Home / ମୁଖ୍ୟ ଖବର / ଜମରା ଗ୍ରାମରେ ଅଷ୍ଟପ୍ରହରୀ ନାମସଙ୍କୀର୍ତ୍ତନ ଅନୁଷ୍ଠିତ

ଜମରା ଗ୍ରାମରେ ଅଷ୍ଟପ୍ରହରୀ ନାମସଙ୍କୀର୍ତ୍ତନ ଅନୁଷ୍ଠିତ

କାକଟପୁର,୦୧.୦୪- ପବିତ୍ର ଶ୍ରୀରାମ ନବମୀ ଓ ଉତ୍କଳ ନବବର୍ଷ ଉପଲକ୍ଷେ କାକଟପୁର ବ୍ଲକ ଅନ୍ତର୍ଗତ ବାଲିଦୋକାନ ନିକଟ ଚିର ହରିତ୍ ସବୁଜ ସୁନ୍ଦର ଜମରା ଗ୍ରାମରେ ଗ୍ରାମ୍ୟ କମିଟି ପକ୍ଷରୁ ଅଷ୍ଟପ୍ରହରୀ ନାମସଙ୍କୀର୍ତ୍ତନ ମହାଆଡ଼ମ୍ବରରେ ଅନୁଷ୍ଠିତ ହୋଇଯାଇଅଛି। ଅଧିବାସ ଦିନ ସଂଧ୍ୟାରେ ବାବା ଦକ୍ଷିଣେଶ୍ୱର ମହାଦେବଙ୍କ ପୁଷ୍କରିଣୀରେ ପାଣି ତୋଳା ଯାଇ ଗ୍ରାମର ଯୁବକ, ଯୁବତୀ ଓ ମହିଳା ମାନଙ୍କ ଦ୍ଵାରା ୧୦୮ କଳସ ଯାତ୍ରା ସହିତ ଗ୍ରାମଦେବୀ ମା ଦୂଲ୍ଲାଦେଇଙ୍କ ପ୍ରାଙ୍ଗଣରେ ବେଦୀ ସ୍ଥାପନା କରାଯାଇ ପୂଜର୍ଚ୍ଚନା ନୀତି କାନ୍ତି ସହ ଠାକୁରଙ୍କ ଆସନ ପ୍ରତିଷ୍ଠା କରାଯାଇଥିଲା। ଶ୍ରୀରାମ ନବମୀ ତିଥିରେ ମହାମନ୍ତ୍ର ଗାୟନ ସହ ହରିନାମ ସଂକୀର୍ତ୍ତନ ରସମ୍ବୃତ୍ ପାନ କରାଯାଇଥିଲା। ଶେଷ ଦିବସରେ ପୂର୍ଣ୍ଣାହୁତି, ନଗର କୀର୍ତ୍ତନ ଓ ଯମୁନା ଗାଧୁଆ ପରି କାର୍ଯ୍ୟକ୍ରମ ରେ ଗ୍ରାମବାସୀ ମାନେ ମଜିଥିଲେ। ଏହି ଅବସରରେ ଜମରା ଗ୍ରାମର ଦୁଇ ସଙ୍କୀର୍ତ୍ତନ ମଣ୍ଡଳୀ ସହିତ ଜମତଳା, ଗୋଧନପଡା, ରଇତିସାହି, ଖଣ୍ଡଳ, ଆରୁଂହା , ଯଦୁପୁର, ସୁଆର, କୋତାଙ୍ଗ ଓ ବଙ୍କୁରି ଆଦି ଗ୍ରାମର ସଙ୍କୀର୍ତ୍ତନ ମଣ୍ଡଳୀ ଯୋଗଦେଇ ନାମ ସଙ୍କୀର୍ତ୍ତନ ରସମ୍ବୃତ ପାନ କରିଥିଲେ। ଏହି ବର୍ଣ୍ଣାଢ଼୍ୟ କାର୍ଯ୍ୟକ୍ରମକୁ ଗ୍ରାମ ସଭାପତି ତଥା ସମାଜସେବୀ ଜଗବନ୍ଧୁ ବିଶ୍ଵାଳ, ସମ୍ପାଦକ ଧଡ଼ିଆ ଖଟୋଇ, କୋଷାଧ୍ୟକ୍ଷ ପୁନା ବିଶ୍ଵାଳ ପରିଚାଳନା କରିଥିବା ବେଳେ ସମସ୍ତ ଗ୍ରାମବାସୀ ମାନେ ସହଯୋଗ କରିଥିଲେ।

SPREAD YOUR LOVE WITH YOUR FRIENDS AND FAMILY

Leave a Reply