Home / ମୁଖ୍ୟ ଖବର / ମଞ୍ଚେଶ୍ୱର କୁ ହରାଇ ଦ୍ଵିତୀୟ ଦଳ ଭାବରେ ଫାଇନାଲରେ ଏସିସି ଜଗତସିଂହପୁର 

ମଞ୍ଚେଶ୍ୱର କୁ ହରାଇ ଦ୍ଵିତୀୟ ଦଳ ଭାବରେ ଫାଇନାଲରେ ଏସିସି ଜଗତସିଂହପୁର 

କାକଟପୁର ତା 5/3 ଅସ୍ତରଙ୍ଗର ମା ତାରିଣୀ ସ୍ପୋର୍ଟିଂ କ୍ଲବ୍ ଦ୍ୱାରା ନିକଟସ୍ଥ ଚୌଧୁରୀ ଷ୍ଟାଡିୟମରେ ଆୟୋଜିତ ରାଜ୍ୟସ୍ତରୀୟ କ୍ରିକେଟ୍ ପ୍ରତିଯୋଗିତାର ଦ୍ଵିତୀୟ ସେମିଫାଇନାଲରେ ରବିବାର ଦିନ ମଞ୍ଚେଶ୍ୱର ଭୁବନେଶ୍ୱର ଏବଂ ଏସିସି ଜଗତସିଂହପୁର ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ଏସିସି ଜଗତସିଂହପୁର ଟଚ୍ ଜିତି  ବ୍ୟାଟିଂ କରିବାର ନିଷ୍ପତି ନେଇଥିଲା l ନିର୍ଦ୍ଧାରିତ ୨୦ ଓଭରରେ ସମସ୍ତ ଉଇକେଟ୍ ହରାଇ ୧୫୮ ରନ୍ ସଂଗ୍ରହ କରିଥିଲା । ଦ୍ଵିତୀୟ ଇନୀଙ୍ଗିସ ରେ ମଞ୍ଚେଶ୍ୱର ଭୁବନେଶ୍ୱର ୧୫୯ ରନର ବିଜୟ ଲକ୍ଷ ନେଇ ନିର୍ଦ୍ଦାରୀତ ୨୦ ଓଭରରେ ସମସ୍ତ ଉଇକେଟ୍  ହରାଇ ୧୫୦ ରନ କରି ୮ ରନରେ ପରାଜୟ ସ୍ୱୀକାର କରିଥିଲା l ଏସିସି ପକ୍ଷରୁ ଏସ ଆର ସେନାପତି ବ୍ୟକ୍ତିଗତ ୫୮ରନ କରି ମ୍ୟାନ୍  ଅଫ୍ ଦି  ମ୍ୟାଚ୍   ବିବେଚିତ ହୋଇ ଥିଲେ।  ଅମ୍ପେୟାର  ଭାବେ ସୁରେଶ ତ୍ରିପାଠୀ ଏବଂ ରମାରଞ୍ଜନ ମହାନ୍ତି ଦାୟିତ୍ୱ ତୁଲାଇଥିଲା ବେଳେ ତୃତୀୟ ଅମ୍ପେୟାର ଥିଲେ କୁମାର ବାପି । ,ଦୀପକ ଦାସ  ଏବଂ ରାକେଶ ମହାନ୍ତି ଖେଳର ଧାରା ବିବରଣୀ ପ୍ରଦାନ କରିଥିଲେ। ଦ୍ୱିତୀୟ ସେମିଫାଇନାଲ ମ୍ୟାଚ ରେ ଅତିଥି ଭାବେ ମା ଲକ୍ଷ୍ମୀ କ୍ଳବ ସଭାପତି ପ୍ରମୋଦ ଦାସ,ସାମ୍ବାଦିକ ଶରତ ପରିଡା ଏବଂ ଡିଜିଟାଲ ହାଉସର ଓନର ସରୋଜ କୁମାର ପ୍ରଧାନ,ଶ୍ରୀମାନ ଛାଟୋଇ ମ୍ୟାନ ଅଫ ଦ ମ୍ୟାଚ ପୁରସ୍କାର ପ୍ରଦାନ କରିଥିଲେ l ଆଜିର ମ୍ୟାଚକୁ ଆୟୋଜକ କ୍ଲବର ସଭାପତି ମନୋଜ ବିଶ୍ୱାଳ,କ୍ରୀଡା ସମ୍ପାଦକ ସମୀର କୁମାର କର, ଉପଦେଷ୍ଟା ନିରଞ୍ଜନ ଦାସ, ଦିଲ୍ଲୀପ ଦାସ, ଉପସଭାପତି ସଞ୍ଜୟ ପ୍ରଧାନ,  ପ୍ରମୁଖ ପରିଚାଳନା କରିଥିଲେ ।୧୧ଶନିବାର ଦିନ ମେଘା ଫାଇନାଲ ମ୍ୟାଚ ଏସି ସି ଜଗତସିଂହପୁର ଏବଂ ଏମ ସି ସି ଜଗତସିଂହପୁର ମଧ୍ୟରେ ଅନୁଷ୍ଠିତ ହେବା ସହିତ ଦମଦାର ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ର ଆୟୋଜନ କରାଯାଇଛି

SPREAD YOUR LOVE WITH YOUR FRIENDS AND FAMILY

Leave a Reply