଯାଉଛି ବଣ ଜଙ୍ଗଲ ତା ସହିତ ଭାଙ୍ଗି ଯାଉଛି ବନ୍ୟପ୍ରାଣୀ ଙ୍କ ବାସଗୃହ, ସବୁଜ ବଳୟ କୁ ଭାଙ୍ଗି ତିଆରି ହେଉଛି ବିରାଟ ବିରାଟ ଅଟ୍ଟାଳିକା,ଦିନ ଥିଲା ମଣିଷ ଯେଉଁଠିକୁ ଯିବାକୁ ଡରୁଥୁଲା ଏବେ ତାର ସ୍ଥାଇ ଠିକଣା,ଖାଦ୍ୟ ଅନେଶ୍ୱଣ ରେ ଗାଁ ମୁହାଁ ହେଉଛନ୍ତି ବନ୍ୟ ଜନ୍ତୁ, ଯାହାକି ଗତ କାଲି ରାତିରେ କାକଟପୁର ନିକଟସ୍ଥ ବାଜପୁର ଗ୍ରାମରେ ଗାଦି ଛକ ନିକଟରେ ଥିବା ହନୁମାନ ମନ୍ଦିର ଭିତରକୁ ପସି ଆସିଥିଲା ଏକ ହରିଣ ସ୍ଥାନୀୟ ଗ୍ରାମବାସୀ ଓ ବରିଷ୍ଠ ସାମ୍ବାଦିକ ବ୍ରଜ କିଶୋର ସାହୂ, ଗଗନ ନନ୍ଦୀ ଓ ସ୍ନେକ ହେଲ୍ପ ଲାଇନ ର ସଦସ୍ୟ ବ୍ରଜ ବନ୍ଧୁ ସାହୂ ପ୍ରମୁଖ ମନ୍ଦିର ଗେଟ କୁ ବନ୍ଦ କରି ଫରେଷ୍ଟ ବିଭାଗ କୁ ଫୋନ କରିଥିଲେ ଫରେଷ୍ଟ ବିଭାଗ ଆସିବା ପର୍ଯ୍ୟନ୍ତ ଗାଁ ଲୋକ ମାନେ ଜଗି ବସିଥିଲେ ହରିଣ କୁକୁର ଗୋଡ଼ାଇବା କାରଣରୁ ହଟାତ ମନ୍ଦିର ଭିତରେ ଥିବା ଅର୍ଗଳୀ ରେ ତାର ଗୋଡ଼ ଓ ମୁଣ୍ଡ ପଶିବା ଦ୍ୱାରା ହରିଣ ର ମୁଣ୍ଡରେ ସାମାନ୍ୟ କ୍ଷତ ହୋଇ ରକ୍ତ ବୋହୁଥିଲା ଫରେଷ୍ଟ ବିଭାଗ ପହଞ୍ଚି ଆହତ ହରିଣକୁ କୋଣାର୍କ ବାଲୁକା ଖଣ୍ଡ ଅଭୟlରଣ୍ୟ ନେଇଥିବା ଜଣା ପଡିଛି, ଏଠାରେ ପ୍ରଶ୍ନ ଉଠେ ବନ୍ୟ ପ୍ରାଣୀ ମାନଙ୍କର ଗାଁ ମୁହାଁ ପାଇଁ ଦାଈ କିଏ ମନୁଷ୍ୟ ସମାଜ ନୁଁହେତ
ଖାଦ୍ୟ ଅନ୍ୱେଷ୍ୟଣରେ ଗାଁ ମୁହାଁ ହରିଣ
No Comments
March 6, 2023 7:02 am

Previous Article
Next Article

ମଞ୍ଚେଶ୍ୱର କୁ ହରାଇ ଦ୍ଵିତୀୟ ଦଳ ଭାବରେ ଫାଇନାଲରେ ଏସିସି ଜଗତସିଂହପୁର
ସତୀଶ କୌଶିକଙ୍କର ପରଲୋକ । ଅନୁଭବି ଅଭିନେତା-ନିର୍ଦ୍ଦେଶକଙ୍କ ଅକାଳ ବିୟୋଗରେ ବଲିଉଡ ଆଶ୍ଚର୍ଯ୍ୟ ପ୍ରକଟ କରିଛି

Related Posts
ଶ୍ରୀମନ୍ଦିର ପ୍ରବେଶ ଓ ମହାପ୍ରଭୁଙ୍କ ଦର୍ଶନ ବ୍ୟବସ୍ଥା ଦାବିରେ ୧୬୧ ଦିନରେ ପ ...
September 9, 2026
ପୁରୀ ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟର ସ୍ନାତକ ସମାରୋହରେ ଯୋଗଦେଲେ ରାଜ୍ଯ ...
September 9, 2026





