Home / ସଂସ୍କୃତି ଓ ପରମ୍ପରା / ବେଆଇନ ଅଧିଗ୍ରହଣ ହୋଇଥିବା ଚାଷ ଜମି ଫେରାଇବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଦାବି କରାଯିବ

ବେଆଇନ ଅଧିଗ୍ରହଣ ହୋଇଥିବା ଚାଷ ଜମି ଫେରାଇବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଦାବି କରାଯିବ

ବେଆଇନ ଅଧିଗ୍ରହଣ ହୋଇଥିବା ଚାଷ ଜମି ଫେରାଇବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଦାବି କରାଯିବ – ଉମା ବଲ୍ଲଭ ରଥ।ପୁରୀ ୨୩/୦୪- ବେଦାନ୍ତ ବିଶ୍ବବିଦ୍ୟାଳୟ ବିରୋଧି ସଙ୍ଘର୍ଷ ସମିତି ପକ୍ଷରୁ ଆଜି ବାଲିଘାଇ ଛକ ଠାରେ ଥିବା ଛଇତନା ମୌଜା ର ଚାଷ ଜମିରେ ହଳ କରାଯାଇ ଆଖିମୁଠି ଅନୁକୂଳ କରାଯାଇଥିଲା।ମାନ୍ୟବର ସୁପ୍ରିକୋର୍ଟ ତାଙ୍କ ରାୟ ରେ ବେଦାନ୍ତ ବିଶ୍ୱବିଦ୍ୟାଳୟ ପାଇଁ ସରକାର ଅଧିଗ୍ରହଣ କରିଥିବା ସମସ୍ତ ଜମି ବେଆଇନି ଓ ଜମି ଅଧିଗ୍ରହଣ ଆଇନ ସମ୍ପୁର୍ଣ୍ଣ ଉଲଘଂନ କରାଯଇଅଛି ଏବଂ ରାଜ୍ୟ ସରକାର ଙ୍କୁ ମାନ୍ୟବର ସୁପ୍ରିମ କୋର୍ଟ ତାଙ୍କ ନିର୍ଦ୍ଦେଶ ରେ ଜମି ଫେରାଇବା ନିର୍ଦ୍ଦେଶ ଦେଇଥିବାରୁ ଚାଷୀମାନେ ନିଜ ଚାଷ ଜମିରେ ଅଖିମୁଠି ଅନୁକୂଳ କରିଥଲେ। ଦୀର୍ଘ ୧୫ବର୍ଷ ଧରି ଚାଷୀ ମାନେ ସେମାନଙ୍କର ଚାଷ ଜମିରେ କୌଣସି ଋଣ ବା ଫସଲ ନଷ୍ଟ ହେଲେ ସରକାର ଙ୍କ ପକ୍ଷରୁ ମିଳୁଥିବା ସହାୟତା ରୁ ବଞ୍ଚିତ ହେଉଥିଲେ। ଏପରିକି ମଣ୍ଡିରେ ଧାନ ମଧ୍ୟ ବିକ୍ରି କରିପାରୁ ନଥିଲେ। ସବୁଠାରୁ ଦୁଃଖର ବିଷୟ ସେମାନଙ୍କ ଜମିର ମାଲିକାନା ସତ୍ଵ ଅନିଲ ଅଗ୍ରୱାଲ ଫାଉଣ୍ଡେସନ କୁ ଚାଲିଯାଇଥିଲା। ମାନ୍ୟବର ସୁପ୍ରିମ କୋର୍ଟ ଙ୍କ ଐତିହାସିକ ରାୟ ପରେ ଆଜି ପବିତ୍ର ଅକ୍ଷୟ ତୃତୀୟା ରେ ସକାଳ ୮ ଘଟିକା ସମୟରେ ବେଆଇନ ଅଧିଗୃହୀତ ଜମିରେ ବେଦାନ୍ତ ବିଶ୍ୱବିଦ୍ୟାଳୟ ବିରୋଧି ସଙ୍ଘର୍ଷ ସମିତି ର ଆବାହକ ଉମା ବଲ୍ଲଭ ରଥ ଓ ସଭାପତି ଦାମଦର ପ୍ରଧାନ ଙ୍କ ନେତୃତ୍ୱ ରେ ଶତାଧିକ ଚାଷୀ ହଳ ଆରମ୍ଭ କରିଥିଲେ। ଏହା ପୂର୍ବରୁ ଜମୀରେ ନଡ଼ିଆ ଭାଙ୍ଗି ପୂଜା ଅର୍ଚ୍ଚନା କରାଯାଇ ଥିଲା। ଏହି କାର୍ଯ୍ୟକ୍ରମ ପରେ ବେଲଦଳ ବାତ୍ୟା ଆଶ୍ରୟ ସ୍ଥଳୀ ଠାରେ ଏକ ସଭା ର ଆୟୋଜନ କରାଯାଇ ଥିଲା । ଏହି ଚାଷୀ ସମାବେଶ କୁ ବିରୋଧି ସଙ୍ଘର୍ଷ ସମିତି ର ଆବାହକ ଶ୍ରୀଯୁକ୍ତ ଉମା ବଲ୍ଲଭ ରଥ ଉଦବୋଧନ ଦେଇ କହିଥିଲେ ଯେଭଳି ଭାବରେ ରାଜ୍ୟ ସରକାର ଅନିଲ ଅଗ୍ରୱାଲା ସହିତ ମିଶି ମହାପ୍ରଭୁ ଶ୍ରଜଗନ୍ନାଥଙ୍କ ମୂଲ୍ୟବାନ ଅମୃତ ମଣୋହି ଜମି ଓ ଗରିବ ଖଟିଖିଆ ଦିନମଜୁରିଆ ଙ୍କ ଜମିକୁ ଯେଭଳି ଭାବରେ ଶାଗ ମାଛ ଦରରେ ବେଦାନ୍ତ ବିଶ୍ଵବିଦ୍ୟାଳୟ କୁ ଟେକି ଦେଇଥିଲେ ଏ ଭଳି ବେଆଇନ, ବେନିୟମ ଭାବରେ ଜମି ଟେକିଦେବା ଭାରତ ଇତିହାସ ରେ କେବେ କୌଣସି ଜାଗାରେ ଦେଖାଯାଏ ନାହିଁ।ଏ ଥିରେ ବିରୋଧି ସଙ୍ଘର୍ଷ ସମିତି ର ଆବାହକ ପୁର୍ବତନ ବିଧାୟକ ଉମା ବଲ୍ଲଭ ରଥ,ସଭାପତି ଦାମୋଦର ପ୍ରଧାନ, ନବନିର୍ମାଣ କୃଷକ ସଙ୍ଗଠନ ର ରାଷ୍ଟ୍ରୀୟ ସଂଯୋଜକ ଅକ୍ଷୟ କୁମାର, ଶେଷଦେବ ନନ୍ଦ, ଉମା ଚରଣ ପ୍ରଧାନ, ବିଷ୍ଣୁ ପ୍ରସାଦ ମିଶ୍ର, ପର୍ଶୁରାମ ପ୍ରଧାନ, ହର ପ୍ରସାଦ ଜେନା, ମଧୁସୂଦନ ରାଉତରାୟ, ପ୍ରଭାକର ସ୍ୱାଇଁ, ପୁର୍ବତନ ସରପଞ୍ଚ ରମେଶ ପ୍ରଧାନ,କାଳନ୍ଦୀ ପ୍ରଧାନ, ବିଶ୍ଵନାଥ ପ୍ରଧାନ, ଦାମୋଦର ନାୟକ,ବାମନ ଜେନା, କୈଳାସ ସ୍ବାଇଁ, ବୃନ୍ଦାବନ ପ୍ରଧାନ,ଲକ୍ଷ୍ମଣ ପ୍ରଧାନ, କିଶୋର ପ୍ରଧାନ, ଶରତ ପ୍ରଧାନ, ଗଙ୍ଗାଧର ପ୍ରଧାନ, ସ୍ଵାଧୀନ କୁମାର ପଣ୍ଡା ପ୍ରମୁଖ ଏହି ଆଲୋଚନା ରେ ଯୋଗ ଦେଇ ଆଗାମୀ ଦିନରେ ସରକାର ଚାଷୀ ମାନଙ୍କ ମାଲିକାନା ସତ୍ଵ ଫେରାଇ ଦେବାକୁ ମାନ୍ୟବର ମୂଖ୍ୟମନ୍ତ୍ରୀ ଙ୍କ ପାଖକୁ ଚାଷୀମାନଙ୍କ ପକ୍ଷରୁ ଏକ ଦାବି ପତ୍ର ପଠାଯିବ।

SPREAD YOUR LOVE WITH YOUR FRIENDS AND FAMILY

Leave a Reply