Home / ମୁଖ୍ୟ ଖବର / ଅସ୍ତରଙ୍ଗ ଥାନାରେ ଯୋଗଦେଲେ ନୂତନ ଆଇଆଇସି ରାଜେଶ ବଳିୟାରସିଂ ,ଅସ୍ତରଙ୍ଗ ମିଡ଼ିଆ ଫୋରମ ପକ୍ଷରୁ ପକ୍ଷରୁ ସ୍ୱାଗତ

ଅସ୍ତରଙ୍ଗ ଥାନାରେ ଯୋଗଦେଲେ ନୂତନ ଆଇଆଇସି ରାଜେଶ ବଳିୟାରସିଂ ,ଅସ୍ତରଙ୍ଗ ମିଡ଼ିଆ ଫୋରମ ପକ୍ଷରୁ ପକ୍ଷରୁ ସ୍ୱାଗତ

କାକଟପୁର ତା ୨୬/୮, ପୁରୀଜିଲ୍ଲା ଅସ୍ତରଙ୍ଗ ଥାନାରେ ଆଜି ନୂତନ ଥାନାଧିକାରୀ ଭାବେ କାର୍ଯ୍ୟରେ ଯୋଗଦେଇଛନ୍ତି ଯୁବ ଥାନାଧିକାରୀ ରାଜେଶ ବଳିୟାରସିଂ l ଥାନାରେ ଯୋଗ ଦେବାପରେ ତାଙ୍କୁ ଅସ୍ତରଙ୍ଗ ମିଡ଼ିଆ ଫୋରମର ସଭାପତି ପ୍ରମୋଦ ଦାସ, ଉପସଭାପତି ବିପିନ ଦାସ, ଉପଦେଷ୍ଟା ପ୍ରସାର ଖୁଣ୍ଟିଆ,କମଳ ଲୋଚନ ଦୀକ୍ଷିତ,ତୁଷାର ରଞ୍ଜନ ଦୀକ୍ଷିତ, ସଞ୍ଜୟ ପତି,ବିଜୟ କୁମାର ବେହେରା, ଟୁଲୁ ବେହେରା, ଅନିଲ ବାରିକ, ପ୍ରକାଶ ବେହେରା, ବିନୋଦ ସେଠୀ, ମାନସ ଖଣ୍ଡୁଆଳ,ଭାଗବତ ସ୍ୱାଇଁ, ଆଦିତ୍ୟ ରାଉତଙ୍କ ସମେତ ଥାନାର ସମସ୍ତ କର୍ମଚାରୀ ମାନେ ସ୍ୱାଗତ ଜଣାଇଥିଲେ।ଅସ୍ତରଙ୍ଗ ଥାନା ପୁରୀଜିଲ୍ଲାର ଏକ ଗୁରୁତ୍ୱପୂର୍ଣ୍ଣ ଥାନା ହୋଇଥିବା ବେଳେ ନୂତନ ଆଇଆଇସି ଶ୍ରୀ ବଳିୟାରସିଂଙ୍କ ପାଇଁ ଏକାଧିକ ଚ୍ୟାଲେଞ୍ଜ ରହିବ। ବିଶେଷ କରି କାକଟପୁରର ମା ମଙ୍ଗଳାଙ୍କ ପୀଠ, ଅସ୍ତରଙ୍ଗର ଜାହାନିଆ, ଗଙ୍ଗାଦେବୀ ଆଦି ପର୍ଯ୍ୟଟନ ସ୍ଥଳୀକୁ ରାଜ୍ୟର ବିଭିନ୍ନ ପ୍ରାନ୍ତରରୁ ପର୍ଯ୍ୟଟକ ମାନେ ଆସିବା ତଥା ଅସ୍ତରଙ୍ଗର ବର୍ଦ୍ଧିତ ଜନସଂଖ୍ୟାକୁ ଦୃଷ୍ଟିରେ ରଖି ଟ୍ରାଫିକ ସମସ୍ୟାର ନିରାକରଣ, ନିଶା ଓ ମଦ ବେପାରକୁ ରୋକ ଲଗାଇବା, ଆଇନ ଶୃଙ୍ଖଳା ରକ୍ଷା ଆଦି ଦିଗରେ ତୁରନ୍ତ ପଦକ୍ଷେପ ନିଆଯିବ ବୋଲି ନୂତନ ଯୁବ ଆଇଆଇସି ଶ୍ରୀ ବଳିୟାରସିଂ ତାଙ୍କ ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି 

SPREAD YOUR LOVE WITH YOUR FRIENDS AND FAMILY

Leave a Reply