Home / ରାଜନୀତି / ମା ମଙ୍ଗଳା ପୀଠରୁ ଉଦଘାଟିତ ହେଲା ବିଜେପି ର ବିକାଶ ରଥ ଓ କଟକଣା ପଞ୍ଚାୟତ ଅଫିସ ଘେରାଉକଲା ବିଜେପି

ମା ମଙ୍ଗଳା ପୀଠରୁ ଉଦଘାଟିତ ହେଲା ବିଜେପି ର ବିକାଶ ରଥ ଓ କଟକଣା ପଞ୍ଚାୟତ ଅଫିସ ଘେରାଉକଲା ବିଜେପି

img 20230828 wa0082

ମା ମଙ୍ଗଳା ପୀଠରୁ ଉଦଘାଟିତ ହେଲା ବିଜେପି ର ବିକାଶ ରଥ ଓ କଟକଣା ପଞ୍ଚାୟତ ଅଫିସ ଘେରାଉକଲା ବିଜେପି
କାକଟପୁର 28/8 ଶକ୍ତିମୟୀ ମା ମଙ୍ଗଳା ପୀଠରୁ ଭାରତର ଯଶ୍ୱସୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଙ୍କ ନଅ ବର୍ଷ ର ସୁଶାସନ ର ବିକାଶର ବାର୍ତ୍ତା ନେଇ ଏକ ବିକାଶ ରଥ ଉଦଘାଟିତ ହୋଇଯାଇଛି l ଏହି ରଥ କାକଟପୁର ନିର୍ବାଚନ ମଣ୍ଡଳୀର ପ୍ରତ୍ୟକ ପଞ୍ଚାୟତ ର ସମସ୍ତ ୱାର୍ଡ ପରିକ୍ରମା କରିବା ସହିତ ଜନ ଜାଗରଣ ସୃଷ୍ଟି କରିବ l କାକଟପୁର ନିର୍ବାଚନ ମଣ୍ଡଳୀ ସଂଯଯୋକ ସୁଦର୍ଶନ ସ୍ୱାଇଁ, ପୂର୍ବତନ ବିଧାୟକ ପ୍ରାର୍ଥୀ ଈଶ୍ଵର ବେହେରା, ବରିଷ୍ଟ ନେତା ସର୍ବେଶ୍ୱର ମଲ୍ଲିକ, ଲତାହରଣ ମଣ୍ଡଳ ସଭାପତି ସରୋଜ ମିଶ୍ର, ନୂଆଗଡ଼ ମଣ୍ଡଳ ସଭାପତି ଗାଲେଖ ପ୍ରଧାନ, ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ଅଧିକାରୀ ବେହେରା, କାକଟପୁର ନିର୍ବାଚନ ମଣ୍ଡଳୀ ବିସ୍ତାରକ ଗୋପୀନାଥ ଗଜପତି ଭୂୟାଁ, ବରିଷ୍ଠ କାର୍ଯ୍ୟକର୍ତ୍ତା ପ୍ରସନ୍ନ ବେହେରା, ମାନସ ରାଉତ ଙ୍କ ସହିତ ଶତାଧିକ ବିଜେପି କାର୍ଯ୍ୟ କର୍ତ୍ତା ମା ମଙ୍ଗଳା ମନ୍ଦିର ରେ ପୂଜାର୍ଚନା କରି ଏହି ରଥକୁ ଉଦ୍ ଘାଟନ କରିଥିଲେ l ଏହା ପରେ କଟକଣା ପଞ୍ଚାୟତ ତରଫରୁ ଏକ ମୋଟର ସାଇକେଲ ଶୋଭାଯାତ୍ରା ରେ କର୍ମୀ ମାନେ ବାହାରି ରାଜ୍ୟ ସରକାର ଙ୍କର ଦୁର୍ନୀତି ଓ ଭ୍ରଷ୍ଟାଚାର ବିରୁଦ୍ଧରେ ପଞ୍ଚାୟତ ରେ ଜନ ଜାଗରଣ ସୃଷ୍ଟି କରିବା ସହିତ ପଞ୍ଚାୟତ କାର୍ଯ୍ୟାଳୟ ଘେରାଉ କରିଥିଲେ l ଲତାହାରଣ ମଣ୍ଡଳ ସଭାପତି ସରୋଜ ମିଶ୍ର ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସଭାରେ ପୂର୍ବତନ ବିଧାୟକ ବାଇଧର ମଲ୍ଲିକ, ରାଜ୍ୟ ମହିଳା ମୋର୍ଚ୍ଚା ସମ୍ପାଦିକା ରାଜଲକ୍ଷ୍ମୀ ଦାଶ, ଜିଲ୍ଲା କାର୍ଯ୍ୟ କାରିଣୀ ସଦସ୍ୟ ମଙ୍ଗଳା ପ୍ରସାଦ ସାମନ୍ତରାୟ,ପ୍ରମୁଖ ଯୋଗଦେଇ ରାଜ୍ୟ ସରକାର ଙ୍କର ଜନ ବିରୋଧି ନୀତି ଉପରେ କଟୁ ସମାଲୋଚନା କରିଥିଲେ l ଅନ୍ୟ ମାନଙ୍କ ମଧ୍ୟରେ କଟକଣା ର ଯୁବ ନେତା ମନୋଜ ଦାସ, ରମେଶ ମୁଦୁଲି, ତାରକେଶ୍ୱର ବିଶ୍ୱାଳ, ବିଜୟ ବିଶ୍ୱାଳ, ରଞ୍ଜନ ମୁଦୁଲି, ମାନସ ଓଝା,ସଞ୍ଜୟ ସାହୁ, ରମେଶ ସାହୁ ଜୟନ୍ତ ଚାନ୍ଦ, ସୌମ୍ୟ ରଞ୍ଜନ ଚାନ୍ଦ ପ୍ରମୁଖ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ l

SPREAD YOUR LOVE WITH YOUR FRIENDS AND FAMILY

Leave a Reply