Home / ରାଜନୀତି / ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନାରେ ସହାୟତା ରାଶି ବଣ୍ଟନ

ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନାରେ ସହାୟତା ରାଶି ବଣ୍ଟନ

whatsapp image 2023 08 30 at 19.23.11

କାକଟପୁର ତା 30/08, ବୁଧବାର ସ୍ଥାନୀୟ ମୋତି କଲ୍ଯାଣ ମଣ୍ଡପ ଠାରେ ନିର୍ମାଣ ଶ୍ରମିକ କଲ୍ଯାଣ aaଯୋଜନା ସହାୟତା ବଣ୍ଟନ ଶିବିର ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଶିବିରକୁ ରାଜ୍ୟ ସରକାରଙ୍କ କ୍ରୀଡା, ଯୁବବ୍ୟାପାର, ପ୍ରଯୁକ୍ତି ବିଦ୍ୟା ଓ ଗୃହରାଷ୍ଟ୍ର ମନ୍ତ୍ରୀ ଶ୍ରୀଯୁକ୍ତ ତୁଷାରକାନ୍ତି ବେହେରା ଉଦଘାଟନ କରିଥିବା ବେଳେ ଏଥିରେ ପୁରୀ ଜିଲ୍ଲାପରିଷଦ ଉପାଧ୍ୟକ୍ଷ ସ୍ୱାଧୀନ କୁମାର ନାୟକ, ଅସ୍ତରଙ୍ଗ ବିଡ଼ିଓ ବେବିତା ମଞ୍ଜରୀ ନାୟକ, ପୁରୀ ଜିଲ୍ଲା ଲେବର କମିଶନର ଶିବ ଶଙ୍କର ମିଶ୍ର, ପୁରୀ ଶ୍ରମ ଅଧିକାରୀ ସୁବ୍ରତ ଜେନା, ପୂର୍ବତନ ଜିଲ୍ଲାପରିଷଦ ଅଧ୍ୟକ୍ଷ ଜୋତିର୍ମୟ ଦଳାଇ, ଜଗତସିଂହପୁର ସାଂସଦ ପ୍ରତିନିଧି ଜ୍ଞାନରଞ୍ଜନ ସାହୁ, କାକଟପୁର ବ୍ଲକ ବିଜୁ ଜନତା ଦଳ ସଭାପତି ପ୍ରାଣକୃଷ୍ଣ ମଲ୍ଲିକ ପ୍ରମୁଖ ଯୋଗ ଦେଇଥିଲେ । ଲେବର କମିଶନର ଶିବଶଙ୍କର ପାତ୍ର ପ୍ରାରମ୍ଭିକ ଭାଷଣ ପ୍ରଦାନ କାଳରେ ଏକ ବର୍ଷରୁ ଉର୍ଦ୍ଧ୍ବ ସମୟ ଧରି ନିର୍ମାଣ ଶ୍ରମିକ ଭାବେ କାର୍ଯ୍ୟ କରିଆସୁଥିବା ପୁରୁଷ ଓ ମହିଳା ଶ୍ରମିକମାନେ କିଭଳି ଆବେଦନ କରି ଶ୍ରମିକ କାର୍ଡ ପ୍ରାପ୍ତି ପୂର୍ବକ ସରକାରଙ୍କ ବିଭିନ୍ନ ସହାୟତା ହାସଲ କରି ପାରିବେ ଏବଂ ଶ୍ରମିକ କାର୍ଡର ନବୀକରଣ ପ୍ରକ୍ରିୟା ସମ୍ପର୍କେ ଉପସ୍ଥିତ ଶ୍ରମିକମାନଙ୍କୁ ଅବଗତ କରିଥିଲେ ।
ଏ ଅବସରରେ 317 ଜଣ କୁଶଳୀ, ଅର୍ଦ୍ଧ କୁଶଳୀ ଓ ଅଣକୁଶଳୀ ପୁରୁଷ ଓ ମହିଳା ଶ୍ରମିକମାନଙ୍କୁ ମୃତ୍ୟୁ କାଳୀନ ସହାୟତା, ଶ୍ରମିକ ମାନଙ୍କ ପୁଅ ଏବଂ ଝିଅ ବିବାହ ପାଇଁ ସହାୟତା ଏବଂ ଶିକ୍ଷାଦାନ ସହାୟତା ପାଇଁ ମୋଟ ୧ କୋଟି ୫୫ ଲକ୍ଷ ୩୩ ହଜାର ଚାରି ଶହ ଟଙ୍କାର ଚେକ ପ୍ରଦାନ କରାଯାଇଥିଲା l ଉକ୍ତ ଶିବିରକୁ ସହକାରୀ ଶ୍ରମ କମିଶନର ଶ୍ରୀ ମିଶ୍ର କାର୍ଯ୍ୟକ୍ରମ ପରିଚାଳନା କରିଥିବାବେଳେ ପୁରୀଜିଲ୍ଲା ନିର୍ମାଣ ଓ ଶିଳ୍ପ ଶ୍ରମିକ ସଂଘ ଅସ୍ତରଙ୍ଗ ଏବଂ ଅସ୍ତରଙ୍ଗ ମଜଦୁର ସଂଘର ସମସ୍ତ କର୍ମକର୍ତ୍ତା ସହଯୋଗ କରିଥିଲେ l ପରିଶେଷରେ ଶ୍ରମ ଅଧିକାରୀ ଶ୍ରୀ ଜେନା ଧନ୍ୟବାଦ ଅର୍ପଣ କରିଥିଲେ l

SPREAD YOUR LOVE WITH YOUR FRIENDS AND FAMILY

Leave a Reply