Home / ମୁଖ୍ୟ ଖବର / “ଫଟୋଗ୍ରାଫର୍ସ କ୍ଲବ ଅଫ ଶ୍ରୀ ଜଗନ୍ନାଥ ଧାମ ପୁରୀ” ସଙ୍ଘର ସାଧାରଣ ବୈଠକ

“ଫଟୋଗ୍ରାଫର୍ସ କ୍ଲବ ଅଫ ଶ୍ରୀ ଜଗନ୍ନାଥ ଧାମ ପୁରୀ” ସଙ୍ଘର ସାଧାରଣ ବୈଠକ

whatsapp image 2025 11 03 at 09.15.24 981bdb10

ପୁରୀ:୦୩/୧୧/୨୦୨୫ – ପୁରୀ ଜିଲ୍ଲାର ବିଭିନ୍ନ ଅଞ୍ଚଳର ଫଟୋଗ୍ରାଫର ମାନଙ୍କ ଦ୍ୱାରା ଏକ ଜିଲ୍ଲାସ୍ତରୀୟ “ଫଟୋଗ୍ରାଫର୍ସ କ୍ଲବ ଅଫ ଶ୍ରୀ ଜଗନ୍ନାଥ ଧାମ ପୁରୀ” ସଙ୍ଘର ସାଧାରଣ ବୈଠକ ଆଜି ସ୍ଥାନୀୟ ଇନ୍ଦ୍ରଦ୍ୟୁମ୍ନ ପୋଖରୀ ନିକଟ ମହାଭୈରବୀଙ୍କ ପୀଠ ରେ ଅନୁଷ୍ଠିତ ହୋଇଥିଲା ! ଏହି ବୈଠକରେ ପୁରୀ ସହର ତଥା ଗ୍ରାମାଞ୍ଚଳର ବିଭିନ୍ନ ଶ୍ରେଣୀର ଫଟୋଗ୍ରାଫର ମାନେ ଯୋଗଦାନ କରି ଏହି କାଯ୍ୟକ୍ରମକୁ ଖୁସିର ସହିତ ସ୍ୱାଗତ କରିଥିଲେ ଇତି ମଧ୍ୟରେ ନୂତନ ସଂଘର ପଦପଦବୀ ଚୟନ କରାଯାଇଥିଲା ତନ୍ମଧ୍ୟରୁ ଚେୟାରମ୍ୟାନ ଭାବେ ମିଥୁନ ଜେନା,ଉପଦେଷ୍ଟା ଭାବେ ପ୍ରକାଶ ଦଳେଇ, ସଭାପତି ଶିବଚରଣ ମହାନ୍ତି, ଉପ ସଭାପତି ହରପ୍ରସାଦ ଚାଟାର୍ଜୀ, ସମ୍ପାଦକ ସୁକାନ୍ତ ସାହୁ,କାର୍ଯ୍ୟକାରିଣୀ ସମ୍ପାଦକ ନିଳାଞ୍ଚଳ ପାଢ଼ୀ, ସହ ସମ୍ପାଦକ ୪ ଜଣ ମଧ୍ୟରୁ ନିମାପଡାରୁ ଜିତେନ୍ଦ୍ର ମହାନ୍ତି, ଗୋପରୁ ଉପେନ୍ଦ୍ର ସାହୁ, ଚନ୍ଦନପୁର ରୁ ଅସିତ ତ୍ରିପାଠୀ,ବ୍ରହ୍ମଗିରି ରୁ କୈଳାସ ସେଠି ଓ କୋଷାଧ୍ୟକ୍ଷ ଭାବେ ସୁଯ୍ୟକାନ୍ତ ସ୍ୱାଇଁ !! ଏହା ପରେ ସଂଘର ସମସ୍ତ ସଦସ୍ୟ ମାନଙ୍କ କାର୍ଯ୍ୟକ୍ରମକୁ ଯିବା ସମୟରେ ବିଭିନ୍ନ ଅସୁବିଧାର ସମାଧାନ, ସଦସ୍ୟ ମାନଙ୍କ ଜୀବନ ବୀମା ଓ ଆଗକୁ ସଂଘର ଉନ୍ନତି ନିମନ୍ତେ ବିଭିନ୍ନ ବିଷୟବସ୍ତୁ ଆଲୋଚନା କରାଯାଇଥିଲା ! ଏହା ପରେ ସଭାକୁ ବିରାମ ଦେଇ ସମସ୍ତେ ପ୍ରସାଦ ଗ୍ରହଣ କରିଥିଲେ !!

SPREAD YOUR LOVE WITH YOUR FRIENDS AND FAMILY

Leave a Reply