Home / ରାଜନୀତି / ତାଳଦା ପଞ୍ଚାୟତ ଉପନିର୍ବାଚନ ରେ ବିଜେଡି ସମର୍ଥିତ ପ୍ରାଥୀ ବିଜୟୀ

ତାଳଦା ପଞ୍ଚାୟତ ଉପନିର୍ବାଚନ ରେ ବିଜେଡି ସମର୍ଥିତ ପ୍ରାଥୀ ବିଜୟୀ

34463422 40c8 4bf9 bd20 ec70741193e4

04/05/2023  YWPSENU3  0 Comments ତାଳଦା ପଞ୍ଚାୟତ ଉପନିର୍ବାଚନ ରେ ବିଜେଡି ସମର୍ଥିତ ପ୍ରାଥୀ ବିଜୟୀ

କାକଟପୁର ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ତାଳଦା ପଞ୍ଚାୟତରେ ଅନୁଷ୍ଠିତ ହୋଇଥିବା ସମିତି ସଭ୍ୟ ଉପନିର୍ବାଚନରେ ବିଜେଡି ସମର୍ଥିତ ପ୍ରାର୍ଥୀ ଅମୀୟ କୁମାର ସେଠୀ ତାଙ୍କର ନିକଟତମ ପ୍ରତିଦ୍ବନ୍ଦି ସୁକାନ୍ତ କୁମାର ସେଠୀଙ୍କୁ ୨୧୦ ଖଣ୍ଡ ଭୋଟ ବ୍ୟବଧାନରେ ପରାସ୍ତ କରି ବିଜୟ ଲାଭ କରିଛନ୍ତି। ଅମୀୟ ସେଠୀ ୧୬ ଟିୱାର୍ଡରେ ୧୫୩୭ ଖଣ୍ଡ ଭୋଟ ପାଇଥିବା ବେଳେ ସୁକାନ୍ତ ସେଠୀ ୧୩୨୭ ଖଣ୍ଡ ଭୋଟ ପାଇଥିଲେ। ଏହି ନିର୍ବାଚନ ସ୍ଥାନୀୟ ବିଧାୟକ ତଥା କ୍ରୀଡା ଓ ଗୃହ ରାଷ୍ଟ୍ର ମନ୍ତ୍ରୀ ତୁଷାରକାନ୍ତି ବେହେରା ଓ ପୁରୀ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ସ୍ଵାଧୀନ କୁମାର ନାୟକ ଙ୍କ ପାଇଁ ସମ୍ମାନ ର ପ୍ରଶ୍ନ ହୋଇ ପଡ଼ିଥିଲା।ତାଳଦା ବାସୀ ପୂର୍ବତନ ମନ୍ତ୍ରୀ ସୁରେନ୍ଦ୍ର ନାଥ ନାୟକଙ୍କ ପୂର୍ବ ସମ୍ମାନ ରକ୍ଷା କରି ତାଙ୍କ ପ୍ରତିଶ୍ରୁତିକୁ ପାଳନ କରି ନବୀନଙ୍କ ସ୍ୱଚ୍ଛତାକୁ ବଜାୟ ରଖି ବିଜେଡି ପ୍ରଥୀଙ୍କୁ ଜିତାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଚନ୍ତି ବୋଲି ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ସ୍ଵାଧୀନ କୁମାର ନାୟକ ତାଙ୍କ ପ୍ରତିକ୍ରିୟା ରେ ପ୍ରକାଶ କରିଥିବା ବେଳେ ମୁଖ୍ୟମନ୍ତ୍ରୀ ଙ୍କ ସ୍ୱଚ୍ଛ ଶାସନ, ନିର୍ମଳ ଭାବମୂର୍ତ୍ତି କୁ ଭୋଟର ମାନେ ପସନ୍ଦ କରୁଛନ୍ତି। ଏଣୁ ସେମାନେ ବିଜେଡି ସମର୍ଥିତ ପ୍ରାର୍ଥୀ ଙ୍କୁ ବିଜୟୀ କରିଛନ୍ତି।କଂଗ୍ରେସ, ବିଜେପି ଓ ମିଳିତ ମଞ୍ଚର ପ୍ରଥୀ ସୁକାନ୍ତ ସେଠୀଙ୍କୁ ଜିତାଇବା ପାଇଁ ତିନି ଦଳର ନେତାମାନେ ଡେରା ପକାଇ ସବୁ ପ୍ରକାର ଚେଷ୍ଟା ଚଳାଇଥିବା ବେଳେ ବିଜେଡିର ପୂର୍ବତନ ବିଧାୟକ ସୁର ସେଠୀ ବିଜେଡି ଦଳରେ ରହି ବିରୋଧୀ ମାନଙ୍କ ସହିତ ହାତ ମିଳାଇ ବିଜେଡି ପ୍ରଥୀଙ୍କୁ ହରାଇବା ପାଇଁ ଯେଉଁ ହୀନ ଚକ୍ରାନ୍ତ ରଚିଥିଲେ ତାହା ଫଳପ୍ରଦ ହୋଇପାରିଲା ନାହିଁ ବୋଲି ବିଜେଡି ଅସ୍ତରଙ୍ଗ ବ୍ଲକ ସଭାପତି କେଦାର ନାଥ ବିଶ୍ଵାଳ ଗୁରୁତ୍ୱର ଅଭିଯୋଗ ଆଣିଛନ୍ତି।ଏ ସମ୍ପର୍କରେ ସମସ୍ତ ତଥ୍ୟ ରାଜ୍ୟ ସଭାପତି ନବୀନ ପଟ୍ଟନାୟକ ଓ ପୁରୀ ଜିଲ୍ଲା ସଭାପତିଙ୍କୁ ଲିଖିତ ଭାବେ ପ୍ରଦାନ କରାଯିବ ବୋଲି ଗଣମାଧ୍ୟମକୁ ଶ୍ରୀ ବିଶ୍ଵାଳ ସୂଚନା ଦେଇଛନ୍ତି। ଅମୀୟଙ୍କ ବିଜୟ ପରେ ବିଜେଡି କର୍ମୀ, ସମର୍ଥକ, ନେତା ସବୁ ତାଳଦା ପଞ୍ଚାୟତ ଓ ଅସ୍ତରଙ୍ଗ ଠାରେ ରେ ବାଣ ଫୁଟାଇ ବିଜୟ ଉଲ୍ଲାସ ମନାଇଥିଲେ। ଅସ୍ତରଙ୍ଗ ବିଜେଡି କାର୍ଯ୍ୟାଳୟରେ ଅନୁରୂପ ଭାବେ ବିଜେଡି ରାଜ୍ୟ ସମ୍ପାଦକ ସ୍ଵାଧୀନ କୁମାର ନାୟକଙ୍କ ଉପସ୍ଥିତି ରେ ଶହ ଶହ ଦଳୀୟ ନେତା ,କର୍ମୀ ମାନେ ପରଷ୍ପର କୁ ମିଠା ଖୁଆଇଥିଲେ

SPREAD YOUR LOVE WITH YOUR FRIENDS AND FAMILY

Leave a Reply