କାକଟପୁର ରାଜ୍ୟ ସରକାର ଙ୍କ ତରଫରୁ ବିଭିନ୍ନ ଉର୍ନ୍ନତି ମୂଳକ ଯୋଜନା କେଉଁପରି ଭାବରେ ସୁଚାରୁ ରୂପେ ପହଞ୍ଚି ଲୋକଙ୍କ ହିତ ରେ ଲାଗି ପରିବ ଓ ସାଧାରଣ ବର୍ଗ ର ଲୋକେ ସମସ୍ତ ପ୍ରକାର ସୁବିଧା ସୁଯୋଗ ପାଇ ପାରିବେ ସେଥିପାଇଁ ରାଜ୍ୟ ସରକାର ସମସ୍ତ ପ୍ରକାର ଵେବସ୍ତା କରୁଥିବା ବେଳେ ଆଜି କାକଟପୁର ପଂଚାୟତ ଅନ୍ତର୍ଗତ ମୂଳlଗଡ଼ ଦହିଖିଆ ରାସ୍ତାରେ 35 ଲକ୍ଷ୍ୟ ବିନିମୟରେ ଏକ ବିବାହ ମଣ୍ଡପ ପାଇଁ ରାଜ୍ୟ ସରକାର ଙ୍କ ଗୁରୁତ୍ତ୍ୱପୂର୍ଣ୍ଣ ଦାୟିତ୍ୱ ରେ ଥିବା ଗୃହ ରାଷ୍ଟ୍ର ମନ୍ତ୍ରୀ ତୁଷାର କାନ୍ତି ବେହେରା,ପୁରୀ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ସ୍ୱାଧୀନ କୁମାର ନାୟକ,କାକଟପୁର ବ୍ଲକ ଅଦକ୍ଷ୍ୟ ଶ୍ରୀଧର ନାୟକ,ଜିଲ୍ଲା ପରିଷଦ ସଦସ୍ୟା ସଂଯୁକ୍ତା ଦୀକ୍ଷିତ,କାକଟପୁର ସରପଞ୍ଚ ଅଭୟ କୁମାର ସେଠୀ,ପୂର୍ବତ୍ତନ ଜିଲ୍ଲା ପରିଷଦ ଅଧକ୍ଷ ଜୋତ୍ରୀମୟ ଦଳାଇ,ସାସଂଦ ପ୍ରତିନିଧି ଜ୍ଞାନ ରଞ୍ଜନ ସାହୂ,ମନ୍ତ୍ରୀ ଙ୍କ ପ୍ରତିନିଧି କବିରାଜ ବିଶ୍ୱାଳ, ବି ଡି ଓ ତୁଷାର ଜ୍ୟୋତି ରଞ୍ଜନ, ତହସିଲଦାର ବିରଞ୍ଚି ନାରାୟଣ ବେହେରା, ବି ଜେ ଡି ବ୍ଲକ ସଭାପତି ପ୍ରାଣ କୃଷ୍ଣ ମଲ୍ଲକ,କାକଟପୁର ପଂଚାୟତ ସଭାପତି ପ୍ରଫୁଲ୍ଲ କୁମାର ରଥ,ୱାର୍ଡ ସଭ୍ୟ କାଳନ୍ଦୀ ଚରଣ ମିଶ୍ର, ନରେଶ କୁମାର ପରିଡା ଙ୍କ ସମେତ ପ୍ରାୟ 70, ରୁ 100 ଜଣ ଲୋକ ଉପସ୍ଥିତ ଥିବା ବେଳେ ମନ୍ତ୍ର ପାଠ ହୋଇ ମନ୍ତ୍ରୀ ଶିଳାନ୍ୟାସ ଉଦଘାଟନ କରିବା ସହିତ ନଡ଼ିଆ ବାଡେଇ ଥିଲେ, ଏହି ମଣ୍ଡପ ସାଧରଣ ଗରିବ ଲୋକ ଙ୍କ ଝିଅ, ପୁଅର ବିହାଘର କରିବାରେ ସହାୟକ ହେବ ବୋଲି ଅତିଥି ମାନେ ମତ ବେକ୍ତ କରିଥିଲେ, ଶେଷରେ ସରପଞ୍ଚ ଅଭୟ କୁମାର ସେଠୀ କହିଛନ୍ତି ଜେ ଖୁବ ଶୀଘ୍ର କାମ ଆରମ୍ଭ କରାଯାଇ କାର୍ଯ୍ୟ କୁ ସମାପନ କରାଯିବ.















