Home / ସଂସ୍କୃତି ଓ ପରମ୍ପରା / ରଥଖଳାରେ*ରଥନିର୍ମାଣକାର୍ଯ୍ୟ ପଞ୍ଚମ ଦିବସ

ରଥଖଳାରେ*ରଥନିର୍ମାଣକାର୍ଯ୍ୟ ପଞ୍ଚମ ଦିବସ

Dt.28.4.2023,ଶୁକ୍ରବାର
ରଥଖଳାରେ*ରଥନିର୍ମାଣକାର୍ଯ୍ୟ ପଞ୍ଚମ ଦିବସ
ନିର୍ମାଣକାରୀ ଙ୍କ ଉପସ୍ଥାନ
*ତିନିରଥର ମୋଟ ମହାରଣା-47
*ତିନିରଥ ର ଭୋଇ ସେବକ -27
*ତିନିରଥର କରତି ସେବକ – 4
*ପାହି ମହାରଣା – 1
*ତିନିରଥ ର କମାର ସେବକ – 9
*ତୁମ୍ବ ବିନ୍ଧ କାରୀଗର – 1
*ରଥଖଳା ସହାୟକ(ପାଣିବାଲା)1
ମୋଟ-90
ରଥ ନିର୍ମାଣ ଅଗ୍ରଗତି
ଆଜି ରଥ ନିର୍ମାଣର ‘ପଞ୍ଚମ’ ଦିନରେ ନିର୍ମାଣକାରୀ ସେବକ ମାନେ ସକାଳ ଘ.8.00 ଟା ସୁଦ୍ଧା ରଥଖଳା ଠାରେ ଉପସ୍ଥିତ ହୋଇ ନିର୍ମାଣ କାର୍ଯ୍ୟ ଆରମ୍ଭ କରିଥିଲେ ।

  • ଆଜିର ନିର୍ମାଣ କାର୍ଯ୍ୟ ଶେଷ ସୁଦ୍ଧା ତିନିରଥର ମୋଟ 42 ଗୋଟି ତୁମ୍ବର ଗୋଲେଇ କାର୍ଯ୍ୟ ସମ୍ପୂର୍ଣ ହୋଇଅଛି
  • ଏତତ୍ ବ୍ୟତୀତ ତିନିରଥର ମହାରଣା ମାନେ ପାହି ମହାରଣାଙ୍କ ସହଯୋଗ ରେ ତୁମ୍ବ ଗୁଡିକରେ ସୁତା ବାଡ଼ିଆ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି ।
  • ଏତତ୍ ବ୍ୟତୀତ କରତି ସେବକ ମାନେ ତିନି ରଥ ମହାରଣା ମାନଙ୍କୁ
    ଦୁଇଟି ଲେଖାଁଏ ତୁମ୍ବର ଘେର କାଟି
    ଯୋଗାଇ ଦେଇଛନ୍ତି, ଆସନ୍ତାକାଲି
    ତୁମ୍ବ ରେ ବିନ୍ଧ ଅନୁକୂଳ ହେବ ବୋଲି
    ସୂଚନା ମିଳିଛି ।
  • ଆଜିର ନିର୍ମାଣ କାର୍ଯ୍ୟ ଶେଷ ବେଳକୁ ନନ୍ଦିଘୋଷ ରଥର 16 ଗୋଟି ଗୋଲେଇ ତୁମ୍ବ ମଧ୍ୟରୁ 13
    ଗୋଟି ତୁମ୍ବରେ ସୁତା ବାଡ଼ିଆ କାର୍ଯ୍ୟ
    ଶେଷ ହୋଇଥିଲା ବେଳେ, ତାଳଧ୍ୱଜ
    ରଥ ଏବଂ ଦେବୀ ରଥ ର ଗୋଲେଇ
    ତୁମ୍ବ ଗୁଡିକରୁ 10 ଟି ଲେଖାଁଏ ତୁମ୍ବରେ ସୁତା ବାଡ଼ିଆ କାର୍ଯ୍ୟ ଶେଷ
    ହୋଇଅଛି ।
    *ଏତତ୍ ବ୍ୟତୀତ ତିନିରଥର ସୁତାବାଡ଼ିଆ ସରିଥିବା ତୁମ୍ବ ଗୁଡିକର
    ବଳକା ଅଂଶ ର ଠେକ ତୁଲିଆ କାର୍ଯ୍ୟ ଜାରୀ ରହିଛି ।
    *ଦୋଳବେଦୀ ସ୍ଥ ଅସ୍ଥାୟୀ କମାର ଶାଳ ରେ ଓଝା ବା କମାର ସେବକ ମାନେ ଲୁହା ରଡ଼ କାଟି 6/7″ ସାଇଜର ଅର କଣ୍ଟା ପ୍ରସ୍ତୁତ କରୁ ଛନ୍ତି । ପ୍ରତି ରଥ ଚକ ପାଇଁ 32 ଗୋଟି ଅରକଣ୍ଟା ଅସବଶ୍ୟକ ହୋଇଥାଏ ।
    (ରଥ ନିର୍ମାଣ ଅଗ୍ରଗତି ସମ୍ପର୍କୀୟ
    ଦୁଇଟି ଲେଖାଁଏ ସ୍ଥିର ଚିତ୍ର ସହ ଭିଡିଓ ଚିତ୍ର ସାମିଲ ଅଛି)
SPREAD YOUR LOVE WITH YOUR FRIENDS AND FAMILY

Leave a Reply