Home / ଶିକ୍ଷା / ପରହାଟ ଉ. ପ୍ରା. ବିଦ୍ୟାଳୟରେ ୭୪ ତମ ବନ ମହୋତ୍ସବ ସପ୍ତାହ ପାଳନ

ପରହାଟ ଉ. ପ୍ରା. ବିଦ୍ୟାଳୟରେ ୭୪ ତମ ବନ ମହୋତ୍ସବ ସପ୍ତାହ ପାଳନ

ତା ୬ -୭ -୨୦୨୩ରିଖ ଗୁରୁବାର ଦିନ ସତ୍ୟବାଦୀ ବ୍ଲକ ଅନ୍ତର୍ଗତ ପରହାଟ ଉ. ପ୍ରା. ବିଦ୍ୟାଳୟରେ ପ୍ରକୃତି ବନ୍ଧୁ ପୁରସ୍କାର ପାଇଥିବା ଶିକ୍ଷକ ଗୋବିନ୍ଦ ଚନ୍ଦ୍ର ପ୍ରଧାନଙ୍କ ସହାୟତାରେ ୭୪ ତମ ବନ ମହୋତ୍ସବ ସପ୍ତାହ ପାଳନ କରାଯାଇଛି । ଏହି ଅବସରରେ ଶିକ୍ଷକ ଗୋବିନ୍ଦ ଚନ୍ଦ୍ର ପ୍ରଧାନ ପରିବେଶ ସୁରକ୍ଷା ଓ ତାହାର ଯତ୍ନ ନେବା ପାଇଁ ଛାତ୍ରଛାତ୍ରୀ ମାନଙ୍କୁ ପରାମର୍ଶ ଦେଇଥିଲେ ଏବଂ ବହୁ ସଂଖ୍ୟାରେ ଗଛ ଲଗାଇବା ପାଇଁ ମଧ୍ୟ ପ୍ରବାର୍ତାଇଥିଲେ । ବିଦ୍ୟାଳୟ ହତା ମଧ୍ୟରେ ନଡିଆ, ଆମ୍ବ, କଦମ୍ବ, ଦେବଦାରୁ , ବିଭିନ୍ନ ପ୍ରକାର ଚାରା ଗଛ ଛାତ୍ରଛାତ୍ରୀ ମାନଙ୍କ ସହଯୋଗରେ ଲଗାଇଥିଲେ। ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର
ପ୍ରଧାନ ଶିକ୍ଷକ ବିଜୟ କୁମାର ଦାସ, ସହକାରୀ ଶିକ୍ଷକ ପ୍ରଫୁଲ କୁମାର ମୁଦୁଲି, ଶିକ୍ଷୟିତ୍ରୀ ନିରୋଜିନ ସାହୁ, ସୌଦାମିନୀ ମୁଦୁଲି, ଛାତ୍ରଛାତ୍ରୀ ପରଭୃତ ଅଂଶ ଗ୍ରହଣ କରିଥିଲେ।

SPREAD YOUR LOVE WITH YOUR FRIENDS AND FAMILY

Leave a Reply