Home / ଶିକ୍ଷା / କାକଟପୁର ସରକାରୀ ହାଇସ୍କୁଲ 5t ରେ ରୂପାନ୍ତରିତ ହୋଇ ଝଲସିଲା 

କାକଟପୁର ସରକାରୀ ହାଇସ୍କୁଲ 5t ରେ ରୂପାନ୍ତରିତ ହୋଇ ଝଲସିଲା 

କାକଟପୁର 29/4 ପୁରୀଜିଲ୍ଲା ର 53 ଟି ସ୍କୁଲ 5t ରେ ରୂପାନ୍ତରିତ ମଧ୍ୟରେ ସର୍ବ ପୁରାତନ 1945 ମସିହାରୁ ଗଢ଼ି ଉଠିଥିବା କାକଟପୁର ସରକାରୀ ହାଇସ୍କୁଲ 5t ର ମାନ୍ୟତା ପାଇବା ପରେ ଅଞ୍ଚଳ ବାସୀ ଓ ଅଭିଵାବକ ଙ୍କ ମନରେ ଏକ ନୂଆ ପରି କଳ୍ପନା ସୃଷ୍ଟି ହୋଇଛି, ସଭିଏଁ ପଢିବେ,, ସଭିଏଁ ବଢିବେ ସ୍କୁଲ ଘର ସବୁ ନୂଆ ରୂପରେ ଗଢ଼ି ଉଠିଛି ଏବଂ ସବୁଜ ଘାସ ର ଗାଲିଚା ସାଙ୍ଗକୁ ରଙ୍ଗ ବେରଙ୍ଗ ର ଫୁଲ ଗଛ ପରିବେଶକୁ ଆହୁରି ସୁନ୍ଦର କରିଛି,5t ମାନ୍ୟତା ରେ ସବୁ ନୂଆ କରାଯାଇ ପଡ଼ିବାକୁ ଆସୁଥିବା ପିଲା ମାନଙ୍କ ମନୋବଳ ବଢ଼ାଇଛି, ଅଭିବାବଙ୍କ କହିବା କଥା ସବୁ ଜିନିଷ ଯୋଗାଇ ଦିଆ ଗଲେ ମଧ୍ୟ ପିଲାମାନଙ୍କର ପାଠ ପଢିବା ଉପରେ ଯଦି ଆହୁରି ନଜର ଦିଆ ଯାନ୍ତା ତାହେଲେ ବିଗତ ଦିନ ମାନଙ୍କରେ କାକଟପୁର ସରକାରୀ ବିଦ୍ୟାଳୟ ସାରା ଓଡ଼ିଶାରେ ଯେଉଁପରି ନାଁ କରିଥିଲା ଆଜି ମଧ୍ୟ ସେଇ ସ୍ଥାନ କୁ ବଜାୟ ରଖି ପାରିବ ବୋଲି କିଛି ଅଭିଵାବକ ମତ ପ୍ରକାଶ କରିଛନ୍ତି, ତେବେ ଯାହା ହେଉ ରାଜ୍ୟ ର ଖୋଦ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ  ଭିଡ଼ିଓ କନଫରେନ୍ସ ଜରିଆରେ ଏହାକୁ  ଲୋକାର୍ପିତ ହୋଇଯାଇଛି l

ଏଥି ନେଇ ସ୍ଥାନୀୟ ଅଞ୍ଚଳ ବାସୀ, ଅଭିଭାବକ, ଶିକ୍ଷକ, ଶିକ୍ଷୟତ୍ରୀ ଓ ଛାତ୍ର, ଛାତ୍ରୀ ଙ୍କ ମଧ୍ୟରେ  ଆନନ୍ଦ ଉଲ୍ଲାସ ଦେଖା ଦେଇଛି l ମୁଖ୍ୟମନ୍ତ୍ରୀ ଭିଡ଼ିଓ କନଫରେନ୍ସ ମାଧ୍ୟମରେ କହିଥିଲେ ଯେ ଛାତ୍ର ଛାତ୍ରୀ ଙ୍କ ସଫଳତା ହେଉଛି ଓଡିଶା ର ସଫଳତା l ପିଲା ମାନଙ୍କୁ ସବୁ ପ୍ରକାର ସୁବିଧା ଦେବା ପାଇଁ ଚେଷ୍ଠା ଚାଲିଛି l ସ୍ଥାନୀୟ ବିଧାୟକ ତଥା ଗୃହ ରାଷ୍ଟ୍ର ମନ୍ତ୍ରୀ ତୁଷାର କାନ୍ତି ବେହେରା ଓ ପୁରୀ ଜିଲ୍ଲାପରିଷଦ ଉପାଧ୍ୟକ୍ଷ ସ୍ୱାଧୀନ କୁମାର ନାୟକ ଙ୍କ ଉଦ୍ୟମ ଯୋଗୁଁ ଏହି ସ୍କୁଲ 5T ର ମାନ୍ୟତା ପାଇଥିବାରୁ କାକଟପୁର ଅଞ୍ଚଳ ବାସୀ ସ୍ଥାନୀୟ ମନ୍ତ୍ରୀ ଙ୍କୁ କୃତଜ୍ଞତା ଜଣାଇଛନ୍ତି l ସ୍ଥାନୀୟ ବିଡିଓ ଡ଼ଃ ତୁଷାର ଜ୍ୟୋତି ରଞ୍ଜନ ଙ୍କ ତତ୍ୱାବଧାନରେ ଯନ୍ତ୍ରୀ ପ୍ରାଚୀ ପ୍ରଜ୍ଞା ସାହୁ ଙ୍କ ଉପସ୍ଥିତ ରେ ଏହି ରୂପାନ୍ତରିତ କାର୍ଯ୍ୟ ଶେଷ ହୋଇଥିଲା l ଏହି ଲୋକାର୍ପିତ କାର୍ଯ୍ୟକ୍ରମରେ ପ୍ରଧାନ ଶିକ୍ଷକ ପ୍ରତାପ କୁମାର ରାଉତ, ସହକାରୀ ପୀତବାସ ଦୀକ୍ଷିତ,ସ୍କୁଲ ଚେୟାର ମ୍ୟାନ ଧିରେନ ଚାନ୍ଦ, ସରପଞ୍ଚ ଅଭୟ କୁମାର ସେଠୀ, ପୁରୀ ଜିଲ୍ଲା ପରିଷଦ ଅଦକ୍ଷା ସଂଯୁକ୍ତା ଦୀକ୍ଷିତ, ସତ୍ୟନାରାୟଣ ସେଠୀ, ପ୍ରଭାତି  ଦୀକ୍ଷିତ, ସମସ୍ତ ପରିଚାଳନା କମିଟି ସଦସ୍ୟ, ପଞ୍ଚାୟତ ପ୍ରତିନିଧି, ଅଭିଭାବକ, ଶିକ୍ଷକ ଶିକ୍ଷୟତ୍ରୀ, ଛାତ୍ର ଛାତ୍ରୀ ଉପସ୍ଥିତ ଥିଲେ l

SPREAD YOUR LOVE WITH YOUR FRIENDS AND FAMILY

Leave a Reply