Home / ମୁଖ୍ୟ ଖବର / ରାସ୍ତା ପାର୍ଶ୍ଵ ରୁ ଷ୍ଟିଟ ଲାଇଟ୍ ଚୋରୀ କରୁଛନ୍ତି ଦୁର୍ବୁତ୍ତ ପ୍ରଶାସନ ର ନିଘା ନାହିଁ

ରାସ୍ତା ପାର୍ଶ୍ଵ ରୁ ଷ୍ଟିଟ ଲାଇଟ୍ ଚୋରୀ କରୁଛନ୍ତି ଦୁର୍ବୁତ୍ତ ପ୍ରଶାସନ ର ନିଘା ନାହିଁ

କାକଟପୁର (୨୫/୦୫) ରାଜ୍ୟ ସରକାର ଗାଁ ଠାରୁ ସହର ଆଲୋକିତ କରିବା ଉଦ୍ଦେଶ୍ୟରେ ରାସ୍ତା ପାର୍ଶ୍ବରେ କୋଟି କୋଟି ଟଙ୍କା ଖର୍ଚ୍ଚ କରି ଷ୍ଟିଟ୍ ଲାଇଟ୍ ଲଗାଯାଉଛି। ପୁରୀ ଜିଲ୍ଲା କାକଟପୁର ବ୍ଲକରେ ଆଲୋକିକରଣ ବ୍ୟବସ୍ଥା ଫେଲ୍ ମାରିଛି। ମିଳିଥିବା ସୂଚନା ମୁତାବକ କାକଟପୁର ବ୍ଲକ କାକଟପୁର ପଞ୍ଚାୟତ ଅଧିନସ୍ଥ କାକଟପୁର ଅସ୍ତରଙ୍ଗ ମୁଖ୍ୟ ରାସ୍ତା ଲକ୍ଷ୍ମୀ ବଜାର ରେ ଲଗାଯାଇଥିବା ଷ୍ଟିଟ୍ ଲାଇଟ୍ କୁ କେହି ଅଜଣା ଦୁର୍ବୁତ୍ତ ଚୋରି କରି ନେଇଯାଇଥିବା ଜଣାପଡିଛି ଦୁଇରୁ ତିନି ଜଣ ଦୁର୍ବୁତ୍ତ ହଟାତ ଏକ ଚାରି ଚକିଆ ଯାନରେ ଆସି ଖୋଲୁଥିବା ଦେଖି ପ୍ରତାକ୍ଷ୍ୟ ଦର୍ଶୀ ପଚାରିବାରୁ ଷ୍ଟିଟ୍ ଲାଇଟ୍ ଖରାପ୍ ଅଛି ବୋଲି ବ୍ଲକ ରେ ଅଭିଯୋଗ ହୋଇଛି ଆମେ ସେଥିପାଇଁ ଷ୍ଟିଟ୍ ଲାଇଟ୍ ମରାମତି ପାଇଁ ନେଇଛୁ ବୋଲି କହି ୪ଟା ରୁ ୨ଟି ଖୋଲି ନେଇଯାଇଥିଲେ। ଏଠି ପ୍ରଶ୍ନ ଉଠେ ୪ଟା ଖରାପ ଥିବା ବେଳେ ୨ଟା ଖୋଲି ନେବାର କାରଣ କ’ଣ? ପ୍ରକାଶ ଥାଉକି ନୂଆ ବସଷ୍ଟାଣ୍ଡ,କଲେଜ ଛକ, ଚନ୍ଦନ ବଜାର, ବସଷ୍ଟାଣ୍ଡ,ପରିବା ମାର୍କେଟ, ମେଡ଼ିକାଲ ଛକ ଆଦି ସମ୍ବେଦନଶୀଳ ସ୍ଥାନରେ ରେ ଷ୍ଟିଟ ଲାଇଟ୍ ଖରାପ୍ ଥିବା ବେଳେ କାକଟପୁର ବ୍ଲକର ସମସ୍ତ ୧୬ଗୋଟି ପଞ୍ଚାୟତରେ ଶତାଧିକ ଷ୍ଟିଟ ଲାଇଟ୍ ଅଚଳ ହୋଇ ଦୀର୍ଘ ବର୍ଷ ଧରି ପଡ଼ିରହିଛି। କ’ଣ ପାଇଁ ଲକ୍ଷ୍ମୀ ବଜାର ରୁ ୨ଟା ଷ୍ଟିଟ ଲାଇଟ୍ ଦିନ ଦ୍ବିପହରରେ ଗାଏବ ହେବା ଚୋରି ହୋଇ ଥିବା ସନ୍ଦେହ ସୃଷ୍ଟି କରୁ ନାହଁ ତ? ଏହି ଲାଇଟ ଟି କୁଆଡେ ଗଲା ଏବଂ କିଏ ନେଲା ସ୍ପଷ୍ଟ ଦିବା ଲୋକରେ ତାହା ସାଧାରଣରେ ପ୍ରଶ୍ନ ବାଚୀ ସୃଷ୍ଟି କରିଛି ଏହି ଷ୍ଟ୍ରିଟ ଲାଇଟ ପ୍ରତି ପ୍ରଶାସନ ର ନିଘା ନ ଥିବା ବେଳେ ବର୍ଷ ବର୍ଷ ଧରି ମରାମତି ନାଁ ରେ ଚୋରୀ ହୋଇଯାଉଥିବା ଦେଖିବାକୁ ମିଳିଛି

SPREAD YOUR LOVE WITH YOUR FRIENDS AND FAMILY

Leave a Reply