Home / ସ୍ୱାସ୍ଥ୍ୟ / ସତ୍ୟବାଦୀ ରେ ପାଳନ ହେଲା ଲୁବ୍ସାମ୍ ହେଲ୍ଥ କେୟାର ତରଫରୁ ନିଶୁଳ୍କ ସ୍ବାସ୍ଥ୍ୟସେବା ଶିବିର

ସତ୍ୟବାଦୀ ରେ ପାଳନ ହେଲା ଲୁବ୍ସାମ୍ ହେଲ୍ଥ କେୟାର ତରଫରୁ ନିଶୁଳ୍କ ସ୍ବାସ୍ଥ୍ୟସେବା ଶିବିର

doct min

ସୁସ୍ଥ ରହିବା ପାଇଁ ମଣିଷ ବିଭିନ୍ନ କାର୍ଯ୍ଯ କରିଥାଏ କାରଣ ସ୍ୱାସ୍ଥ୍ୟ ହିଁ ସମ୍ପଦ ଅଟେ। ସାକ୍ଷୀଗୋପାଳ ର ଜନସାଧାରଣ ଙ୍କ ସ୍ବାସ୍ଥ୍ଯ ପ୍ରତି ଯତ୍ନ ନେବା ଓ ଉତ୍ତମ ସ୍ବାସ୍ଥ୍ଯ ଗଠନର ବାର୍ତ୍ତା ନେ଼ଇ ଆୟୋଜିତ ହୋଇଯାଇଛି ମାଗଣା ସ୍ୱାସ୍ଥ୍ୟ ସେବା ଶିବିର। ଏହି ଅବସରରେ ସ୍ଥାନୀୟ ଅହମଦ ପୁର ସ୍ଥିତ ରିହା ଭାରତ ଗ୍ୟାସ ଡିପୋ ନିକଟରେ ଲୁବ୍ସାମ୍ ହେଲ୍ଥ କେୟାର ଏବଂ ସୁସୃତ ହସ୍ପିଟାଲ୍ ର ମିଳିତ ସହଯୋଗରେ ଆୟୋଜିତ ହୋଇଯାଇଥିବା ଏହି ଶିବିରରେ ପ୍ରସିଦ୍ଧ ସ୍ଵାସ୍ଥ୍ୟ ବିଶେଷଜ୍ଞ ଡ଼ା ମନସ ରଞ୍ଜନ ମିଶ୍ର, ଡ଼ା କୁମାର୍ ଅଭିନନ୍ଦନ ଯୋଗଦେଇ ନାମ ପଞ୍ଜିକରଣ କରିଥିବା ୨୦୦ ରୁ ଉର୍ଦ୍ଧ ପୁରୁଷ, ମହିଳାଙ୍କୁ ମାଗଣା ସ୍ୱାସ୍ଥ୍ୟ ସେବା ଯୋଗାଇ ଦେଇଥିଲେ। ଏହି କାର୍ଯ୍ୟକ୍ରମ କୁ ଲୁବ୍ସାମ୍ ହେଲ୍ଥ କେୟାର md ସେକ ଅବଦୁଲ ସମିମ୍ ଉଦ୍ଘାଟନ କରି ରୋଗୀ ମାନଙ୍କର ସ୍ଵାସ୍ଥ୍ୟ ଅବସ୍ଥା ପଚାରି ବୁଝିଥିଲେ।


ଦାରିଦ୍ର୍ୟ ଓ ଅନେକ ଘାତକ ରୋଗ ଯୋଗୁଁ ବିଶ୍ୱରେ ଲକ୍ଷଲକ୍ଷ ଲୋକଙ୍କ ଜୀବନ ଯାଉଛି । ଆଗକୁ ସାକ୍ଷୀଗୋପାଳ ର ଜନସାଧାରଣ ଙ୍କୁ ଲୁବ୍ସାମ୍ ହେଲ୍ଥ କେୟାର ତରଫରୁ ଉତ୍ତମ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବା ପାଇଁ କହିଛନ୍ତି md ସେକ ଅବଦୁଲ ସମିମ୍।
ଆଜିର କାର୍ଯ୍ୟକ୍ରମକୁ ଅନୁଷ୍ଠାନର ସଦସ୍ୟା ଝୁନା ଶତପଥୀ, ଏବଂ ମିର ଅବଦୁଲ୍ ରେହେମାନ ପରିଚାଳନା କରିଥିଲେ।

SPREAD YOUR LOVE WITH YOUR FRIENDS AND FAMILY

Leave a Reply