Home / ସଂସ୍କୃତି ଓ ପରମ୍ପରା / ତ୍ରୟୋଦଶ ମା ମଙ୍ଗଳା ମହୋତ୍ସବ ଉଦୁଘାଟିତ

ତ୍ରୟୋଦଶ ମା ମଙ୍ଗଳା ମହୋତ୍ସବ ଉଦୁଘାଟିତ

ପ୍ରିନ୍ସ ଡ୍ୟାନ୍ସ ଗ୍ରୁପରେ ନାଚ ରେ ଝୁମିଲେ ଦର୍ଶକ
କାକଟପୁର :-24/03:-କାକଟପୁରରେ ତ୍ରୟୋଦଶ ମା ମଙ୍ଗଳା ମହୋତ୍ସବ ପ୍ରଥମ ସନ୍ଧ୍ୟା କୁ ରାଜ୍ୟ ପର୍ଯ୍ୟଟନ ମନ୍ତ୍ରୀ ଅଶ୍ୱନୀ ପାତ୍ର, ଜଗତସିଂହପୁର ସାଂସଦ ରାଜଶ୍ରୀ ମଲ୍ଲିକ,ପୂର୍ବତନ ବିଧାୟକ ଆକାଶ ଦାସ ନାୟକ ଓ ମଙ୍ଗଳା ମହୋତ୍ସବ ସଭାପତି ତଥା କ୍ରୀଡା ମନ୍ତ୍ରୀ ତୁଷାରକାନ୍ତି ବେହେରା ଙ୍କ କରକମଳ ରେ ପ୍ରଥମ ସନ୍ଧ୍ୟା ଉଦଘାଟିତ ହୋଇଥିଲା. ଅପରାହ୍ନ ସମୟରେ ମା ମଙ୍ଗଳା ମହୋତ୍ସବ ପାଇଁ ମା ମଙ୍ଗଳା ମନ୍ଦିର ରୁ ପୂଜାର୍ଚନା କରାଯାଇ ଘଣ୍ଟ ବାଦ୍ୟ ରେ ମା ମଙ୍ଗଳା ମନ୍ଦିର ରୁ ମହୋତ୍ସବ ହେଉଥିବା ହାଇସ୍କୁଲ ପଛ ପଡିଆ ପର୍ଯ୍ୟନ୍ତ ବିରାଟ ଶୋଭାଯାତ୍ରା ପ୍ରଦୀପ ଆସି ସାଂସ୍କୃତିକ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା.ଅତିଥି ଉଦୁଘାଟିତ ପରେ ସନ୍ଧ୍ୟା ରେ ଦର୍ଶକ ମନୋରଞ୍ଜନ କାର୍ଯ୍ୟକ୍ରମ ପାଇଁ ଓଡିଶାର ସୁନାମ ଧନ୍ୟ ଡ୍ୟାନ୍ସ ଗ୍ରୁପ ପ୍ରିନ୍ସ ଡ୍ୟାନ୍ସ ଗ୍ରୁପ ସହ ଓଡିଶା ର ଓଲିଉଡ଼ୁ କଣ୍ଠଶିଳ୍ପୀ ଅସୀମା ପଣ୍ଡା ଓ ଗ୍ରୁପର ସୁନ୍ଦର କାର୍ଯ୍ୟକ୍ରମ କୁ ହଜାର ହଜାର ଲୋକେ ସାଂସ୍କୃତିକ କାର୍ଯ୍ୟକ୍ରମ କୁ ଉପଭୋଗ କରିଥିଲେ.l ଆୟୋଜକ ମା ମଙ୍ଗଳା ମହୋତ୍ସବ କମିଟି ତରଫରୁ ସମ୍ପାଦକ ସ୍ୱାଧୀନ କୁମାର ନାୟକ, କାର୍ଯ୍ୟକାରୀ ସଭାପତି ସ୍ଵପ୍ନେଶ୍ଵର ସାହୁ ଓ ସମସ୍ତ କାର୍ଯ୍ୟକାରୀ କମିଟି ସଭ୍ୟ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା ରେ ସାହାଯ୍ୟ କରିଥିଲେ l ସ୍ଥାନୀୟ ପୋଲିସ ପ୍ରଶାସନ ତରଫରୁ ଏକ ପ୍ଲାଟୁନ ଫୋର୍ସ ମୁତୟନ କରି ଆଇନ ଶୃଙ୍ଖଳା ରକ୍ଷାକରିଥିଲେ l

SPREAD YOUR LOVE WITH YOUR FRIENDS AND FAMILY

Leave a Reply