Home / ମୁଖ୍ୟ ଖବର / ଗ୍ରୀଷ୍ମ ପ୍ରବାହ ସମୟ ରେ ଅଘୋଷିତ ବିଦ୍ୟୁତକାଟ :ଉପଭୋକ୍ତା ଅସ୍ତବ୍ୟସ୍ତ।

ଗ୍ରୀଷ୍ମ ପ୍ରବାହ ସମୟ ରେ ଅଘୋଷିତ ବିଦ୍ୟୁତକାଟ :ଉପଭୋକ୍ତା ଅସ୍ତବ୍ୟସ୍ତ।

ନିମାପଡ଼ା: ଗ୍ରୀଷ୍ମ ପ୍ରବାହ ସମୟ ରେ ଆଦୌ ବିଦ୍ୟୁତ କାଟ ହେବ ନାହିଁ ବୋଲି ସରକାର ଘୋଷଣା କରିଛନ୍ତି। ତେବେ ପୁରୀ ଜିଲ୍ଲା କାକଟପୁର ବିଦ୍ୟୁତ ବିଭାଗ ଏହି ନିୟମ କୁ ମାନୁ ନଥିବା ଶତାଧିକ ବିଦ୍ୟୁତ ଉପଭୋକ୍ତା ଅଭିଯୋଗ କରିଛନ୍ତି। ଗତ ୩/୪ ହେବ ଏହି ଅଞ୍ଚଳ ରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ହେଉଥିବାବେଳେ କାକଟପୁର ବିଦ୍ୟୁତ ବିଭାଗ ମନଇଚ୍ଛା ଅଘୋଷିତ ବିଦ୍ୟୁତ କାଟ କରୁଥିବାରୁ ଜନ ସାଧାରଣ ଗ୍ରୀଷ୍ମ ରେ ଆଉଟ ପାଉଟ
ହେଉଛନ୍ତି। ଫଳରେ ସାଧାରଣରେ ଘୋର ଅସନ୍ତୋଷ ସୃଷ୍ଟି ହୋଇଛି।

ରାଜ୍ୟରେ ବଳକା ବିଦ୍ୟୁତ ରହୁଥୁବା ବେଳେ ରାଜ୍ୟ ବାସୀ ଗ୍ରୀଷ୍ମ ପ୍ରବାହ ରେ ବିଦ୍ୟୁତ କାଟ ର ସମ୍ମୁଖୀନ ହେବେ ନାହିଁ ବୋଲି ରାଜ୍ୟ ଶକ୍ତି ମନ୍ତ୍ରୀ ବିଭିନ୍ନ ଗଣ ମାଧ୍ୟମରେ ପ୍ରକାଶ କରୁଥିବା ବେଳେ ପୁରୀ ଜିଲ୍ଲା କାକଟପୁର ଠାରେ ଏହାର ବାସ୍ତବ ଚିତ୍ର କିନ୍ତୁ ଓଲଟା ।ଦୀର୍ଘ ଦୁଇ ଦିନ ହେବ ପ୍ରବଳ ଗ୍ରୀଷ୍ମ ପ୍ରବାହ ସାଙ୍ଗକୁ ଅସହ୍ୟ ଗୁଳୁଗୁଳି ଧନ ଜୀବନକୁ ଅସ୍ତବ୍ୟସ୍ତ କରୁଥିବା ବେଳେ କାକଟପୁର ବିଦ୍ୟୁତ ସବ ଡିଭିଜନ ର ମନମୁଖୀ କାର୍ଯ୍ୟ ସାଙ୍ଗକୁ ଅଘୋଷିତ ବିଦ୍ୟୁତ କାଟ ଜନ ଜୀବନକୁ ଅସ୍ତବ୍ୟସ୍ତ କରି ପକାଇଛି।ଟାଟା ପାୱାର କାର୍ଯ୍ୟ ଭାର ହାତକୁ ନେବା ଦିନ ଠାରୁ ଲୋକଙ୍କ ଉପରେ ମନଇଛା ବିଲ ର ବୋଝ ବଢା଼ଉ ଥିବା ବେଳେ ଲୋ ଭୋଲ୍ଟେଜ ସମସ୍ୟା ରୁ ଅଞ୍ଚଳ ବାସୀ ନିସ୍ତାର ପାଇପାରୁ ନାହାନ୍ତି।କାକଟପୁର ସବ ଡିଭିଜନ ପକ୍ଷ୍ୟରୁ ହିତାଧିକାରୀ ମାନଙ୍କ ଅସୁବିଧା ସୁବିଧା ପାଇଁ ଟୋଲ ଫ୍ରି ନମ୍ବର ରହିଥିବା ବେଳେ ଏହି ନମ୍ବର କୁ ଫୋନ ଲଗାଇଲେ କୌଣସି ଅଧିକାରୀ ଉଠାଉ ନାହାନ୍ତି। କନିଷ୍ଠ ଯନ୍ତ୍ରୀ ଙ୍କ ଠାରୁ ସହକାରୀ ଯନ୍ତ୍ରୀ ଙ୍କ ପର୍ଯ୍ୟନ୍ତ କାର୍ଯାଳୟ ରେ କେବେ ଦେଖିବାକୁ ମିଳୁ ନ ଥିବା ବେଳେ ତଳିଆ କର୍ମଚାରୀ ମାନେ ହିତାଧିକାରୀ ମାନଙ୍କୁ ଫାଇନର ନାଲି ଆଖି ଦେଖାଇ ଭୟଭୀତ କରୁଥିବା ଗୁରୁତର ଅଭିଯୋଗ ହେଉଛି। ତୁରନ୍ତ ରାଜ୍ୟ ଶକ୍ତିମନ୍ତ୍ରୀ, ସ୍ଥାନୀୟ ମନ୍ତ୍ରୀ, ପୁରୀ ଜିଲ୍ଲାପାଳ, ବିଦ୍ୟୁତ ବିଭାଗ ର ସର୍ବୋଚ୍ଚ ଯନ୍ତ୍ରୀ ଏ ଦିଗରେ ଦୃଷ୍ଟି ଦେଇ ବିହିତ କାର୍ଯାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣ ରେ ଦାବୀ ହେଉଛି।

SPREAD YOUR LOVE WITH YOUR FRIENDS AND FAMILY

Leave a Reply