Home / ସଂସ୍କୃତି ଓ ପରମ୍ପରା / ତ୍ରୟୋଦଶ ମଙ୍ଗଳା ମହୋତ୍ସବର ଦ୍ୱିତୀୟ ସନ୍ଧ୍ୟା

ତ୍ରୟୋଦଶ ମଙ୍ଗଳା ମହୋତ୍ସବର ଦ୍ୱିତୀୟ ସନ୍ଧ୍ୟା

25/3 କାକଟପୁର  ସରକାରୀ ହାଇସ୍କୁଲ ପଛପଟ ପଡିଆରେ ଆରମ୍ଭ ହୋଇଥିବା ତ୍ରୟୋଦଶ ମଙ୍ଗଳା ମହୋତ୍ସବର          ( ଦ୍ୱିତୀୟ ) ସନ୍ଧ୍ୟାରେ ଖଣ୍ଡପଡ଼ା ବିଧାୟକ ତଥା ସମ୍ବାଦ ସଂପାଦକ ସୌମ୍ୟରଞ୍ଜନ ପଟ୍ଟନାୟକ ,  ମୋ କଲେଜ ଅଧ୍ୟକ୍ଷ ଆକାଶ ଦାଶ ନାୟକ ,  କାକଟପୁର ନିର୍ବାଚନ ମଣ୍ଡଳୀ ବିଧାୟକ ତଥା ଗୃହ ରାଷ୍ଟ୍ରମନ୍ତ୍ରୀ ତୁଷାର କାନ୍ତି ବେହେରା , ପୁରୀ ଜିଲ୍ଲାପରିଷଦ ଉପାଧ୍ୟକ୍ଷ ( ସ୍ୱାଧୀନ  )କୁମାର ନାୟକ  ଅତିଥିଭାବେ ଯୋଗ ଦେଇଥିଲେ l ମହୋତ୍ସବ କମିଟି କାର୍ଯ୍ୟକାରୀ ସଭାପତି ଶିକ୍ଷାବିତ  ( ସ୍ୱପ୍ନେଶ୍ୱର ) ସାହୁ ବିବିରଣୀ ପାଠ କରିଥିଲେ l  ଶନିବାର ମହୋତ୍ସବର ଆଦ୍ୟ ଅଧିବେଶନରେ ସାହିତ୍ୟ ସମାବେଶ ଓ କବିତା ପାଠଉତ୍ସବ ଅନୁଷ୍ଠିତ ହୋଇଥିବାବେଳେ ସାନ୍ଧ୍ୟ ଅଧିବେଶନ ସନ୍ଧ୍ୟା ୬ ଘଟିକାରେ ଆରମ୍ଭ ହୋଇଥିଲା l ସାଂସ୍କୃତିକ କାର୍ଯ୍ୟକ୍ରମ ମାଧ୍ୟମରେ  ସଙ୍ଗୀତ ପରିବେଷଣ  ଓ  ଅଭିନୟ ସାଙ୍ଗକୁ ଓଡିଶୀ ଏବଂ  ସୁବର୍ଣ୍ଣପୁରର ୠମୁକୁଝୁମାନା ଡ୍ୟାନ୍ସ ଗ୍ରୁପ ( ଦ୍ଵାରା ) ନୃତ୍ୟ ପ୍ରଦର୍ଶନ ହୋଇଥିଲା,ପ୍ରାୟ 10 ହଜାର ରୁ ଉର୍ଦ୍ଧ ଦର୍ଶକ ଏହି କାର୍ଯ୍ୟକ୍ରମ କୁ ମନୋଭରୀ ଉପଭୋଗ କରିବା ସହିତ ଓଡ଼ିଶାର ସୁନାମ ଧନ୍ୟ କଣ୍ଠ ଶିଳ୍ପୀ ଦୀପ୍ତି ରେଖା ପାଢ଼ୀ, ହାସ୍ୟ ଅଭିନେତା ଶଙ୍କର, ପ୍ରଜ୍ଞା ଉପସ୍ଥିତ ଦର୍ଶକ ମାନଙ୍କୁ କଳା ପରିବେଶ ଦ୍ୱାରା ଆକର୍ଷିତ କରି ବାନ୍ଧି ରଖିଥିଲେ, ଭରପୁର ଦର୍ଶକ କୁ ଶାନ୍ତି ଶୃଙ୍ଖଳା ପାଇଁ ବ୍ୟାପକ ପୋଲିସ ମୁତ୍ତୟନ କରାଯାଇଥିଲା,ହଜାର ହଜାର ଦର୍ଶକ ମାନେ ଏହି ମନୋରଞ୍ଜନ କାର୍ଯ୍ୟକ୍ରମ ଦେଖିବା ସହିତ ବିଭିନ୍ନ ଷ୍ଟଲ ମାନଙ୍କରେ ପାମ୍ପୁଡ଼ି ଚାର୍ଟ, ହହିବାର, ଆଳୁଦମ ବୁଲି ଖାଇ ମଙ୍ଗଳା ମହୋତ୍ସବ ଦେଖିବା ସହିତ ଢେର ସାରା ମନୋରଞ୍ଜନ କରିଥିଲେ

SPREAD YOUR LOVE WITH YOUR FRIENDS AND FAMILY

Leave a Reply