Home / ମୁଖ୍ୟ ଖବର / ହିନ୍ଦୁ ସଂଘର୍ଷ ସମିତିର ମହିଳା ମୋର୍ଚ୍ଚା ଓ ମିଡିଆ ସେଲ୍ ଉନ୍ମୋଚିତ

ହିନ୍ଦୁ ସଂଘର୍ଷ ସମିତିର ମହିଳା ମୋର୍ଚ୍ଚା ଓ ମିଡିଆ ସେଲ୍ ଉନ୍ମୋଚିତ

ପୁରୀ-୨୩.୮-ସନାତନୀ ସଂସ୍କୃତି ଓ ସ୍ବାଭିମାନର ସୁରକ୍ଷା ପାଇଁ କାର୍ଯ୍ୟକରୁଥିବା ” ହିନ୍ଦୁ ସଂଘର୍ଷ ସମିତି” ର ଓଡିଶା ଶାଖା ପକ୍ଷରୁ ସଂଗଠନ ବିସ୍ତାର କାର୍ଯ୍ୟକ୍ରମ ପୁରୀ ସହର ଠାରେ ଆୟୋଜିତ ହେଇ ଯାଇଅଛି l ପାନ୍ଥନିବାସ ଠାରେ ରାଜ୍ୟ ସଭାପତି ପପୁନ ସାହୁଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି! ଏହି ଅବସରରେ ରାଜ୍ୟ ସଂଗଠନର ମହିଳା ଶାଖା ଉନ୍ମୋଚିତ ହେଇଥିଲା! ସର୍ବସମ୍ମତି କ୍ରମେ ଶ୍ଵେତା ସାଲୋନି ମହାନ୍ତି ସଭାପତି ରୂପେ ନିର୍ବାଚିତ ହେଇଥିବା ବେଳେ ସଂପାଦିକା ରୂପେ କନକ ଲତା ଜେନା ନିର୍ବାଚିତ ହେଇଥିଲେ! ଏଥି ସହ ସଂଗଠନର ପ୍ରଚାର ପ୍ରସାରକୁ ଆହୁରି ବ୍ୟାପକ କରିବା ପାଇଁ ରାଜ୍ୟ ମିଡିଆ ସେଲ ମଧ୍ୟ ଗଠନ ହେଇ ଥିଲା ମିଡିଆ ବିଭାଗର ଅଧ୍ୟକ୍ଷ ରୂପେ ଡି ପାପୁନ ଓ ସମ୍ପାଦକ ରୂପେ ପ୍ରଭାତ ସାମଲ ମନୋନୀତ ହେଇ ଥିଲେ l କାର୍ଯ୍ୟକ୍ରମ ରେ ସଂଗଠନ କୁ କିପରି ଅଧିକରୁ ଅଧିକ ବ୍ୟାପକ କରାଯିବ ସେ ସମ୍ପର୍କରେ ଆଲୋଚନା ହେବା ସହ ପରବର୍ତ୍ତୀ କାର୍ଯ୍ୟକ୍ରମ ସ୍ଥିର କରାଯାଇଥିଲା l ଶେଷରେ ଧନ୍ୟବାଦ ଜ୍ଞାପନ କରିଥିଲେ ରାଜ୍ୟ ସମ୍ପାଦକ ସଂଗ୍ରାମ ପାତ୍ର!

SPREAD YOUR LOVE WITH YOUR FRIENDS AND FAMILY

Leave a Reply