Home / ମୁଖ୍ୟ ଖବର / ସଂସ୍କୃତ ବିଶ୍ୱବିଦ୍ୟାଳୟର ଯୁବଶକ୍ତିଙ୍କ କ୍ରୀଡା ସହଭାଗିତା ପାଇଁ କେନ୍ଦ୍ର ଶିକ୍ଷା ମନ୍ତ୍ରୀଙ୍କୁ ପ୍ରସ୍ତାବ ପତ୍ର

ସଂସ୍କୃତ ବିଶ୍ୱବିଦ୍ୟାଳୟର ଯୁବଶକ୍ତିଙ୍କ କ୍ରୀଡା ସହଭାଗିତା ପାଇଁ କେନ୍ଦ୍ର ଶିକ୍ଷା ମନ୍ତ୍ରୀଙ୍କୁ ପ୍ରସ୍ତାବ ପତ୍ର

whatsapp image 2025 08 14 at 19.58.45 48c87de6

ପୁରୀ, ୧୪ /୮/୨୦୨୫ (ତୃପ୍ତିମୟୀ ଜେନା)— ପୁରୀ ବକ୍ସିଂ ଏକାଡେମୀର ପ୍ରତିଷ୍ଠାତା ଓ କ୍ରୀଡା ପ୍ରେମୀ ସୁଦର୍ଶନ ସାହୁ ଗତକାଲି ପୁରୀ ଠାରେ ମାନ୍ୟବର କେନ୍ଦ୍ର ଶିକ୍ଷାମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସମ୍ମୁଖରେ ଏକ ପ୍ରସ୍ତାବ ପତ୍ର ଅର୍ପଣ କରିଛନ୍ତି। ଉକ୍ତ ପ୍ରସ୍ତାବ ପତ୍ରରେ ଉଲ୍ଲେଖ ଅଛି ଯେ, ଶ୍ରୀ ଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟ, ପୁରୀ ଓ ଏହାର ସଂଲଗ୍ନ ବିଦ୍ୟାଳୟ ଏବଂ ମହାବିଦ୍ୟାଳୟଗୁଡ଼ିକରେ ଅନେକ କ୍ରୀଡାପ୍ରତିଭାଶାଳୀ ଯୁବ-ଯୁବତୀ ପଢ଼ୁଥିଲେ ସତ୍ତ୍ୱେ, SGFI (School Games Federation of India) ଓ AIU (Association of Indian Universities) ଭଳି ଜାତୀୟ କ୍ରୀଡା ପ୍ରତିଯୋଗିତାରେ ଅଂଶଗ୍ରହଣ କରୁନାହାନ୍ତି। ଏହି ପରିପ୍ରେକ୍ଷିତରେ, SGFI ଓ AIU ସହିତ ବିଶ୍ୱବିଦ୍ୟାଳୟର ପଞ୍ଜିକରଣ ସୁନିଶ୍ଚିତ କରିବା ଓ ଛାତ୍ରଛାତ୍ରୀଙ୍କୁ ଆବଶ୍ୟକ ସୂଚନା, ପ୍ରଶିକ୍ଷଣ ଓ ସହଯୋଗ ପ୍ରଦାନ କରିବା ପାଇଁ କେନ୍ଦ୍ର ସରକାରଙ୍କୁ ପଦକ୍ଷେପ ଗ୍ରହଣ କରିବାକୁ ସଭ୍ୟଭାବେ ଅନୁରୋଧ କରାଯାଇଛି।

ସୁଦର୍ଶନ ସାହୁଙ୍କ ଅଭିମତ:
“ସଂସ୍କୃତ ପାଠଶାଳାର ଯୁବଶକ୍ତି କେବଳ ପାଣିନିୟ ବ୍ୟାକରଣରେ ନୁହେଁ, ବରଂ କ୍ରୀଡାରେ ମଧ୍ୟ ସାଧନା କରିପାରିବେ। ସୁବିଧା ଓ ସହଯୋଗ ମିଳିଲେ ସେମାନଙ୍କ ପ୍ରତିଭା ଜାତୀୟ ମଞ୍ଚରେ ପ୍ରକାଶିତ ହେବ, ଯାହା ସେମାନଙ୍କ ସମଗ୍ର ବିକାଶରେ ମହତ୍ୱପୂର୍ଣ୍ଣ ଭୂମିକା ନିବାହ କରିବ।”

SPREAD YOUR LOVE WITH YOUR FRIENDS AND FAMILY

Leave a Reply