Home / ସଂସ୍କୃତି ଓ ପରମ୍ପରା / ସୋମେଶ୍ୱର ଙ୍କ ନିକଟରେ ଜଳଲାଗି କଲେ କୁନି କାଉଡିଆ

ସୋମେଶ୍ୱର ଙ୍କ ନିକଟରେ ଜଳଲାଗି କଲେ କୁନି କାଉଡିଆ

img 20230828 wa0084

ସୋମେଶ୍ୱର ଙ୍କ ନିକଟରେ ଜଳଲାଗି କଲେ କୁନି କାଉଡିଆ

କାକଟପୁର ଆଜି ଥିଲା ଶ୍ରାବଣ ମାସର ଶେଷ ସୋମବାର l କାଉଡିଆ ମାନଙ୍କର ଜଳ ଲାଗି ପାଇଁ ଶେଷ ପାଳି, ଆଜି ସକାଳୁ କାକଟପୁର ଓ ଅସ୍ତରଙ୍ଗ ଅଞ୍ଚଳର ବିଭିନ୍ନ ଶୈବ ପୀଠ ମାନଙ୍କରେ କାଉଡିଆ ମାନଙ୍କର ଗହଳି ଲାଗିଥିବା ବେଳେ ଅଷ୍ଟଶମ୍ଭୁ ପୀଠ ଭାବେ ପରିଚିତ ପ୍ରଭୁ ସୋମେଶ୍ୱର ପୀଠରେ ମଧ୍ୟ ଗହଳି ଦେଖା ଯାଇଥିଲା l ବାଜପୁର ଗ୍ରାମର ଗାଦିବ୍ରହ୍ମ ବାଳକ ବୋଲବମ ସଙ୍ଘ ତରଫରୁ ପ୍ରାୟ ଦୁଈ ସହ କୁନି କୁନି କାଉଡିଆ ମାନେ ସକାଳ 8 ଘଟିକା ସମୟରେ ବାଜପୁର ନିକଟସ୍ଥ ପଞ୍ଚବଟୀ ଘାଟରୁ ପାଣି ଉଠାଇ ତୁଣ୍ଡରେ ଭୋଳା ବାବା ପାର କରେଗା, ସୋମେଶ୍ୱର ପାର କରେଗା ସହିତ ଗାଁ ର ଉତ୍ସlହୀ ଯୁବକ ମାନଙ୍କ ଦ୍ୱାରା ଘଣ୍ଟ,ଘଣ୍ଟା, ମାଦଳର ତାଳେ ତାଳେ ନାଚି ନାଚି କୁନି କୁନି ପିଲାମାନେ ବାହାରିଥିଲେ ଜଲଲାଗି କରିବାପାଇଁ l ମଙ୍ଗଳା ମନ୍ଦିରରେ କିଛି ସମୟ ବିଶ୍ରାମ କରି ସୋମେଶ୍ୱର ମନ୍ଦିର ଅଭିମୁଖେ ବାହାରିଥିଲେ l କୁନି କୁନି ପିଲାଙ୍କ ବେଶ ପୋଷାକ ସହିତ ଠାକୁରଙ୍କ ନାମ ଉଚ୍ଚରାଣ ପରିବେଶ କୁ ଆଧ୍ୟାତ୍ମିକ ମୟ କରିଦେଇଥିଲା l ଏହି କାର୍ଯ୍ୟକ୍ରମ ଗିରି, ମିଟୁ ପୃଷ୍ଟି, ଅଭୟ ସାହୂ, ପ୍ରଶାନ୍ତ ସାହୂ ଦିଲ୍ଲୀପ ବାରିକ, ବ୍ରଜକିଶୋର ସାହୂ ପ୍ରମୁଖ କୁନି କୁନି ପିଲାଙ୍କ ପାଖରେ ରହି ସମସ୍ତ କାର୍ଯ୍ୟ କୁ ତଦାରଖ କରିଥିଲେ

SPREAD YOUR LOVE WITH YOUR FRIENDS AND FAMILY

Leave a Reply