Home / ମୁଖ୍ୟ ଖବର / ମହାନ୍ ସ୍ଵାଧୀନତା ସଂଗ୍ରାମୀ‌ ସ୍ବର୍ଗତ ଅର୍ଜୁନ ଦାଶଙ୍କ ୨୬ତମ ସ୍ମୃତି ଚାରଣ ଦିବସ।

ମହାନ୍ ସ୍ଵାଧୀନତା ସଂଗ୍ରାମୀ‌ ସ୍ବର୍ଗତ ଅର୍ଜୁନ ଦାଶଙ୍କ ୨୬ତମ ସ୍ମୃତି ଚାରଣ ଦିବସ।

whatsapp image 2026 01 12 at 7.08.02 pm

କାକଟପୁର -୧୨/୦୧(ତୁଷାର ଦୀକ୍ଷିତ )ନାରୀ ଶିକ୍ଷା, ଅସ୍ପୃଶ୍ୟତା ଦୂରିକରଣ,ଜାତିପ୍ରଥାର ବିଲୋପ ସାଧନ, ଗ୍ରାମାଞ୍ଚଳରେ ଇଂରେଜ ସରକାର ବିରୋଧରେ ସଚେତନତା ସୃଷ୍ଟି କରାଇବାର ଅଗ୍ରଦୂତ ସ୍ବର୍ଗତ ଅର୍ଜୁନ ଦାଶଙ୍କ ୨୬ତମ ସ୍ମୃତି ଚାରଣ ଦିବସ କାକଟପୁର ସରକାରୀ ନୋଡାଲ ଉଚ୍ଚ ବାଳିକା ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି। ସ୍କୁଲର ପ୍ରଧାନଶିକ୍ଷକ ଲକ୍ଷ୍ମୀଧର ପ୍ରଧାନଙ୍କ ସଭାପତିତ୍ବରେ ଅନୁଷ୍ଠିତ ସ୍ମୃତି ଚାରଣ ସଭାରେ ସମାଜସେବୀ କ୍ଷୀରୋଦ ମହାନ୍ତି, ବିଦ୍ୟାଳୟର ସହକାରୀ ଶିକ୍ଷକ/ଶିକ୍ଷୟିତ୍ରୀ, କର୍ମଚାରୀ ଓ ଛାତ୍ରୀମାନେ ଉପସ୍ଥିତ ରହି ସ୍ବର୍ଗତ ଦାଶଙ୍କ ତତ୍ କାଳୀନ ନାରୀ ଶିକ୍ଷା ଉପରେ ରହିଥିବା ସାମାଜିକ କଟକଣାକୁ ଦୂରିଭୂତ କରିବାପାଇଁ କାକଟପୁର ନିକଟସ୍ଥ କନ୍ଦଳପୁର ଗ୍ରାମ ନିକଟରେ ଏକ ମଧ୍ୟ ଇଂରାଜୀ ବିଦ୍ୟାଳୟ ଯାହା ଆଜି ଉଚ୍ଚ

image
image

ବିଦ୍ୟାଳୟରେ ପରିଣତ ହୋଇଛି।ବଲରା ଠାରେ ସେବାଶ୍ରମ ସ୍କୁଲ, ଗମ୍ଭାରୀପଦା ଠାରେ ମାଇନର ସ୍କୁଲ ଖୋଲି ଅଞ୍ଚଳର ଉନ୍ନତି ପାଇଁ ଶିକ୍ଷାର ବିକାଶ କରିଥିଲେ।ସ୍କୁଲ ପରିସରରେ ଥିବା ତାଙ୍କର ପ୍ରତିମୃର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହିତ ତାଙ୍କ ର ସ୍ମୃତି ଚାରଣ କରି ଶ୍ରଦ୍ଧାଞ୍ଜଳୀ ଜଣାଇଥିଲେ।

SPREAD YOUR LOVE WITH YOUR FRIENDS AND FAMILY

Leave a Reply