Home / ସଂସ୍କୃତି ଓ ପରମ୍ପରା / ଉତ୍କଳ ମଣୀଙ୍କୁ ମିଳୁ ଭାରତରତ୍ନ ସମ୍ମାନ

ଉତ୍କଳ ମଣୀଙ୍କୁ ମିଳୁ ଭାରତରତ୍ନ ସମ୍ମାନ

ସେବା କ୍ଷେତ୍ରରେ, ଶିକ୍ଷା କ୍ଷେତ୍ରରେ ଏବଂ ଓଡ଼ିଶାକୁ ସ୍ଵତନ୍ତ୍ର ରାଜ୍ୟ କରି ଗଠନ କରିବାରେ ଉତ୍କଳ ମଣି ଗୋପବନ୍ଧୁ ଦାସଙ୍କ ଅବଦାନ ଅତୁଳନୀୟ।ସେ ଖାଲି ଓଡିଶାର ମଣୀ ନୁହଁନ୍ତି ସେ ଭାରତର ମଣୀ। ସଭିଙ୍କ ପ୍ରିୟ ସେହି ଦାସେ ଆପଣଙ୍କ ସେବା ପାଇଁ ଯେଉଁ ଅବଦାନ ରହିଛି ତାଙ୍କୁ ଯଥେଷ୍ଟ ସମ୍ମାନ ମିଳିନାହିଁ… ଏହି ପ୍ରସଙ୍ଗକୁ ଆଧାର କରି ଆଜି ପବିତ୍ର ଉତ୍କଳ ଦିବସ ଅବସରରେ ଆପଣଙ୍କ ସେବାରେ ଅନୁଷ୍ଠାନ ତରଫରୁ ଶ୍ରୀକ୍ଷେତ୍ର ଠାରୁ ସୁଆଣ୍ଡୋ ଗ୍ରାମ ପର୍ଯ୍ୟନ୍ତ ଏକ ପଦ ଯାତ୍ରା କରା ଯାଇଥିଲା, ଏହି ପଦ ଯାତ୍ରା ର ମୂଳ ମନ୍ତ୍ର ଥିଲା ଗୋପବନ୍ଧୁ ଙ୍କୁ ମାରଣତ୍ୱର ଭାରତ ରତ୍ନ ପ୍ରଦାନ୍ କରାଯାଉ । ଏହି ଦାବି ନେଇ ହୋଇଛି ଆଜିଠାରୁ ଦସ୍ତଖତ ଅଭିଯାନ। ଯାହାକି ଏହି ଅଭିଯାନକୁ ଏକବର୍ଷ ପର୍ୟ୍ୟନ୍ତ ସାରା ଓଡିଶାରେ କରାଯାଇ ଅନୁଷ୍ଠାନ ତରଫରୁ କେନ୍ଦ୍ର ଓ ରାଜ୍ୟ ସରକାର ଙ୍କ ପାଖରେ ଏହି ଦାବି ଉପସ୍ଥାପନ କରାଯିବ ବୋଲି ଅନୁଷ୍ଠାନ ପକ୍ଷରୁ ସୂଚନା ମିଳିଛି। ଯାହାକି ଉତ୍କଳ ମଣିଙ୍କ ପ୍ରତି ହେବ ଶ୍ରେଷ୍ଠ ସମ୍ମାନ।

SPREAD YOUR LOVE WITH YOUR FRIENDS AND FAMILY

Leave a Reply