କାକଟପୁର ଆଜି କାଲି ପରିବେଶ ପ୍ରକୁତି ବି ଲୋକଙ୍କୁ ଛଟପଟ କରୁଛି ଏବେ ସାରା ରାଜ୍ୟରେ ଆଖି ଧରା ରୋଗ ବ୍ୟାପିବାରେ ଲାଗିଛି ଛୋଟ ଠାରୁ ବୟସ୍କ ଲୋକଙ୍କୁ ଏହି ରୋଗରେ ଆକ୍ରାନ୍ତ ହେବାକୁ ପଡୁଛି, ପୂର୍ବରୁ ଲୋକଙ୍କୁ ଆଖି ଧରୁଥିଲେ ସାଧାରଣ ତଃ ଲୋକମାନେ ଧଳା କଟନ କପଡା କୁ ହଳଦୀ ପାଣିରେ ବୁଡାଇ ଆଖିରେ ମାରିଲେ ଆସ୍ତେ ଆସ୍ତେ ରୋଗ କମି ଯାଉଥିଲା କିନ୍ତୁ ଏବେ ସେ ସମୟ ଆଉ ନାହିଁ କି ପୁରୁଣା ଯୁଗର ଘରୋଇ ଚିକତ୍ସା ନାହିଁ, ଆଧୁନିକ ଯୁଗରେ ଯାହା ଟିକେ ବି ହେଉ ଲୋକେ ଧାଇଁ ଥାନ୍ତି ଡାକ୍ତରଖାନା କୁ କାକଟପୁର ଡାକ୍ତରଖାନା ରେ ଆଖି ଡାକ୍ତର ନ ଥିବାରୁ ଲୋକଙ୍କୁ ହନ୍ତ ସନ୍ତ ହେବାକୁ ପଡୁଛି ପ୍ରାଇଭେଟ ଚିକିତ୍ସାଳୟ କୁ ଯାଇ ଔଷଧ ଆଣୁଛନ୍ତି, ଆଗରୁ ଆଖି ଧରା ରୋଗ ହେଲେ ଡାକ୍ତର ଖାନା ରେ ଆପ୍ଲିକାପ ମାଗଣାରେ ଦିଆ ଯାଉଥିଲା କିନ୍ତୁ ଏବେ ବାହାରେ ଲୋକେ ପଇସା ଦେଇକି ବି ମିଳୁନି,ବିଶେଷ କରି ଛୋଟ ପିଲାମାନଙ୍କୁ ଏହି ଆଖି ଧରା ରୋଗ ଏମିତି କଲବଲ କରୁଛି ଜେ ସେ ସ୍କୁଲ ଟିଉସନ ବି ବନ୍ଦ କରୁଛନ୍ତି, ଆଖିରୁ ଗରମ ଲୁହ ବାହାରିବ ସହିତ ଜୋରେ ଖୁଞ୍ଚି ହୋଇ ବେଦନା ଦେବା ସାଙ୍ଗକୁ ଆଖି ଫୁଲି ଯାଉଛି ଓ ନେନ୍ଦେରା ଦେଉଛି, ସାଧାରଣ ତଃ ଏହି ବର୍ଷା ଦିନ ଆରମ୍ଭରୁ ଏହି ରୋଗ ବ୍ୟାପି ଥାଏ, ଜଳବାୟୁର ପରିବର୍ତ୍ତନ ରେ ହୋଇଥାଏ ରାଜ୍ୟ ପ୍ରଶାସନ ତରଫରୁ ଯଦି ପ୍ରତ୍ୟେକ ଡାକ୍ତରଖାନା ପ୍ରଯ୍ୟାପ୍ତ ପରିମାଣରେ ଆପ୍ଲିକାପ ମହଜୁଦ ହୋଇ ପାରନ୍ତା ଓ ମାଗଣାରେ ଦିଆ ଯାଇ ପାରନ୍ତା ତାହେଲେ ବହୁ ଲୋକ ଉପକୃତ ହୋଇ ପାରନ୍ତେ ବୋଲି ସାଧାରଣ ରେ ଦାବୀ ହେଉଛି
Social Icons
Featured Posts











