Home / ସଂସ୍କୃତି ଓ ପରମ୍ପରା / ଚୈତ୍ର ମାସ ର ଦ୍ଵିତୀୟ ମଙ୍ଗଳବାର ପାଳିତ

ଚୈତ୍ର ମାସ ର ଦ୍ଵିତୀୟ ମଙ୍ଗଳବାର ପାଳିତ

କାକଟପୁର ଗତ କାଲି ଥିଲା ଚୈତ୍ର ମାସ ର ଦ୍ଵିତୀୟ ମଙ୍ଗଳବାର। ପାରମ୍ପରିକ ପ୍ରଥାନୁସାରେ ଚୈତ୍ର ମଙ୍ଗଳବାର ବ୍ରତ ରଖିଥିବା ସଧବା ମହିଳା ମାନେ ଗାଁ ଦାଣ୍ଡ ରେ ନିଜ ସ୍ବାମୀ ଓ ସନ୍ତାନ ମାନଙ୍କ ମଙ୍ଗଳ ବିଧାନ ପାଇଁ ପନ୍ଥେଇ ପୂଜା କରିଥିଲେ। ଗାଁ ଦାଣ୍ଡ ରେ ପ୍ରଥମ ମଙ୍ଗଳବାର ଠାରୁ ଖୋଳା ଯାଇଥିବା ପନ୍ଥେଇ କୁ ପ୍ରାତଃ ରୁ ସ୍ନାନ କରି ହଳଦୀ ପାଣି ଢ଼ାଳି ସିନ୍ଦୂର, କଜଳ ପିନ୍ଧାଇ, ଫୁଲ, ଆମ୍ବ କଷି ଦେଇ ପୂଜା କରି ପନ୍ଥେଇ ନିକଟରେ ବିଭିନ୍ନ ପ୍ରକାର ଫଳ ମୂଳ ଭୋଗ ଲାଗି କରିଥିଲେ। ପନ୍ଥେଇ ପୂଜା ପ୍ରକୃତରେ ମା ମଙ୍ଗଳା ଙ୍କ ପୂଜା। ଚୈତ୍ର ମାସ ର ପାଞ୍ଚ ମଙ୍ଗଳବାର ମହିଳା ମାନେ ପନ୍ଥେଇ ପୂଜା କରି ମା ମଙ୍ଗଳା ଙ୍କ ଆଶ୍ରିବାଦ ପ୍ରାପ୍ତ ହୋଇ ଥାନ୍ତି। ଚୈତ୍ର ମାସ ର ପାଞ୍ଚ ମଙ୍ଗଳବାର ମହିଳା ମାନେ ଓଷା ରଖି ପନ୍ଥେଇ ପୂଜା କରି ଶେଷ ମଙ୍ଗଳବାର ଦିନ ଉଦଯାପିତ କରିବେ। ପନ୍ଥେଇ ପୂଜା ପାଇଁ ପୁର ଠାରୁ ପଲ୍ଲୀ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଛି।

SPREAD YOUR LOVE WITH YOUR FRIENDS AND FAMILY

Leave a Reply