Home / ମୁଖ୍ୟ ଖବର / ୪୨ଘଣ୍ଟା ପରେ ନିଖୋଜ ବାଳକ ର ଶବ ଉଦ୍ଧାର

୪୨ଘଣ୍ଟା ପରେ ନିଖୋଜ ବାଳକ ର ଶବ ଉଦ୍ଧାର

କାକଟପୁର ପୁରୀ ଜିଲ୍ଲା କାକଟପୁର ବ୍ଲକ ଦେବୀ ନଦୀ ର ବାଉରିଆକଣ ଠାରେ ଗାଧୋଇବାକୁ ଯାଇ ଗୁରୁବାର ମଧ୍ୟାହ୍ନ ରୁ ନିଖୋଜ ହୋଇଯାଇଥିବା ବାଳକ ର ମୃତଦେହ ଦୀର୍ଘ ୪୨ ଘଣ୍ଟା ପରେ ସେହି ବାଉରିଆକଣ ଠାରୁ ଶନିବାର ସକାଳେ ଉଦ୍ଧାର ହୋଇଛି। ମୃତ ବାଳକ ଏସ. କେ ଦାନିବ (୧୬) ଙ୍କ ଘର ଲତାହରଣ ଗ୍ରାମ । ସେ ଗୁରୁବାର ଦିନ ତାର ୨ ବନ୍ଧୁ ଙ୍କ ସହ ଦେବୀ ନଦୀ କୁ ଗାଧୋଇବାକୁ ଯାଇ ନଦୀ ର ଗଣ୍ଡ କୁ ଭାସି ଯାଇଥିଲା ।ତାର ୨ ବନ୍ଧୁ ଏ ସମ୍ପର୍କ ରେ ତାଙ୍କ ଘର ଲୋକ ଙ୍କୁ ଖବର ଦେଇଥିଲେ । ସ୍ଥାନୀୟ ଲୋକ, ଅଗ୍ନିଶମ ବାହିନୀ , ଓଡ୍ରାଫ୍ଟ ଦଳ ଶୁକ୍ରବାର ଦିନ ସାରା ଖୋଜାଖୋଜି କରିଥିଲେ ମଧ୍ୟ ନିଖୋଜ ନା ବାଳକ କୁ ଠାବ କରି ପାରିନଥିଲେ।ଆଜି ସକାଳେ ସ୍ଥାନୀୟ ଲୋକ ନଦୀକୁ ଗାଧୋଇବାକୁ ଯାଇଥିବାବେଳେ ନା ବାଳକ ଙ୍କ ମୃତଦେହ ନଦୀ ଜଳ ରେ ଭାସୁଥିବା ଦେଖିବାକୁ ପାଇ ପୋଲିସ କୁ ସୂଚନା ଦେଇଥିଲେ। ପୋଲିସ ଘଟଣାସ୍ଥଳ ରେ ପହଂଚି ନାବାଳକ ଙ୍କ ମୃତ ଦେହ କୁ ଉଦ୍ଧାର କରି ବ୍ୟବଛେଦ ପାଇଁ ଚାରିଛକ ପଠାଇ ଥିଲେ। ଏହି ଘଟଣା ସମଗ୍ର କାକଟପୁର ଅଞ୍ଚଳ ରେ ଶୋକ ର ଛାୟା ଖେଳାଇ ଦେଇଛି।

SPREAD YOUR LOVE WITH YOUR FRIENDS AND FAMILY

Leave a Reply