Home / ସ୍ୱାସ୍ଥ୍ୟ / ଆସନ୍ତା କାଲି ହେବ ନିଶୁଳ୍କ ମୁଖ,ଦନ୍ତ ଚିକିତ୍ସା ଏବଂ ସଚେତନତା ଶିବିର

ଆସନ୍ତା କାଲି ହେବ ନିଶୁଳ୍କ ମୁଖ,ଦନ୍ତ ଚିକିତ୍ସା ଏବଂ ସଚେତନତା ଶିବିର

kiit

ସତ୍ୟବାଦୀର ଜନସାଧାରଣଙ୍କ ସ୍ୱାସ୍ଥ୍ୟ ସେବା କୁ ନଜରରେ ରଖି ଆସନ୍ତା କାଲି ୨୯ ତାରିଖ ରବିବାର ସକାଳ ୧୦ ଘଣ୍ଟା ସମୟରେ ପେଣ୍ଠପଡ଼ା ପଞ୍ଚାୟତରେ ଆୟୋଜନ ହେବାକୁ ଯାଉଛି ନିଶୁଳ୍କ ଦନ୍ତ ଚିକିତ୍ସା ଏବଂ ସଚେତନତା ଶିବିର , ସାକ୍ଷୀଗୋପାଳ କଲେଜ୍ ନିକଟସ୍ଥ ପଞ୍ଚାୟତ କଲ୍ୟାଣ ମଣ୍ଡପ ଠାର ପେଣ୍ଠପଡ଼ା ସରପଞ୍ଚଙ୍କ ତତ୍ତ୍ଵାବଧାନରେ ଆୟୋଜିତ ହେବାକୁ ଥିବା ଏହି ଶିବିରରେ ଭୁବନେଶ୍ଵରର Kalinga Institute of Dental Since (KIDS) ହସ୍ପିଟାଲ ର ବରିଷ୍ଠ ଦନ୍ତ ଚିକିତ୍ସକ ମାନେ ଯୋଗଦାନ କରି ସମସ୍ତ ପ୍ରକାର ଦନ୍ତ ଚିକିତ୍ସା କରିବେ।
ଦାନ୍ତ ଉପଡେଇବା, ଦାନ୍ତରେ ଥିବା ଦାଗ ସଫା କରିବା, ପାନ ତମ୍ଭାଖୁ ଖାଇବା ଦ୍ବାରା ଉପୁଜୁଥିବା ରୋଗର ଚିକିତ୍ସା ସୁବିଧା ଆପଣମାନେ ପାଇପାରିବେ।
ଦାନ୍ତରୋଗ ଜନିତ ସମସ୍ୟା ଭୋଗୁଥିବା ବନ୍ଧୁ ମାନେ ଏହି ସେବା ଶିବିରରେ ଯୋଗଦାନ କରି ଏହି ନିଶୁଳ୍କ ସେବାର ସୁଯୋଗ ନେବାକୁ ପେଣ୍ଠପଡ଼ା ସରପଞ୍ଚ ଚିନ୍ମୟ କୁମାର ରାଉତ ନିବେଦନ କରିଛନ୍ତି।

SPREAD YOUR LOVE WITH YOUR FRIENDS AND FAMILY

Leave a Reply