Home / ସାମାଜିକ / ନବମ ବାର୍ଷିକ ନୟାଗଡ଼ ଜିଲ୍ଲା ବ୍ୟାପି ସେବା ଉତ୍ସବ ଉଦଘାଟିତ ।

ନବମ ବାର୍ଷିକ ନୟାଗଡ଼ ଜିଲ୍ଲା ବ୍ୟାପି ସେବା ଉତ୍ସବ ଉଦଘାଟିତ ।

whatsapp image 2025 07 16 at 09.42.20 ee4d525a

ନୟାଗଡ଼,ତା- ୧୫.୭.୨୫ରିଖ – ଭାସ୍କର ଚନ୍ଦ୍ର ସ୍ବାଇଁ – ନୟାଗଡ଼ ସେବା ଉତ୍ସବ ସମିତି ଆନୁକୂଲ୍ୟରେ ନବମ ବାର୍ଷିକ ଜିଲ୍ଲା ବ୍ୟାପି ସେବା ମହୋତ୍ସବ ମହାସମାରୋହରେ ଉଦ୍ଘାଟିତ ହୋଇ ଯାଇଛି। ଏହି ଉଦ୍ଘାଟନୀ ଉତ୍ସବରେ ବିଶାଳ ତ୍ରିରଙ୍ଗା ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା l ଦୁଇଶହ ମିଟରର ଲମ୍ବ ଏକ ବିଶାଳ ତ୍ରିରଙ୍ଗା ପତାକା ଧରି ଶତାଧିକ ଯୁବକ ଯୁବତୀ ଏଥିରେ ସାମିଲ ହୋଇଥିଲେ । ଶହ ଶହ ଯୁବକ ଏହି ଯାତ୍ରାରେ ଯୋଗ ଦେଇ ଦେଶପ୍ରେମରେ ଉଦଭାସିତ ହୋଇଥିଲେ। ପ୍ରବଳ ବର୍ଷା ସତ୍ତ୍ୱେ ଯୁବକ ମାନଙ୍କ ସ୍ଵରରେ ଏବଂ ଦେଶପ୍ରେମ ନାରାରେ ଚତୁର୍ଦ୍ଦିଗ ପ୍ରକମ୍ପିତ ହୋଇଥିଲା।

whatsapp image 2025 07 16 at 09.42.20 74545d5c

ଦେଶସେବା ପାଇଁ ଏ ସେବା ଉତ୍ସବର ନିଆରା ପ୍ରୟାସ ଅତ୍ୟନ୍ତ ହୃଦୟସ୍ପର୍ଶୀ ହୋଇଥିଲା। ନୟାଗଡ଼ ସେବା ଉତ୍ସବ ସମିତିର ଅଧ୍ୟକ୍ଷ ଶିବରାମ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ନୟାଗଡ଼ ପୌରପରିଷଦର ଅଧ୍ୟକ୍ଷା ନିରୁପମା ଖଟେଇ, ସେବା ଉତ୍ସବ ସମିତିର ଉପଦେଷ୍ଟା ସନ୍ତୋଷ କୁମାର ପ୍ରଧାନ, ବରିଷ୍ଠ ସାମ୍ବାଦିକ ପ୍ରମୋଦ କୁମାର ପଟ୍ଟନାୟକ ପ୍ରମୁଖ ଯୋଗ ଦେଇ ଯୁବକ ମାନଙ୍କୁ ଉତ୍ସାହିତ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ସାମାଜିକ କର୍ମୀ ରଶ୍ମିରଂଜନ ଜେନା, ସୌମ୍ୟ ରଂଜନ ପ୍ରଧାନ, ସଞ୍ଜୟ କୁମାର ନାୟକ, ଅଶୋକ କୁମାର ଭଟ୍ଟ ପ୍ରମୁଖ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ l ଏହି କାର୍ଯ୍ୟକ୍ରମକୁ ସେବା ସମିତି ସଦସ୍ୟ ଗୁଲସନ କୁମାର, ସୌମ୍ୟା ସ୍ଵୟଂପ୍ରଭା, ବର୍ଷା ପ୍ରିୟଦର୍ଶିନୀ,ସ୍ମୃତି ଶିଖା, ପ୍ରଶାନ୍ତ କୁମାର, ସତ୍ୟ ବେହେରା, ସ୍ନେହା ପ୍ରିୟଦର୍ଶିନୀ, ପରମେଶ୍ବର ସାହୁ, ଆଶୁତୋଷ ସାହୁ, ଉମାକାନ୍ତ ମହାପାତ୍ର, ଅଭିଜିତ କର, କରନ ବଡଟିଆ,ଅନସୂୟା ପ୍ରଧାନ, ଶ୍ରଦ୍ଧାଞ୍ଜଳି ବାରିକ, ଗୀତାଞ୍ଜଳି ପ୍ରଧାନ, ଅଶ୍ୱିନୀ କୁମାର ସେଠି, ଆଶୁତୋଷ ସାହୁ, ଲକ୍ଷ୍ମୀଧର ପାଣିଗ୍ରାହୀ, ଅନନ୍ୟା ମୈତ୍ରୀ, ପ୍ରିୟବ୍ରତ ସାହୁ, ଉମେଶ କୁମାର ନାୟକ, ଗାୟତ୍ରୀ, ରଞ୍ଜନ, ରବି ଏବଂ ଦେବଦୂତ ସେବା ପରିଷଦର କର୍ମକର୍ତ୍ତା ଆଦି ପରିଚାଳନା କରିଥିଲେ। ସେବା ଉତ୍ସବ ସମିତି ପକ୍ଷରୁ ଏହି ଅବସରରେ ସବୁ ବର୍ଷ ପରି ଏଥର ମଧ୍ୟ ମହାଆଡମ୍ବରରେ ପନ୍ଦର ଦିନ ବ୍ୟାପୀ ଜିଲ୍ଲାର ବିଭିନ୍ନ ସ୍ଥାନରେ ସେବା କାର୍ଯ୍ୟକ୍ରମ ଆୟୋଜନ କରାଯିବ ବୋଲି ସମିତି ପକ୍ଷରୁ ସୂଚନା ଦିଆଯାଇଛି l ଆଗାମୀ ଜୁଲାଇ ତିରିଶ ତାରିଖ ଯାଏଁ ଅନ୍ନ ଦାନ, ବସ୍ତ୍ର ଦାନ, ମାଗଣା ସ୍ବାସ୍ଥ୍ୟ ସେବା ଶିବିର, ଚଷମା ବଣ୍ଟନ, ରକ୍ତଦାନ, ଭିନ୍ନକ୍ଷମଙ୍କ ଦ୍ଵାରା ସାଂସ୍କୃତିକ କାର୍ଯକ୍ରମ ଆଦି ସେବା ଭିତ୍ତିକ କାର୍ଯକ୍ରମ ଅନୁଷ୍ଠିତ ହେବ ବୋଲି ସମିତି ଅଧ୍ୟକ୍ଷ ସୂଚନା ଦେଇଛନ୍ତି l

SPREAD YOUR LOVE WITH YOUR FRIENDS AND FAMILY

Leave a Reply