Home / ମୁଖ୍ୟ ଖବର / ବିଶ୍ବ ଜଙ୍ଗଲ ଦିବସର ବାର୍ତ୍ତା – ପ୍ରକୃତି ସୁସ୍ଥ ରହିଲେ ଜଙ୍ଗଲ ସୁସ୍ଥ ରହିବ ।

ବିଶ୍ବ ଜଙ୍ଗଲ ଦିବସର ବାର୍ତ୍ତା – ପ୍ରକୃତି ସୁସ୍ଥ ରହିଲେ ଜଙ୍ଗଲ ସୁସ୍ଥ ରହିବ ।

ଜାହାନିଆଁ ପୀଠ ଠାରେ ପୁରୀ ବନ୍ୟପ୍ରାଣୀ ବନଖଣ୍ଡ , ଜିଲ୍ଲା ପ୍ରକଳ୍ପ ପରିଚାଳନା ସଂସ୍ଥା, ଓ ଅସ୍ତରଙ୍ଗ ବନ୍ୟପ୍ରାଣୀ ବନାଞ୍ଚଳର ଉଦ୍ୟମ ଏବଂ ସ୍ୱାଦ-ଏକ୍ରିକ୍ ଟିମର ମିଳିତ ସହଯୋଗରେ ବିଶ୍ବ ଜଙ୍ଗଲ ଦିବସ ଅସ୍ତରଙ୍ଗ ବନ୍ୟପ୍ରାଣୀ ବନାଞ୍ଚଳ ଅଧିକାରୀ ଶ୍ରୀଯୁକ୍ତ ରମେଶ ଚନ୍ଦ୍ର ଜାନି ଙ୍କ ପୌରହିତ୍ୟରେ ମଙ୍ଗଳବାର ଦିନ ଆୟୋଜିତ ହୋଇ ଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟବକ୍ତା ଭାବରେ ପୁରୀ ଜିଲ୍ଲାର ଅବୈତନିକ ବନ୍ୟପ୍ରାଣୀ ତତ୍ତ୍ଵାବଧାରକ ଶ୍ରୀଯୁକ୍ତ ଶୋଭକର ବେହେରା ଯୋଗଦାନ କରି କହିଥିଲେ ଯେ ପ୍ରତି ବର୍ଷ ମାର୍ଚ୍ଚ ୨୧ ତାରିଖରେ ପାଳିତ ହେଉଛି ଅନ୍ତର୍ଜାତୀୟ ଜଙ୍ଗଲ ଦିବସ । ପ୍ରକୃତି ପାଇଁ ଦିନ ଟିଏ । ଯିଏ ଆମର ସ୍ରଷ୍ଟା ତାକୁ କ୍ଷତି ପହଞ୍ଚାଇବା ପୂର୍ବରୁ ଥରୁଟିଏ ଭାବିବା । ପ୍ରକୃତି ସୁସ୍ଥ ରହିଲେ ମାନବ ସମାଜ ବି ସୁସ୍ଥ ରହିବ । ଏହି ଉଦେଶ୍ୟରେ ପ୍ରତିବର୍ଷ ଅନ୍ତର୍ଜାତୀୟ ଜଙ୍ଗଲ ଦିବସ ପାଳନ ହୋଇଆସୁଛି । ପୁନଶ୍ଚ ଶ୍ରୀ ବେହେରା ତାଙ୍କ ବକ୍ତବ୍ୟରେ ପ୍ରକାଶ କରିଥିଲେ ଯେ ବିଶ୍ବରେ ପ୍ରାୟ ୧,୬ବିଲିଅନ ଲୋକ ମଧ୍ୟରୁ- ୨,୦୦୦ ରୁ ଅଧିକ ଆଦିବାସୀ ସଂସ୍କୃତି ଅନ୍ତର୍ଭୁକ୍ତ । ସେମାନେ ନିଜ ଜୀବିକା, ଔଷଧ, ଇନ୍ଧନ, ଖାଦ୍ୟ ଏବଂ ଆଶ୍ରୟସ୍ଥଳୀ ପାଇଁ ଜଙ୍ଗଲ ଉପରେ ନିର୍ଭର କରନ୍ତି। ଜଙ୍ଗଲ ହେଉଛି ଜୈବିକ ବିବିଧ ଇକୋସିଷ୍ଟମ । ଯେଉଁଠାରେ ପଶୁ, ଉଦ୍ଭିଦ ଏବଂ କୀଟପତଙ୍ଗର ୮୦% ରୁ ଅଧିକ ପ୍ରଜାତି ବାସ କରନ୍ତି ।

ଏହା ଆଶ୍ଚର୍ଯ୍ୟଜନକ ଯେ ପ୍ରତିବର୍ଷ 32 ନିୟୁତ ଏକରରୁ ଅଧିକ ଜଙ୍ଗଲ ନଷ୍ଟ ହେଉଛି । ଏହା ଅନେକ ଉଦ୍ଭିଦ ଏବଂ ପ୍ରାଣୀ ପ୍ରଜାତି ପାଇଁ ଗୁରୁତ୍ବପୂର୍ଣ୍ଣ ବାସ ସ୍ଥାନକୁ ଅପସାରଣ କରିଥାଏ । ଅଙ୍ଗାରକାମ୍ଳ ଅବ ଶୋଷଣ ଏବଂ ଅମ୍ଳଜାନ ଉତ୍ପାଦନକୁ ହ୍ରାସ କରିଥାଏ । ବାସ୍ତବରେ, ବିଶ୍ବ ପରିବହନ ଶିଳ୍ପ ଦ୍ବାରା ଜଙ୍ଗଲ ନଷ୍ଟ ଉଦ୍ୟମ ସମୟରେ ପ୍ରାୟ କାର୍ବନ ଡାଇଅକ୍ସାଇଡ ନିର୍ଗତ ହୁଏ | ଜଙ୍ଗଲ ପୃଥିବୀର ପ୍ରାୟ ୩୦ ପ୍ରତିଶତ ଜମି ଜମାକୁ ଆଚ୍ଛାଦିତ କରିଥାଏ, କିନ୍ତୁ ଏହି ଗୁରୁତ୍ତ୍ବପୂର୍ଣ୍ଣ ପ୍ରାକୃତିକ ସମ୍ପଦ ଦିନକୁ ଦିନ ହ୍ରାସ ପାଉଥିବା ଦେଖିବାକୁ ମିଳୁ ଅଛି।

ଅନ୍ୟତମ ଅତିଥି ଶ୍ରୀଯୁକ୍ତ ବିଚିତ୍ରାନ୍ଦ ବିଶ୍ୱାଳ ଜଙ୍ଗଲର ଉପକାରୀତା ବା ଜଙ୍ଗଲ କିଭଳି ଭାବରେ କାଠ, ଖାଦ୍ୟ, ଇନ୍ଧନ ଏବଂ ଜୈବ ଉତ୍ପାଦନ ପରି ଦ୍ରବ୍ୟ, ଅଙ୍ଗାରକାମ୍ଳ ସଂରକ୍ଷଣ, ଜଳ, ଏବଂ ବାୟୁ ଶୁଦ୍ଧତା ଏବଂ ବନ୍ୟଜନ୍ତୁ ପରିବେଶର ରକ୍ଷଣାବେକ୍ଷଣ ପରିବେଶଗତ କାର୍ଯ୍ୟ କରେ ଅବଗତ କରିଥିଲେ । ଅନ୍ୟତମ ଅତିଥି, ସେମିତି ସଭ୍ୟ ଶ୍ରୀଯୁକ୍ତ ବିମ୍ୱାଧର ବିଶ୍ୱାଳ ଜଙ୍ଗଲର ମନୋରଞ୍ଜନ, ପାରମ୍ପାରିକ ଉତ୍ସ ବ୍ୟବହାର ଏବଂ ରହସ୍ୟ ଭଳି ସାମାଜିକ ଏବଂ ସାଂସ୍କୃତିକ ଲାଭ ବିଷୟରେ କହିଥିଲେ ।ପୂର୍ବତନ ସରପଂଚ ଶ୍ରୀ ପ୍ରଫୁଲ ବିଶ୍ୱାଳ ଗ୍ରାମ ବାସୀ ମାନେ ବୃକ୍ଷ ରୋପଣ ଓ ତାର ସୁରକ୍ଷା କରିବା ଦରକାର ବୋଲି କହିଥିଲେ । ଅସ୍ତରଙ୍ଗ ବନ୍ୟପ୍ରାଣୀ ବନାଞ୍ଚଳ ଅଧିକାରୀ ଶ୍ରୀଯୁକ୍ତ ଜାନି କହିଲେ କି ଅନ୍ତର୍ଜାତୀୟ ଜଙ୍ଗଲ ଦିବସରେ ସମଗ୍ର ବିଶ୍ବରେ ଆୟୋଜିତ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଜଙ୍ଗଲର ମହତ୍ତ୍ବ ବିଷୟରେ ସଚେତନତା ସୃଷ୍ଟି ପାଇଁ ଉଦ୍ୟମ କରାଯାଏ |

ଏଥିରେ ଅତିଥି ଭାବରେ ସ୍ଥାନୀୟ ଛୁରିଅନା ଗ୍ରା.ପ ର ସରପଞ୍ଚ ଶ୍ରୀଯୁକ୍ତ କ୍ଷୀରୋଦ କାଣ୍ଡି, ବରିଷ୍ଠ ସାମ୍ବାଦିକ ଦୁଃଶାସନ ନାୟକ , ବନପାଳ ସବୀର ସାହୁ, ବନରକ୍ଷୀ ଭାଵଗ୍ରାହି ସେଠି ଓ ଦିଲ୍ଲୀପ ନାୟକ ଏବଂ ଗୁଣ୍ଡଳବା ବନ ସୁରକ୍ଷା ସମିତିର ସଭାନେତ୍ରୀ ଶ୍ରୀମତୀ ଚାରୁଲତା ବିଶ୍ୱାଳଙ୍କ ସହ ସମସ୍ତ ସଭ୍ୟ,ସଭ୍ୟା ପ୍ରମୁଖ ଯୋଗ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ ।
ସ୍ୱାଦ-ଏକ୍ରିକ ଟିମ ତରଫରୁ ଶ୍ରୀଯୁକ୍ତ ମାନସ ମିଶ୍ର ଓ ବନିତା ନାୟକ ସମସ୍ତ କାର୍ଯ୍ୟ ପରିଚାଳନା କରିଥିଲେ ।

SPREAD YOUR LOVE WITH YOUR FRIENDS AND FAMILY

Leave a Reply