Home / ସଂସ୍କୃତି ଓ ପରମ୍ପରା / ସହିଦ୍ ଦେବାଶିଷ ଙ୍କୁ ଶ୍ରଦ୍ଧାଞ୍ଜଳୀ ଦେବାକୁ ତାଙ୍କ ଜନ୍ମ ମାଟି ସତ୍ୟବାଦୀ କୁ ଆସିଲେ ଅଭିନେତା ମିଥୁନ ଚକ୍ରବର୍ତ୍ତୀ

ସହିଦ୍ ଦେବାଶିଷ ଙ୍କୁ ଶ୍ରଦ୍ଧାଞ୍ଜଳୀ ଦେବାକୁ ତାଙ୍କ ଜନ୍ମ ମାଟି ସତ୍ୟବାଦୀ କୁ ଆସିଲେ ଅଭିନେତା ମିଥୁନ ଚକ୍ରବର୍ତ୍ତୀ

୨୩.୪.୨୩ଆଜି ଓଡିଶା ଗସ୍ତ ସମୟରେ ସହିଦ୍ ଦେବାଶିଷ ଙ୍କୁ ଶ୍ରଦ୍ଧାଞ୍ଜଳୀ ଦେବାକୁ ତାଙ୍କ ଜନ୍ମ ମାଟି ସତ୍ୟବାଦୀ କୁ ଆସିଲେ ଅଭିନେତା ମିଥୁନ ଚକ୍ରବର୍ତ୍ତୀ। ଅପରାହ୍ନ ୫ ଘଣ୍ଟା ସମୟରେ ସାକ୍ଷୀଗୋପାଳ ଠାରେ ପହଞ୍ଚିବା ପରେ ଦାଦା ସାକ୍ଷୀଗୋପାଳ ଙ୍କୁ ଦର୍ଶନ କରି ସହିଦ୍ ଦେବାଶିଷ ଙ୍କ ଉଦ୍ଦେଶ୍ୟରେ ଆୟୋଜିତ ଶ୍ରଦ୍ଧାଞ୍ଜଳୀ ସଭାରେ ଯୋଗଦାନ କରିଥିଲେ ଏବଂ କହିଥିଲେ ସେହି ମାଟି କୁ ମୁଁ ପ୍ରଣାମ କରୁଛି ଯେଉଁ ମାଟିରେ ଦେବାଶିଷ ଭଳି ବିର ଜନ୍ମ ନେଇଛନ୍ତି। ଶେଷରେ କହିଯାଇଥିଲେ ଶତ୍ରୁ ମାନଙ୍କୁ ଭାରତ କୁ ଏତେ କମଜୋର ଭବାନୀ ଯେଉଁମାନେ ଆମ ସୈନିକ ମାନଙ୍କ ଜୀବନ ନେଇଛନ୍ତି ଭାରତ ସରକାର ଏତେ ସହଜରେ ସେମାନଙ୍କୁ ଛାଡିବେନି।ଏହି ଅବରରେ ମିଥୁନ ଚକ୍ରବର୍ତ୍ତୀ ଙ୍କ ସହିତ ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର,ସମାଜ ସେବୀ ଓମ୍ପ୍ରକାଶ ମିଶ୍ର ଯୋଗଦେଇ ସହିଦ୍ ଙ୍କ ଉଦ୍ଦେଶ୍ୟରେ ସ୍ମୃତି ଚାରଣ କରି ଥିଲେ। ଶେଷରେ ମିଥୁନ ଦାଦା ସ୍ବର୍ଗତ ଅଶୋକ ସରିନ ଙ୍କ ସ୍ମୃତିରେ ୧୨ ଜଣ ଦିବ୍ୟାଙ୍ଗ ଙ୍କୁ ୧୨ଟି ସ୍କୁଟି ବଣ୍ଟନ କରି ସେମାନଙ୍କ ସହ ଭାବର ଆଦାନ ପ୍ରଦାନ କରିଥିଲେ ଏବଂ କହିଥିଲେ ମୁଁ ସତ୍ୟବାଦୀ ଆଉଥରେ ମୋ ତରଫରୁ ଆସିବି।

SPREAD YOUR LOVE WITH YOUR FRIENDS AND FAMILY

Leave a Reply