କାକଟପୁର-୧୪/୬) ପ୍ରବଳ ଗ୍ରୀଷ୍ମ ପ୍ରବାହ ଏବେସାରା ଜନ ଜୀବନକୁ ଅସ୍ତ ବେସ୍ତ କରି ପକାଇଛି.ସ୍ବଛ ପାନୀୟ ଜଳ ଯୋଗାଣ ପାଇଁ ଭଣ୍ଡାଘର ଗ୍ରାମପଞ୍ଚାୟତରେ ୨କୋଟିରୁ ଉର୍ଦ୍ଧ୍ବ ଟଙ୍କାରେ ନିର୍ମିତ ପାଣିଟାଙ୍କି ହୋଇଛି ସିନା ହେଲେ କାମରେ ଲାଗୁନି. ଦୀର୍ଘ ଏକ ବର୍ଷ ହେବ ଶେଷ ହୋଇଥିଲେ ମଧ୍ୟ, ଅଦ୍ୟାବଧି ସେଥିରୁ ଜଳ ଯୋଗାଣ କରାଯାଉନାହିଁ।ଖରାଦିନେ ଲୋକେ ପାଣି ପାଇଁ ଡହଳ ବିକଳ ହେଉଥିବା ବେଳେ ଏ ପଟେ ପାଣି ପାଉ ନ ଥିବାରୁ ଭଣ୍ଡାଘର,ମାଲାସାହି,ରସୁଲପୁର,ନାରଙ୍ଗବାଜି ରାଜସ୍ବ ଗ୍ରାମର ୧୪ଗୋଟି ଓ୍ବାଡର ପରିବାର ଗୁଡିକର ଆବଶ୍ୟକତାକୁ ପୂରଣ କରିବା ପାଇଁ ଭଣ୍ଡାଘର ନିକଟରେ ୨ଲକ୍ଷ ଲିଟର କ୍ଷମତା ବିଶିଷ୍ଟ ପାଣିଟାଙ୍କି ନିର୍ମାଣ କରାଯାଇଥିଲା।ସେହି ପରିପ୍ରେକ୍ଷୀରେ ସମସ୍ତ ଘରକୁ ପାଇପ୍ ବିଛାଯିବା ସହ ଷ୍ଟାଣ୍ଡ ପୋଷ୍ଟ ମଧ୍ୟ କରାଯାଇଥିଲା କିନ୍ତୁ ପ୍ରଶାସନର ଅପାରଗତା ଯୋଗୁଁ ସେଥିରୁ ବର୍ଷାଧିକ କାଳ ଜଳ ଯୋଗାଣ ହୋଇପାରୁ ନାହିଁ।ପ୍ରଶାସନ ତା ବାଟରେ ବସିଛି ଏ ପଟେ ସାଧାରଣ ଲୋକେ ପାଣି ପାଇଁ ହନ୍ତ ସନ୍ତ ହେଉଛନ୍ତି ଖବର ନେବାରୁ ଜଣା ପଡିଛି ଯେ ଠିକାଦାର କୁଆଡୁ ବିଲ୍ ପାଇନାହାନ୍ତି ତେଣୁ ପାଣି ଚାଲିବ ନାହିଁ। ସ୍ଥାନୀୟ ବିଭାଗୀୟ କନିଷ୍ଠ ଯନ୍ତ୍ରୀ ପ୍ରାୟ ସମୟ ଅନୁପସ୍ଥିତ ରହୁଥିବାରୁ ଉପଭୋକ୍ତା ମାନେ ତାଙ୍କୁ ଦେଖା କରି ପାରୁନଥିବା ଅଭିଯୋଗ କରି ପାରୁ ନାହାନ୍ତି ।ଠିକାଦାରର ଯେଉଁ ୫ ବର୍ଷ ମେଣ୍ଟେନାନସ୍ ଅବଧିଅଛି କ’ଣ ପାଣି ସବୁବେଳେ ଚାଲୁ ନ କରି ପଇସା ପାଇବେ ବୋଲି ପ୍ରଶ୍ନ ପଚାରିଛନ୍ତି ସେଠିକାର ଅଧିବାସୀ।ପ୍ରାୟ ଟିୟୁବଲ ରୁ ସବୁବେଳେ ପାଣି ନ ଚଳାଇବାରୁ ବେଳେ ବେଳେ ଆଇରନ ଯୁକ୍ତ ପାଣି ସହିତ ଦୁର୍ଗନ୍ଧ ପାଣି ବାହାରୁ ଥିବା ଅଭିଯୋଗ ହେଉଛି ଏହା ଫଳରେ ଅଞ୍ଚଳରେ ବିଭିନ୍ନ ରୋଗ ସୃଷ୍ଟି ହେଉଛି।ପାଣି ଚାଲୁ ନ ହେବା ଫଳରେ ନିର୍ମିତ ଷ୍ଟାଣ୍ଡ ପୋଷ୍ଟ ଗୁଡିକ ଭାଙ୍ଗିରୁଜି ଗଲାଣି।ତୁରନ୍ତ ପାଣିଟାଙ୍କି ଚାଲୁକରି ପଞ୍ଚାୟତ ବାସୀଙ୍କ ଆବଶ୍ୟକତାକୁ ପୂରଣ କରିବା ଏବଂ ସ୍ବଛ ପାନୀୟ ଜଳ ଯୋଗାଇ ଦେବାକୁ ସାଧାରଣ ଉପଭୋକ୍ତାଙ୍କୁ ଅଞ୍ଚଳ ବାସୀ ଦାବି କରିବା ସହିତ, ବିଭାଗୀୟ ଉଚ୍ଚ ପଦସ୍ଥ ଅଧିକାରୀ, ଓ ପୁରୀ ଜିଲ୍ଲାପାଳଙ୍କ ନିକଟରେ ଦାବି କରିଛନ୍ତି।











