Home / ରାଜନୀତି / ମେ ୨ରେ ତାଳଦା ପଞ୍ଚାୟତ ଉପନିର୍ବାଚନ : ମନ୍ତ୍ରୀ ତୁଷାରଙ୍କ ପାଇଁ ସମ୍ମାନର ପ୍ରଶ୍ନ।

ମେ ୨ରେ ତାଳଦା ପଞ୍ଚାୟତ ଉପନିର୍ବାଚନ : ମନ୍ତ୍ରୀ ତୁଷାରଙ୍କ ପାଇଁ ସମ୍ମାନର ପ୍ରଶ୍ନ।

କାକଟପୁର ତା 30/04,ଗତ ଜାନୁୟାରୀ ମାସରେ ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ତାଳଦା ପଞ୍ଚାୟତ ର ସମିତିସଭ୍ୟ ଗିରିଧାରୀ ସେଠିଙ୍କ ପରଲୋକ ପରେ ଖାଲି ରହିଥିବା ସମିତିସଭ୍ୟ ପଦବୀ ପାଇଁ ଆସନ୍ତା ମେ ମାସ ୨ ତାରିଖରେ ଉପନିର୍ବାଚନ ଅନୁଷ୍ଠିତ ହେବ। ଏହି ନିର୍ବାଚନକୁ ନେଇ ଉଭୟ ଶାସକ ଓ ବିରୋଧୀ ଦଳ ପକ୍ଷରୁ ପ୍ରଚାର ଜୋରଦାର ଆରମ୍ଭ ହୋଇଯାଇଛି। ବିରୋଧୀ ମିଳିତ ମଞ୍ଚ ପ୍ରାର୍ଥୀ ସୁକାନ୍ତ କୁମାର ସେଠୀଙ୍କୁ ବିଜୟୀ କରିବାକୁ ରାଜ୍ୟ କଂଗ୍ରେସ ଉପସଭାପତି ବିଶ୍ବ ଭୂଷଣ ଦାସଙ୍କ ନେତୃତ୍ବର ବ୍ଲକ ସଭାପତି ବାଉରୀବନ୍ଧୁ ମହାନ୍ତି, ପ୍ରଶାନ୍ତ ଭୋଳ, ଜିଲା କଂଗ୍ରେସ ସାଧାରଣ ସଂପାଦକ ପ୍ରତାପ ଖୁଣ୍ଟିଆ, ଜୀତେନ୍ଦ୍ର ନାୟକ ପ୍ରଶାନ୍ତ ନାୟକ, ସୁବାଷ ବିଶ୍ବାଳ ପ୍ରମୁଖ କଂଗ୍ରେସ ନେତୃତ୍ଵଙ୍କ ସମେତ ମିଳିତ ମଞ୍ଚ ଆବାହକ ଦିବାକର ଛାଟୋଇ, ଅଧିକାରୀ ବେହେରା ପ୍ରମୁଖ ପଞ୍ଚାୟତରେ ଡେରା ପକାଇ ଭୋଟର ମାନଙ୍କୁ ନିବେଦନ କରୁଛନ୍ତି। ସେହିପରି ଶାସକ ବିଜେଡ଼ି ଦଳର ପ୍ରାର୍ଥୀ ଅମୀୟ ରଞ୍ଜନ ସେଠୀଙ୍କୁ ଜିତାଇବାକୁ ସ୍ଥାନୀୟ ବିଧାୟକ ତଥା ରାଜ୍ୟ ଗୃହ ରାଷ୍ଟ୍ର ମନ୍ତ୍ରୀ ତୁଷାର କାନ୍ତି ବେହେରା ଓ ପୁରୀ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ସ୍ୱାଧୀନ କୁମାର ନାୟକ ପଞ୍ଚାୟତରେ ଉପସ୍ଥିତ ରହି ରଣନୀତି ପ୍ରସ୍ତୁତି ଜାରି ରଖିଛନ୍ତି। ବିଜେଡ଼ି ନେତା ପ୍ରତାପ ଚନ୍ଦ୍ର ପରିଡ଼ା, ବ୍ଲକ ବିଜେଡ଼ି ସଭାପତି କେଦାର ବିଶ୍ଵାଳ,ସରପଞ୍ଚ ଦୀପକ ପରିଡା, ପୂର୍ବତନ ସମିତି ସଭ୍ୟ ପ୍ରଫୁଲ୍ଲ ବିଶ୍ବାଳ, ନିର୍ବାଚନ ମଣ୍ଡଳୀ ବିଜେଡ଼ି ସଭାପତି ଋତୁରାଜ ରାଉତ, ଚମ୍ପକ ବାରିକ, ବିଜୟ ପଢ଼ିଆରୀ, ଅଶୋକ ପଢିଆରୀ, ରାଜେନ୍ଦ୍ର ମହାନ୍ତି, ଦିବାକର ସାହୁ ପ୍ରମୁଖ ଘରକୁ ଘର ଯାଇ ଦଳୀୟ ପ୍ରାଥୀ ଙ୍କ ପାଇଁ ଭୋଟ ଭିକ୍ଷା କରୁଛନ୍ତି। ଶାସକ ଦଳ ପ୍ରାର୍ଥୀ ଅମୀୟ ରଞ୍ଜନ ସେଠୀ ଦିବଙ୍ଗତ ସମିତି ସଭ୍ୟ ଗିରିଧାରୀ ସେଠୀଙ୍କ ପୁଅ ହୋଇଥିବାରୁ ଅନୁକମ୍ପା ଭୋଟ ଓ ବିଜେଡିର ଲୋକାଭିମୁଖୀ ସୁଶାସନ ତାଙ୍କ ପାଇଁ ବଡ ଆୟୁଦ୍ଧ ହୋଇଛି। ସେପଟେ, ମିଳିତ ମଞ୍ଚ ପକ୍ଷରୁ ଶାସକ ଦଳର କାର୍ଯ୍ୟକାଳ ମଧ୍ୟରେ ଜନ ଅସନ୍ତୋଷ ଓ ପଂଚାୟତ ଉନ୍ନୟନରେ ମନ୍ଥରତାକୁ ପ୍ରସଙ୍ଗ କରାଯାଇ ଭୋଟ ପ୍ରଚାର ଜୋରଦାର କରାଯାଉଛି। ୧୬ଟି ୱାର୍ଡ଼କୁ ନେଇ ଗଠିତ ଏହି ପଞ୍ଚାୟତରେ ସମୁଦାୟ ୫୧୭୫ ଜଣ ଭୋଟର ସେମାନଙ୍କର ମତାଧିକାର ସାବ୍ୟସ୍ତ କରିବେ। ଗତ ନିର୍ବାଚନରେ ଶାସକ ଦଳ ସମର୍ଥିତ ଗିରିଧାରୀ ସେଠିଙ୍କୁ ୧୭୧୭ଖଣ୍ଡ ଖଣ୍ଡ ଭୋଟ ମିଳିଥିବା ବେଳେ ମିଳିତ ମେଣ୍ଟ ସମର୍ଥିତ ପ୍ରାଥୀ ଶିବ ଚରଣ ଭୋଇ ୧୪୫୬ ଖଣ୍ଡ ଭୋଟ ପାଇଥିଲେ। ଉପନିର୍ବାଚନ ପାଇଁ ଅସ୍ତରଙ୍ଗ ବ୍ଲକ ପ୍ରଶାସନ ଓ ସ୍ଥାନୀୟ ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି। ବିଜେଡ଼ି ସମର୍ଥିତ ପ୍ରାର୍ଥୀ ଙ୍କ ବିଜୟ ଏଠାରେ ମନ୍ତ୍ରୀ ଶ୍ରୀ ବେହେରା ଙ୍କ ପାଇଁ ସମ୍ମାନ ର ପ୍ରଶ୍ନ ହୋଇପଡ଼ିଛି। ତାଳଦା ପଞ୍ଚାୟତ ଉପ ନିର୍ବାଚନ ପାଇଁ ସମଗ୍ର ଅସ୍ତରଙ୍ଗ ବ୍ଲକ ଅଞ୍ଚଳ ରେ ରାଜନୈତିକ ବାତାବରଣ ବେଶ୍ ଉଷ୍ମ ହୋଇ ଉଠିଛି।

SPREAD YOUR LOVE WITH YOUR FRIENDS AND FAMILY

Leave a Reply