Home / ମୁଖ୍ୟ ଖବର / ଧନିତ୍ରୀ ସମବାୟ ସମିତି ସମ୍ପାଦକ ନିଲମ୍ବିତ।

ଧନିତ୍ରୀ ସମବାୟ ସମିତି ସମ୍ପାଦକ ନିଲମ୍ବିତ।

ପୁରୀ ଜିଲ୍ଲା କାକଟପୁର ବ୍ଲକ କାଦୁଆ ନୂଆଗାଁ ଗ୍ରାମପଞ୍ଚାୟତ ଅନ୍ତର୍ଗତ ଧନିତ୍ରୀ ସମବାୟ ସମିତି ସମ୍ପାଦକଙ୍କୁ କାର୍ଯ୍ୟରେ ଅନିୟମିତତା କରିଥିବା ଅଭିଯୋଗରେ ସୋମବାର ନିଲମ୍ବିତ କରାଯାଇଛି। ଏନେଇ ପୁରୀ ଜିଲ୍ଲା ସମବାୟ ସମିତି ଅତିରିକ୍ତ ନିବନ୍ଧକ ସୋମବାର ଚିଠି ନମ୍ବର ୯୧୨/୧୦.୦୪.୨୦୨୩ ଅନୁଯାୟୀ ଧନିତ୍ରୀ ସମବାୟ ସମିତି ସମ୍ପାଦକ ଥିବା ଶ୍ରୀଯୁକ୍ତ ବିଷ୍ଣୁ ଚରଣ ବେହୁରାଙ୍କୁ କାର୍ଯ୍ୟରୁ ନିଲମ୍ବିତ କରିଛନ୍ତି। ଶ୍ରୀଯୁକ୍ତ ବେହୁରାଙ୍କ ବିରୁଦ୍ଧରେ ଗ୍ରାମବାସୀ ଓ ଚାଷୀଙ୍କ ପକ୍ଷରୁ ରାଜ୍ୟ ସମବାୟ ସମିତି ନିବନ୍ଧକ ଭୁବନେଶ୍ବର କାର୍ଯ୍ୟାଳୟରେ ଅଭିଯୋଗ ହୋଇଥିଲା। ସମିତି ସମ୍ପାଦକ ପଦ ପାଇଁ ନକଲି ମାଟ୍ରିକ ଓ ଅନ୍ୟାନ୍ୟ ସାର୍ଟିଫିକେଟ ଦେଇଥିବା ସହ ଅନେକ ଚାଷୀଙ୍କ ଲୋନ ଟଙ୍କା ଓ ବୀମା ରାଶି ଅର୍ଥ ହଡପ କରିବା ଓ ଅନିୟମିତତା କରିଥିବା ନେଇ ସ୍ଥାନୀୟ ଚାଷୀମାନେ ଅଭିଯୋଗ କରିଥିଲେ। ଦୁର୍ଯ୍ୟୋଧନ ମହାନ୍ତି, ଶଙ୍କର ଭୂୟାଁ, ପୂର୍ବତନ ସରପଞ୍ଚ ଭୀମସେନ ସେଠୀ, ବିଶିଷ୍ଟ ସମାଜସେବୀ ଓ ନେତା କୈଳାସ ଲେଙ୍କାଙ୍କ ସମେତ ଶତାଧିକ ଚାଷୀ ଅଭିଯୋଗ ଆଣିଥିଲେ। ଅଭିଯୋଗକୁ ଭିତିକରି ରାଜ୍ୟ ସମବାୟ ସମିତି ନିବନ୍ଧକ ଭୁବନେଶ୍ବର ପକ୍ଷରୁ ଜିଲ୍ଲା ସମବାୟ ସମିତି ଅତିରିକ୍ତ ନିବନ୍ଧକ ଙ୍କୁ ଶ୍ରୀଯୁକ୍ତ ବେହୁରାଙ୍କୁ ନିଲମ୍ବନ କରିବା ପାଇଁ ଗତ ୦୭.୦୫.୨୩ ରେ ଚିଠି ନମ୍ବର ୨୮୫୮/୨୩ରେ ନିର୍ଦେଶ ଦେଇଥିଲେ। ନିର୍ଦ୍ଦେଶ ଅନୁଯାୟୀ ସୋମବାର ଏନେଇ ପୁରୀ ସମବାୟ ସମିତି ଅତିରିକ୍ତ ନିବନ୍ଧକ ଶ୍ରୀଯୁକ୍ତ ବେହୂରାଙ୍କୁ କାର୍ଯ୍ୟରୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ନିଲମ୍ବନ କରିଛନ୍ତି। ତାଙ୍କ ସ୍ଥାନରେ ସମିତି ଦାୟୀତ୍ବ କୁଣ୍ଡେଇ ସମିତି ସଂପାଦକ ଅଲେଖ ଚନ୍ଦ୍ର ନାୟକଙ୍କୁ ଅତିରିକ୍ତ ଦାୟିତ୍ଵ ପ୍ରଦାନ କରାଯାଇଥିବା ବେଳେ ନିଲମ୍ବିତ ହୋଇଥିବା ଶ୍ରୀଯୁକ୍ତ ବେହୂରାଙ୍କୁ ବ୍ଳକ ମୂଖ୍ୟ କାର୍ଯ୍ୟାଳୟରେ ଉପସ୍ଥିତ ରହି କାର୍ଯ୍ୟ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

SPREAD YOUR LOVE WITH YOUR FRIENDS AND FAMILY

Leave a Reply